Odisha in good position: ଦରଦାମ୍‌ରେ ଉନ୍ନତ ସ୍ଥିତିରେ ଓଡ଼ିଶା: ଜାନୁଆରିରେ ମୁଦ୍ରାସ୍ଫୀତି ୧.୮୭%, ଦେଶରେ ୨.୭୯%କୁ ବୃଦ୍ଧି

Advertisment

ଦରଦାମ୍‌ କ୍ଷେତ୍ରରେ ଜାତୀୟ ସ୍ତରଠାରୁ ଓଡ଼ିଶାରେ ସ୍ଥିତି ଭଲ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ରାଜ୍ୟରେ ଦରବୃଦ୍ଧିର ମାତ୍ରା ଅପେକ୍ଷାକୃତ କମ୍‌ ରହିଛି। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରେ ଏଭଳି ଚିତ୍ର ରହିଛି।

ଦରଦାମ୍‌ କ୍ଷେତ୍ରରେ ଜାତୀୟ ସ୍ତରଠାରୁ ଓଡ଼ିଶାରେ ସ୍ଥିତି ଭଲ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ରାଜ୍ୟରେ ଦରବୃଦ୍ଧିର ମାତ୍ରା ଅପେକ୍ଷାକୃତ କମ୍‌ ରହିଛି। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରେ ଏଭଳି ଚିତ୍ର ରହିଛି।

Inflation

Photograph: (ET Auto)

ଭୁବନେଶ୍ବର: ଦରଦାମ୍‌ କ୍ଷେତ୍ରରେ ଜାତୀୟ ସ୍ତରଠାରୁ ଓଡ଼ିଶାରେ ସ୍ଥିତି ଭଲ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ରାଜ୍ୟରେ ଦରବୃଦ୍ଧିର ମାତ୍ରା ଅପେକ୍ଷାକୃତ କମ୍‌ ରହିଛି। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରେ ଏଭଳି ଚିତ୍ର ରହିଛି। ଚଳିତ ବର୍ଷ ଜାନୁଆରିରେ ଜାତୀୟ ଖୁଚୁରା ମୁଦ୍ରାସ୍ଫୀତି ହାର ୨.୭୯ ପ୍ରତିଶତ ରହିଛି। କିନ୍ତୁ ଓଡ଼ିଶାର ମୁଦ୍ରାସ୍ଫୀତି ହାର ତା’ଠାରୁ କମ୍‌ ଅର୍ଥାତ୍‌ ୧.୮୭ ପ୍ରତିିଶତ ରହିଛି। ରାଜ୍ୟର ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୧.୮୮ ପ୍ରତିଶତ ଓ ସହରାଞ୍ଚଳରେ ୧.୮୪ ପ୍ରତିିଶତ ରହିଛି। ଏଥିରୁ ଏହା ଜଣାପଡ଼ୁଛି ଯେ ଗତ ଜାନୁଆରି ମାସରେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଲୋକମାନଙ୍କ ଉପରେ ଦରବୃଦ୍ଧିର ଚାପ ସାମାନ୍ୟ ଅଧିକ ରହିଥିଲା। ଗତ ଜାନୁଆରି ମାସରେ ରସୁଣ, ପିଆଜ, ଆଳୁ, ହରଡ଼ ଡାଲି ଓ କଞ୍ଚା ମଟର ଦରରେ ହ୍ରାସ ଘଟିଥିଲା। କିନ୍ତୁ ରୁପା ଗହଣା, ଟମା‌ଟୋ, ଶୁଖିଲା ନଡ଼ିଆ, ସୁନା, ରୁପା, ପ୍ଲାଟିନମ ଗହଣା ଓ ନଡ଼ିଆ ତେଲ ମହଙ୍ଗା ହୋଇଥିଲା ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟଗୁଡ଼ିକ ମଧ୍ୟରେ ତେଲେଙ୍ଗାନା (୪.୯୨%), କେରଳ (୩.୬୭%), ତାମିଲନାଡ଼ୁ (୩.୩୬%), ରାଜସ୍ଥାନ (୩.୧୭%) ଓ କର୍ଣ୍ଣାଟକରେ (୨.୯୯%) ଖୁଚୁରା ମୁଦ୍ରାସ୍ଫୀତି ହାର ଯଥେଷ୍ଟ ଅଧିକ ରହିଛି। 

