India will import oil from Venezuela! ଭେନେଜୁଏଲାରୁ ତେଲ ଆମଦାନି କରିବ ଭାରତ!

Advertisment

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏହାକୁ ୫୦୦ ପ୍ରତିଶତକୁ ବୃଦ୍ଧି ପାଇଁ ନିକଟରେ ଧମକ ଦେଇଛନ୍ତି। ଏହା ପଛର ଯୁକ୍ତି ହେଲା ଭାରତ ରୁଷ୍‌ଠାରୁ ତେଲ କିଣି ପୁଟିନଙ୍କୁ ୟୁକ୍ରେନ ବିରୋଧୀ ଯୁଦ୍ଧ ପାଇଁ ପ୍ରୋତ୍ସାହିତ କରୁଛି।

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏହାକୁ ୫୦୦ ପ୍ରତିଶତକୁ ବୃଦ୍ଧି ପାଇଁ ନିକଟରେ ଧମକ ଦେଇଛନ୍ତି। ଏହା ପଛର ଯୁକ୍ତି ହେଲା ଭାରତ ରୁଷ୍‌ଠାରୁ ତେଲ କିଣି ପୁଟିନଙ୍କୁ ୟୁକ୍ରେନ ବିରୋଧୀ ଯୁଦ୍ଧ ପାଇଁ ପ୍ରୋତ୍ସାହିତ କରୁଛି।

TRUMP

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏହାକୁ ୫୦୦ ପ୍ରତିଶତକୁ ବୃଦ୍ଧି ପାଇଁ ନିକଟରେ ଧମକ ଦେଇଛନ୍ତି। ଏହା ପଛର ଯୁକ୍ତି ହେଲା ଭାରତ ରୁଷ୍‌ଠାରୁ ତେଲ କିଣି ପୁଟିନଙ୍କୁ ୟୁକ୍ରେନ ବିରୋଧୀ ଯୁଦ୍ଧ ପାଇଁ ପ୍ରୋତ୍ସାହିତ କରୁଛି। ଅବଶ୍ୟ ଗତ କିଛିମାସ ହେଲା ଭାରତ ରୁଷ୍‌ରୁ ତେଲ ଆମଦାନି କମାଇଛି। ଜାନୁଆରିରେ ରୁଷ୍‌ଠାରୁ ଭାରତର ତେଲ ଆମଦାନି ଗତ ୪ ବର୍ଷର ସର୍ବନିମ୍ନ ସ୍ତରକୁ କମିବ ବୋଲି ଆଶା କରାଯାଉଛି। କିନ୍ତୁ ଆମେରିକା ଏଥିରେ ଖୁସି ନାହିଁ। ନିକଟରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ଆମେରିକାରେ ଏକ ବିଲ୍‌ ଆଗତ ହୋଇଛି। ସେହି ବିଲ୍‌କୁ ଟ୍ରମ୍ପ ସମର୍ଥନ କରୁଛନ୍ତି। ଏଭଳି ସ୍ଥିତିରେ ଆମେରିକା ଭାରତକୁ ଭେନେଜୁଏଲା ତେଲ ଦେବା ନେଇ ଯୋଜନା କରୁଛି। 

Health: ନଗଡ଼ାର କୁପୋଷଣ ଶିଶୁକୁ ଜଡ଼ିବୁଟି ଚିକିତ୍ସା; ଜିଦ୍‌ରେ ଅଟଳ ଅବୁଝା ଜୁଆଙ୍ଗ ଦମ୍ପତି

ହ୍ବାଇଟ୍‌ ହାଉସ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଆମେରିକା ଏକ ନୂଆ ଢାଞ୍ଚା ଅନୁଯାୟୀ, ଭାରତ ଏବଂ ଚୀନକୁ ଭେନେଜୁଏଲାର ଆଶୋଧିତ ତେଲ କ୍ରୟ ଅନୁମତି ଦେବାକୁ ପ୍ରସ୍ତୁତ ରହିଛି। ସଂପ୍ରତି ସେହି ଢାଞ୍ଚା ଆମେରିକାର ନିୟନ୍ତ୍ରଣରେ ରହିବ। ଭେନେଜୁଏଲାର ଭଣ୍ଡାରରେ ଆମେରିକା ରଖିଥିବା ୩୦ ନିୟୁତରୁ ୫୦ ନିୟୁତ ବ୍ୟାରେଲ ତେଲ ବିକ୍ରି କରିବା ଯୋଜନା ରଖିଛି। ଭେନେଜୁଏଲା ନିକଟରେ ବିଶ୍ବର ସର୍ବାଧିକ ତେଲ ଗଚ୍ଛିତ ରହିଛି। ସେହି ତେଲକୁ ଭାରତର ବିଶୋଧନାଗାରଗୁଡ଼ିକ ବିଶୋଧିତ କରିବାରେ ସକ୍ଷମ ବୋଲି କୁହାଯାଉଛି। ଯଦି ଭାରତ ଭେନେଜୁଏଲାଠାରୁ ତେଲ କିଣେ ଏବଂ ରୁଷ୍‌ରୁ ଆମଦାନି ବନ୍ଦ କରେ ତାହେଲେ ଆମେରିକା ବର୍ତ୍ତମାନ ଆଦାୟ କରୁଥିବା ୫୦ ପ୍ରତିଶତ ଶୁଳ୍କ ୨୫ ପ୍ରତିଶତକୁ କମିଯିବ। 

China-Bangladesh: ଚୀନ୍-ବାଂଲାଦେଶର ମୁକାବିଲା ପାଇଁ ନୂଆ ରଣନୀତି: ହଳଦିଆରେ ଭାରତୀୟ ନୌସେନାର ବିଶାଳ ଘାଟି

ଭାରତୀୟ ତୈଳ କମ୍ପାନିଙ୍କ କହିବାନୁଯାୟୀ, ସେମାନେ ଭେନେଜୁଏଲାରୁ ଅଶୋଧିତ ତେଲ କିଣିବାକୁ ପ୍ରସ୍ତୁତ। କିନ୍ତୁ ଏହା ସେତେବେଳେ ସମ୍ଭବ ହେବ‌ ଯେତେବେଳେ ଆମେରିକା ବିଦେଶୀ କମ୍ପାନିଙ୍କୁ ତେଲ କିଣିବା ଲାଗି ଅନୁମତି ପ୍ରଦାନ କରିବ। ରିଲାଏନ୍ସ ଜାମନଗରରେ ବିଶ୍ବର ସବୁଠୁ ବଡ଼ ବିଶୋଧନାଗାର ଚଳାଉଛି। ତେବେ ଏ ସଂପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ କମ୍ପାନି ନିୟମରେ ସ୍ପଷ୍ଟତାକୁ ଅପେକ୍ଷା କରିଛି। ଏକ ରିପୋର୍ଟ ଅନୁଯାୟୀ, କମ୍ପାନି ଏଥିପାଇଁ ଆମେରିକାର ଅଧିକାରୀମାନଙ୍କ ସହ ଆଲୋଚନା ଚଳାଇଛି। ସେହିଭଳି ଏହା ମଧ୍ୟ ଜଣାଯାଇଛି ଯେ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଭେନେଜୁଏଲାରୁ ତେଲ କିଣିବା ପାଇଁ ପ୍ରସ୍ତୁତ ଅଛନ୍ତି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ଗିରଫ କରିବା ପରେ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଛି। ଏହା ଅନୁଯାୟୀ, ‌ଭେନେଜୁଏଲାରୁ ୨ ବିଲିଅନ ଡଲାରର ଅଶୋଧିତ ତେଲ ଆମେରିକା କ୍ରୟ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe