ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ସେଠାକାର ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିବା ଦୁଇ ଦେଶର ବାଣିଜ୍ୟ ଆଲୋଚନାକୁ ପ୍ରଭାବିତ କରିଛି। ଆସନ୍ତାକାଲି ୱାସିଂଟନରେ ଅନୁଷ୍ଠିତ ହେବାକୁ ଥିବା ତିିନିଦିନିଆ ଆଲୋଚନାକୁ ଭାରତ ଘୁଞ୍ଚାଇ ଦେଇଛି। ଆମେରିକା ସୁପ୍ରିମକୋର୍ଟଙ୍କ ରାୟକୁ ଭାରତ ସରକାର ଏବେ ତଜର୍ମା କରୁଛନ୍ତି। ସେହି ଆଧାରରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରି ଆଲୋଚନା ଆଗକୁ ବଢ଼ାଇବାକୁ ଭାରତ ଚାହୁଛି। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆମେରିକାରେ ଘଟିଥିବା ଘଟଣାର ପ୍ରଭାବ ସମ୍ପର୍କରେ ଉଭୟ ପକ୍ଷ ଆଲୋଚନା କରୁଛନ୍ତି। ସେଥିପାଇଁ ସମୟ ଦରକାର। ତେଣୁ ଉଭୟ ପକ୍ଷ ପରସ୍ପରକୁ ସୁହାଇବା ଭଳି ଭିନ୍ନ ଏକ ତାରିଖରେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି।
3rd hit wicket: ଟ୍ବେଣ୍ଟି-୨୦ ବିଶ୍ବକପ୍ ୨୦୨୬ର ତୃତୀୟ ହିଟ୍ ଓ୍ବିକେଟ୍
ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିବାର କିଛି ଘଣ୍ଟା ପରେ ଟ୍ରମ୍ପ ନୂଆ ଶୁଳ୍କ ଲଗାଇଥିଲେ। ଏକ ପୁରୁଣା ଆଇନରେ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ସେ ଦୁଇଟି ପର୍ଯ୍ୟାୟରେ ୧୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଫଳରେ ଭାରତ ଉପରେ ଆମେରିକାର ଶୁଳ୍କ ୧୫ ପ୍ରତିଶତକୁ ହ୍ରାସ ପାଇଛି। ଆମେରିକା ପକ୍ଷରୁ କୁହାଯାଇଛି ଯେ ଶୁଳ୍କକୁ ନେଇ ବିଭିନ୍ନ ଦେଶ ସହ ହୋଇଥିବା ରାଜିନାମାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗତବର୍ଷ ଅଗଷ୍ଟରେ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। କିନ୍ତୁ ଅନ୍ତରୀଣ ବାଣିଜ୍ୟ ରାଜିନାମାକୁ ନେଇ ସହମତି ହେବାରୁ ତାହାକୁ ୧୮ ପ୍ରତିଶତକୁ ହ୍ରାସ କରିଥିଲେ। ସେହି ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ଅସିଦ୍ଧ କରିବା ପରେ ଟ୍ରମ୍ପ ଲଗାଇଥିବା ୧୫ ପ୍ରତିଶତର ନୂଆ ଶୁଳ୍କ ଭାରତ ଉପରେ ଲାଗୁ ହୋଇଛି। ତେବେ ଆଗାମୀ ଦିନରେ ସ୍ଥିତି କଣ ହେବ ତାହା କେହି ଆକଳନ କରିପାରୁନାହାନ୍ତି। କିନ୍ତୁ ଏତିକି ଜଣାପଡ଼ୁଛି ଯେ ଶୁଳ୍କ ଲଗାଇବାକୁ ଟ୍ରମ୍ପ େଯକୌଣସି କୌଶଲ ଆପଣାଇବାକୁ ପ୍ରସ୍ତୁତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/23/trade-deal-2026-02-23-00-21-40.jpg)