Health: ପ୍ରସ୍ତାବିତ୍ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ଉଠିଲା ଦାବି

ଜାନୁଆରିରେ ମୁଦ୍ରାସ୍ଫୀତି ୧.୮୭%
ଦେଶରେ ୨.୭୯%କୁ ବୃଦ୍ଧି
ନୂଆ ସିରିଜ୍‌ର ପ୍ରଥମ

ସରକାର ମୁଦ୍ରାସ୍ଫୀତି ହିସାବରେ ପରିର୍ତ୍ତନ କରି ୨୦୨୪କୁ ଆଧାର ବର୍ଷ ଭାବେ ବ୍ୟବହାର କରିଛନ୍ତି। ଏଥି ସହିତ ହିସାବକୁ ନିଆଯାଉଥିବା ସାମଗ୍ରୀ ସଂଖ୍ୟାକୁ ୨୫୯ରୁ ବଢ଼ାଇ ୩୦୮ କରାଯାଇଛି। ସେବାଗୁଡ଼ିକର ସଂଖ୍ୟା ମଧ୍ୟ ୪୦ରୁ ବଢ଼ାଇ ୫୦ କରାଯାଇଛି। ପ୍ରଥମ ଥର ପାଇଁ ମୁଦ୍ରାସ୍ଫୀତି ହିସାବରେ ଗ୍ରାମାଞ୍ଚଳର ଘରଭଡ଼ା, ଅନଲାଇନ୍‌ ମିଡିଆ ସେବା, ସିଏନ୍‌ଜି ଓ ପିଏନ୍‌ଜି ଭଳି ଇନ୍ଧନ, ଟେଲିଫୋନ୍‌ ଶୁଳ୍କ, ରେଳ ଭଡ଼ା, ବିମାନ ଭଡ଼ା, ପୋଷ୍ଟାଲ ଚାର୍ଜ, ଓଟିଟି ସବ୍‌ସ୍କ୍ରିପ୍‌ସନ୍‌, ପେନ୍‌ ଡ୍ରାଇଭ୍‌, ଏକ୍ସଟର୍ନାଲ ହାର୍ଡ ଡିସ୍କ, ମୂଲ୍ୟଯୁକ୍ତ ଦୁଗ୍ଧ ଉତ୍ପାଦ, ଆଟେଣ୍ଡାଣ୍ଟ୍‌, ବେବିସିଟର, ବ୍ୟାୟାମ ଉପକରଣ ଆଦିକୁ ସାମିଲ କରାଯାଇଛି। ପୂର୍ବରୁ ବିଚାରକୁ ନିଆଯାଉଥିବା ଭିସିଆର, ଭିସିଡି, ଡିଭିଡି ପ୍ଲେୟାର ଭଡ଼ା, ରେଡିଓ, ଟେପ୍‌ ରେକର୍ଡର, ପୁରୁଣା ପୋଷାକ, ସିଡି, ଡିଭିଡି, ଅଡିଓ ଓ ଭିଡିଓ କ୍ୟାସେଟ୍‌, ଝୋଟ ଓ ଦଉଡ଼ିକୁ ବାଦ ଦିଆଯାଇଛି। କାରଣ ସାମ୍ପ୍ରତିକ ପରିସ୍ଥିତିରେ ଏହି ଜିନିଷଗୁଡ଼ିକ ଅପ୍ରାସଙ୍ଗିକ ହୋଇପଡ଼ିଥିବାରୁ ସେଗୁଡ଼ିକୁ ବାଦ୍‌ ଦିଆଯାଇଛି। ଦରବୃଦ୍ଧିର ପ୍ରକୃତ ଚିତ୍ର ପାଇବାକୁ ଏହି ପରିବର୍ତ୍ତନ କରାଯାଇଥିବା ସରକାର କହିଛନ୍ତି।

Horoscope 2026 February 13 : ଜାଣନ୍ତୁ ଆଜିର ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe