Large car exports are increasing: ବଢ଼ୁଛି ବଡ଼ କାର୍‌ ରପ୍ତାନି

Advertisment

ଦେଶରେ ଗତ କିଛି ବର୍ଷ ହେଲା ଛୋଟ କାର୍‌ ତୁଳନାରେ ବଡ଼ କାର୍‌ ବା ସୋର୍ଟସ ୟୁଟିଲିଟି ଯାନ (ଏସ୍‌ୟୁଭି) ଓ ମଲ୍‌ଟି ୟୁଟିଲିଟି ଯାନ (ଏମ୍‌ୟୁଭି) ବିକ୍ରି  ବୃଦ୍ଧି ପାଉଛି। ଘରୋଇ ବଜାରରେ ଏହିସବୁ ଯାନର ଚାହିଦା ବଢ଼ିବା ସହିତ ବିଦେଶକୁ ଏସବୁର ରପ୍ତାନିରେ ବୃଦ୍ଧି ପରିଲକ୍ଷିତ ହୋଇଛି।

ଦେଶରେ ଗତ କିଛି ବର୍ଷ ହେଲା ଛୋଟ କାର୍‌ ତୁଳନାରେ ବଡ଼ କାର୍‌ ବା ସୋର୍ଟସ ୟୁଟିଲିଟି ଯାନ (ଏସ୍‌ୟୁଭି) ଓ ମଲ୍‌ଟି ୟୁଟିଲିଟି ଯାନ (ଏମ୍‌ୟୁଭି) ବିକ୍ରି  ବୃଦ୍ଧି ପାଉଛି। ଘରୋଇ ବଜାରରେ ଏହିସବୁ ଯାନର ଚାହିଦା ବଢ଼ିବା ସହିତ ବିଦେଶକୁ ଏସବୁର ରପ୍ତାନିରେ ବୃଦ୍ଧି ପରିଲକ୍ଷିତ ହୋଇଛି।

car

ନୂଆଦିଲ୍ଲୀ: ଦେଶରେ ଗତ କିଛି ବର୍ଷ ହେଲା ଛୋଟ କାର୍‌ ତୁଳନାରେ ବଡ଼ କାର୍‌ ବା ସୋର୍ଟସ ୟୁଟିଲିଟି ଯାନ (ଏସ୍‌ୟୁଭି) ଓ ମଲ୍‌ଟି ୟୁଟିଲିଟି ଯାନ (ଏମ୍‌ୟୁଭି) ବିକ୍ରି  ବୃଦ୍ଧି ପାଉଛି। ଘରୋଇ ବଜାରରେ ଏହିସବୁ ଯାନର ଚାହିଦା ବଢ଼ିବା ସହିତ ବିଦେଶକୁ ଏସବୁର ରପ୍ତାନିରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଫଳରେ କେବଳ କ୍ଷୁଦ୍ର କାର୍‌ ଉତ୍ପାଦନକାରୀ ନୁହେଁ, ବରଂ ଭାରତକୁ ବଡ଼ କାର୍‌ ପ୍ରସ୍ତୁତକାରୀ ଦେଶର ପରିଚୟ ମିଳି ପାରିଛି। ଗତ ଚାରି ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ବିଶେଷ ଅଭିବୃଦ୍ଧି ହାସଲ ହୋଇଛି। କୋଭିଡ୍‌ ପରବର୍ତ୍ତୀ ସମୟରେ ବଡ଼ କାର୍‌ ବଜାର ବୃଦ୍ଧି ପାଇଛି। ୨୦୨୨ରେ ଭାରତ ବିଭିନ୍ନ ଦେଶକୁ ୨.୦୧ ଲକ୍ଷ ୟୁଟିଲିଟି ଯାନ ରପ୍ତାନି କରିଥିବାବେଳେ ଏବେ ତାହା ୨.୮୮ ଲକ୍ଷରେ ପହଞ୍ଚି ସାରିଛି।  

Health: ଡବା ଖାଦ୍ୟରେ ବଞ୍ଚିଛି ୧୭ ବର୍ଷୀୟ ନାବାଳକର ଜୀବନ

୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରୁ ମୋଟ ୪.୩ ଲକ୍ଷ କାର୍‌ ବିଭିନ୍ନ ଦେଶକୁ ରପ୍ତାନି ହୋଇଥିଲା। ତେବେ ଏହି ସମୟରେ ୟୁଟିଲିଟି ଯାନ ବା ବଡ଼ କାର୍‌ର ରପ୍ତାନି ତାହାର ଏକ ବଡ଼ ଭାଗ ହାସଲ କରିଛି। ୨୦୨୪-୨୫ରେ ଭାରତରୁ ୨.୩ ଲକ୍ଷ ଏହି ଶ୍ରେଣୀର କାର୍‌ ବିଦେଶକୁ ରପ୍ତାନି ହୋଇସାରିଛି। ତେବେ ଚଳିତ ବର୍ଷ ଏପ୍ରିଲରୁ ନଭେମ୍ବର ମଧ୍ୟରେ  ୟୁଭି ଓ ଏସୟୁଭି ରପ୍ତାନି ଅଧିକ ଉତ୍ସାହଜନକ ରହିଛି। ଏହି ସମୟରେ ଭାରତରୁ ମୋଟ କାର୍‌ ରପ୍ତାନି ୨.୭୧ ଲକ୍ଷରୁ ବୃଦ୍ଧି ପାଇ ୩.୦୪ ଲକ୍ଷରେ ପହଞ୍ଚିଥିବା ବେଳେ ୟୁଭି କାର୍‌ ରପ୍ତାନି ୨.୮୮ ଲକ୍ଷ ହୋଇଛି। ପୂର୍ବ ବର୍ଷ ସମାନ ସମୟରେ ଏହା ୨.୨୨ ଲକ୍ଷ ଥିଲା। ଭାରତରେ ଇଲେ୍‌ଟ୍ରିକ୍‌ କାର୍‌ ବଜାରରେ ମଧ୍ୟ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି କାର ଉତ୍ପାଦନ ଓ ରପ୍ତାନି ମଧ୍ୟ ବୃଦ୍ଧି ପାଉଛି।

Horoscope 2026 February 07 : ଜାଣନ୍ତୁ ଆଜିର ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe