ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ବହୁଦୂର ଯାତ୍ରା କରିଥିଲେ ମଧ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍ୟୁ)କୁ ନେଇ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନେକ କ୍ଷତିରେ ଚାଲୁଥିବା ପିଏସ୍ୟୁ ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯଦି ସେହି ଟଙ୍କା ଦେବାକୁ ପଡ଼ୁନଥାନ୍ତା ତେବେ ତାହାକୁ ଭିତ୍ତିଭୂମି ନିର୍ମାଣଠାରୁ ଆରମ୍ଭ କରି ଅନେକ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇପାରନ୍ତା ବୋଲି ଜନ୍ସ ହପ୍କିନ୍ସ ବିଶ୍ବବିଦ୍ୟାଳୟର ସାଉଥ୍ ଏସିଆନ୍ ଷ୍ଟଡିଜ୍ର ପ୍ରଫେସର ଦେବେଶ କପୁର କହିଛନ୍ତି।
Asia Cup : ପୁଣି ହଟହଟା ହେଲେ ଏସିସି ମୁଖ୍ୟ ମୋହସିନ ନକଭି, ପୁରସ୍କାର ଗ୍ରହଣ କରିବାକୁ ମନାକଲା U-19 ଭାରତୀୟ ଦଳ
ଏକ ସର୍ବେକ୍ଷଣକୁ ଆଧାର କରି ସେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଅମଳରେ ୭୦ ପିଏସ୍ୟୁ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମଳରେ ସେହି ସଂଖ୍ୟା ବଢ଼ି ୮୪ ହୋଇଛି। କେବଳ କେନ୍ଦ୍ରୀୟ ପିଏସ୍ୟୁ ସମ୍ପର୍କିତ ତଥ୍ୟ ଆଧାରରେ ଏହି ରିପୋର୍ଟ ତିଆରି କରାଯାଇଛି। ରାଜ୍ୟ ପିଏସ୍ୟୁଗୁଡ଼ିକୁ ହିସାବକୁ ନିଆଯାଇନାହିଁ, କାରଣ ଅନେକ ସଂସ୍ଥା ସମ୍ପର୍କିତ ତଥ୍ୟ ଉପଲବ୍ଧ ନାହିଁ ବୋଲି ଶ୍ରୀ କପୁର କହିଛନ୍ତି। ପିଏସ୍ୟୁଗୁଡ଼ିକ ରୁଗ୍ଣ ହୋଇନଥିଲେ ସରକାର ସ୍ବାସ୍ଥ୍ୟସେବା ଖର୍ଚ୍ଚକୁ ଦ୍ବିଗୁଣିତ କରିପାରିଥାନ୍ତେ। ୫୦ ବର୍ଷ ପର୍ଯ୍ୟନ୍ତ ଭିତ୍ତିଭୂମିରେ ୧୦୦ ପ୍ରତିଶତ ଅଧିକ ପୁଞ୍ଜି ଖଟାଇପାରିଥାନ୍ତେ। ୨୦୨୪ର ମୂଲ୍ୟ ଆଧାରରେ ହିସାବ କରି ଶ୍ରୀ କପୁର ଜଣାଇଛନ୍ତି ଯେ ନେହରୁଙ୍କ ଅମଳରେ ପିଏସ୍ୟୁରେ ପୁଞ୍ଜିବ୍ୟୟ ପରିମାଣ ୧ ଲକ୍ଷ କୋଟି ଟଙ୍କା ଥିଲା। ମୋଦୀ ସରକାରଙ୍କ ଅମଳରେ ତାହା ୨୨ ଲକ୍ଷ କୋଟି ଟଙ୍କା ରହିଛି। ସ୍ବାଧୀନତାର ବହୁ ବର୍ଷ ପରେ ପିଏସ୍ୟୁଗୁଡ଼ିକର କାର୍ଯ୍ୟଶୈଳୀ ବଦଳିଛି। କିନ୍ତୁ ସେମାନଙ୍କ ପାଇଁ ସୃଷ୍ଟି ହେଉଥିବା ଆର୍ଥିକ ବୋଝ ଏବେବି ରହିଛି। ନେହରୁଙ୍କ ଅମଳରେ ସ୍ଥାପନ ହୋଇଥିବା ଅଧିକାଂଶ ପିଏସ୍ୟୁ ବିନିର୍ମାଣ କ୍ଷେତ୍ରର ଥିଲା। ମୋଦୀ ସରକାରଙ୍କ ଅମଳରେ ମୁଖ୍ୟତଃ ଶକ୍ତି ଓ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ପିଏସ୍ୟୁ ଗଠନ କରାଯାଇଛି।
NIA : ଜମ୍ମୁ ଏନଆଇଏ କାର୍ଯ୍ୟାଳୟ ନିକଟରୁ ମିଳିଲା ରାଇଫଲର ଟେଲିସ୍କୋପ୍
ଦୁଇ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନି ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ର ଉଦାହରଣ ଦେଇ ସେ କହିଛନ୍ତି ଯେ ୨୦୧୯ରୁ ୨୦୨୩ ମଧ୍ୟରେ ଏହି ଦୁଇ କମ୍ପାନିର ପୁନରୁଦ୍ଧାର ପାଇଁ ସରକାର ୩,୨୨,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଟେଲିକମ୍ରେ ଦୁଇଟି ଦୃଢ଼ ଘରୋଇ କମ୍ପାନି ଥିବା ସତ୍ତ୍ବେ ଏଭଳି ଖର୍ଚ୍ଚ ହୋଇଛି। ନେହରୁ ଅମଳରେ ଗୋଟିଏ ନୂଆ ପିଏସ୍ୟୁ ଖୋଲିବାକୁ ସଂସଦରେ ବିତର୍କ ହେଉଥିଲା। କିନ୍ତୁ ଏବେ ୩,୨୫,୦୦୦ କୋଟି ଟଙ୍କା ବ୍ୟୟ କଲେ ବି କେହି ଆପତ୍ତି ଉଠାଉନାହାନ୍ତି ବୋଲି ଶ୍ରୀ କପୁର କହିଛନ୍ତି।
Follow Us