Advertisment

Computer science: ଇଞ୍ଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସ ସିଟ୍‌ ସଂଖ୍ୟା କମିବ: ପ୍ରାର୍ଥୀ ମାଳମାଳ, ଚାକିରି କମ୍‌

Advertisment

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ଅଟୋମେସନ ସୂଚନା ପ୍ରଯୁକ୍ତି ଶିଳ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଗୁରୁତର ଭାବେ ପ୍ରଭାବିତ କରିିଛି। ‌ଅନେକ କାମ ମେସିନ ଜରିଆରେ ହେଉଥିବାରୁ ଅଧିକ କର୍ମଚାରୀ ଦରକାର ନାହିଁ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ଅଟୋମେସନ ସୂଚନା ପ୍ରଯୁକ୍ତି ଶିଳ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଗୁରୁତର ଭାବେ ପ୍ରଭାବିତ କରିିଛି। ‌ଅନେକ କାମ ମେସିନ ଜରିଆରେ ହେଉଥିବାରୁ ଅଧିକ କର୍ମଚାରୀ ଦରକାର ନାହିଁ।

computer science

Photograph: (Jessup University)

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ଅଟୋମେସନ ସୂଚନା ପ୍ରଯୁକ୍ତି ଶିଳ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଗୁରୁତର ଭାବେ ପ୍ରଭାବିତ କରିିଛି। ‌ଅନେକ କାମ ମେସିନ ଜରିଆରେ ହେଉଥିବାରୁ ଅଧିକ କର୍ମଚାରୀ ଦରକାର ନାହିଁ। ସେଥିପାଇଁ ଆଇଟି ଚାକିରି ସଂଖ୍ୟାରେ ହ୍ରାସ ଘଟିଛି। କିନ୍ତୁ ଦେଶରେ ଥିବା ଇଞ୍ଜିନିୟରିଂ କଲେଜଗୁଡ଼ିକରୁ ପ୍ରତିବର୍ଷ ଲକ୍ଷ ଲକ୍ଷ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ବାହାରୁଛନ୍ତି। ସେମାନଙ୍କ ପାଇଁ ଉପଯୁକ୍ତ ସଂଖ୍ୟକ ଚାକିରି ସୃଷ୍ଟି ହୋଇପାରୁ ନ ଥିବାରୁ କିଛି ରାଜ୍ୟ ଏହି ଟ୍ରେଡ୍‌ର ସିଟ୍‌ ସଂଖ୍ୟା କମ୍‌ କରିବା ଉପରେ ବିଚାର କରୁଛନ୍ତି। କର୍ଣ୍ଣାଟକ ସରକାର ଏବିଷୟରେ ଗମ୍ଭୀରତାର ସହ ବିଚାର କରୁଛନ୍ତି। ତାମିଲନାଡୁ ଓ ତେଲେଙ୍ଗାନା ସରକାର ମଧ୍ୟ ଇଞ୍ଜିନିୟରିଂ କଲେଜଗୁଡ଼ିକୁ ଏସମ୍ପର୍କରେ ବୁଝାଇବାକୁ ଚାହୁଛନ୍ତି। କିନ୍ତୁ ରାଜ୍ୟଗୁଡ଼ିକ ଚାହିଲେ ଏହି କାମ କରିପାରିବେ ନାହିଁ। କାରଣ ଇଞ୍ଜିନିୟରିଂ ପାଠପଢ଼ା ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ବାରା ପରିଚାଳିତ ହେଉଛି। କର୍ଣ୍ଣାଟକ ସରକାର କମ୍ପ୍ୟୁଟର ସାଇନ୍ସ ସିଟ୍‌ ସଂଖ୍ୟା କମ୍‌ କରିବାର ପ୍ରସ୍ତାବ ଆଣିଥିଲେ ମଧ୍ୟ ତାହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହାନ୍ତି। ଯଦିଓ ଆବଶ୍ୟକ ପରିମାଣର ଚାକିରି ସୃଷ୍ଟି ହେଉନାହିଁ, କିନ୍ତୁ ଇଞ୍ଜିନିୟରିଂ କଲେଜଗୁଡ଼ିକର କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ ଇଞ୍ଜିନିୟରିଂ ଓ ଇନ୍‌ଫର୍ମେସନ ସାଇନ୍ସ ସିଟ୍‌ ଫାଙ୍କା ରହୁନାହିଁ।

୨୫ ଗ୍ରାମର କ୍ରୀଡ଼ାକ୍ଲବ ଓ ସ୍କୁଲକୁ କିଟ୍ ବଣ୍ଟନ

ତାମିଲନାଡ଼ୁ ସରକାରଙ୍କ ମତରେ ଅନ୍ୟକୁ ଅନୁସରଣ କରିବା ମାନସିକତା ଆଧାରରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ କମ୍ପ୍ୟୁଟର ସାଇନ୍ସରେ ନାମ ଲେଖାଉଛନ୍ତି। ଅନେକ କ୍ଷେତ୍ର‌ରେ ବାସ୍ତବ ସ୍ଥିତି ବୁଝିବାରେ ବହୁ ବିଳମ୍ବ ହୋଇଯାଉଛି। ତେଣୁ ରାଜ୍ୟ ସରକାର ଇଞ୍ଜିନିୟରିଂ କଲେଜଗୁଡ଼ିକ ସହ କଥାବାର୍ତ୍ତା କରି କମ୍ପ୍ୟୁଟର ସାଇନ୍ସ ସିଟ୍‌ ନ ବଢ଼ାଇବାକୁ ପରାମର୍ଶ ଦେଉଛନ୍ତି। ‌ତେଲେଙ୍ଗାନା ସରକାର ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ସାଇନ୍ସରେ ନାମ ନ ଲେଖାଇବାକୁ କହୁଛନ୍ତି। ଏନେଇ ଅଭିଭାବକମାନଙ୍କ ସହ ଆଲୋଚନା କରାଯାଉଛି। ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରାଯାଉଛି ଯେ ବର୍ତ୍ତମାନ ସମୟରେ କମ୍ପୁଟର ସାଇନ୍ସ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବହୁତ ଅଛି। କିନ୍ତୁ ସେମାନଙ୍କ ପାଇଁ ଚାକିରି ନାହିଁ। ତେଲେଙ୍ଗାନା ସରକାର କମ୍ପ୍ୟୁଟର ସାଇନ୍ସ ଟ୍ରେଡ୍‌ ପାଇଁ ବୃତ୍ତି ବନ୍ଦ କରିବା ଉପରେ ବିଚାର କରୁଛନ୍ତି। ଶିକ୍ଷାବିତ୍‌ କେ ରାମଚନ୍ଦ୍ରନ କହିଛନ୍ତି ଯେ ରାଜ୍ୟଗୁଡ଼ିକ ଚାହିଲେ କମ୍ପ୍ୟୁଟର ସାଇନ୍ସ ସିଟ୍‌ ସଂଖ୍ୟା କମ୍‌ କରିପାରିବେ ନାହିଁ। ‌ସେ ପ୍ରକାର ଯେକୌଣସି ନିଷ୍ପତ୍ତିକୁ ସେମାନେ କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ।

Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe