ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ପଛର ମୂଳ ଉଦ୍ଦେଶ୍ୟ ଉପରୁ ପରଦା ହଟାଇଛନ୍ତି। ସେ କହିଛନ୍ତି ଯେ ଅଧିକ ଜୀବିକା ସୃଷ୍ଟି କରୁଥିବା କ୍ଷେତ୍ର ଉପରେ ବଜେଟ୍ରେ ଧ୍ୟାନ ଦିଆଯାଇଛି। ଅଧିକାଂଶ ବଜେଟ୍ ସହାୟତା ବୟନ, ସାମୁଦ୍ରିକ ଉତ୍ପାଦ, ମତ୍ସ୍ୟଚାଷ ଓ ଚମଡ଼ାରୁ ପ୍ରସ୍ତୁତ ଶିଳ୍ପ ପାଇଁ ଦିଆଯାଇଛି। ଏହି ସବୁ କ୍ଷେତ୍ରରେ ବିପୁଳ ସଂଖ୍ୟାରେ ଲୋକ ନିୟୋଜିତ ହେବାର ସମ୍ଭାବନା ରହିଛି। ତୃଣମୂଳ ସ୍ତରରେ ନିଯୁକ୍ତି ସୃଷ୍ଟି କରିବାକୁ ସରକାର ଚାହୁଥିବା ସେ କହିଛନ୍ତି। କେବଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ନୁହେଁ, ବରଂ କିଭଳି ଯୁବକଯୁବତୀମାନେ ନିଯୁକ୍ତି ପାଇବାକୁ ସକ୍ଷମ ହେବେ ସେଥିପ୍ରତି ମଧ୍ୟ ବଜେଟ୍ରେ ଧ୍ୟାନ ଦିଆଯାଇଛି।
Epstein Files: ଏପଷ୍ଟାଇନ ଫାଇଲରେ ଭାରତୀୟଙ୍କ ପ୍ରତି ନରୱେର ପୂର୍ବତନ କୂଟନୀତିଜ୍ଞଙ୍କ ଅପମାନଜନକ ମନ୍ତବ୍ୟ
ସ୍ବାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବଢ଼ାଇବାକୁ ୧୦ଟି ଶୃଙ୍ଖଳାରେ ୧ ଲକ୍ଷ ସ୍ବାସ୍ଥ୍ୟସେବା ପେସାଦାର ସୃଷ୍ଟି କରାଯିବ। ଏଥି ସହିତ ୧.୫ ଲକ୍ଷ ଲୋକଙ୍କୁ ଯତ୍ନ ପ୍ରଦାନକାରୀ ଭାବେ ତାଲିମ ଦେବାକୁ ବଜେଟ୍ରେ ଘୋଷଣା କରାଯାଇଛି। ଜାତୀୟ ଦକ୍ଷତା ଯୋଗ୍ୟତା ଫ୍ରେମ୍ୱର୍କ, ମେଡିକାଲ୍ ପର୍ଯ୍ୟଟନ ହବ୍ ଓ ଆୟୁଷ ପ୍ରତିଷ୍ଠାନ ପ୍ରଭାବରେ ମଧ୍ୟ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରଥମ ଥର ବଜେଟ୍ରେ ସୃଜନଶୀଳତା ଶିଳ୍ପକୁ ଗୁରୁତ୍ବ ମିଳିଛି। ଆନିମେସନ, ଭିଜୁଆଲ ଇଫେକ୍ଟସ୍, ଗେମିଂ ଓ କମିକ୍ସ କ୍ଷେତ୍ରରେ ୨୦୩୦ ସୁଦ୍ଧା ଦୁଇ ନିୟୁତ ପେସାଦାର ସୃଷ୍ଟି କରିବାକୁ ବଜେଟ୍ରେ ନକ୍ସା ପ୍ରସ୍ତୁତ କରାଯାଇଛି। ୧୫ହଜାର ସ୍କୁଲ୍ ଓ ୫୦୦ କଲେଜରେ ଖୋଲାଯିବାକୁ ଥିବା କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ମଧ୍ୟ ଯୁବକଯୁବତୀଙ୍କ ପାଇଁ ନିୟୋଜନ ସୁଯୋଗ ସମ୍ଭାବନା ବଢ଼ାଇବ। ପର୍ଯ୍ୟଟନ କ୍ଷେତ୍ରରେ ୧୦ ହଜାର ଲୋକଙ୍କୁ ଟୁରିଷ୍ଟ୍ ଗାଇଡ୍ ଭାବେ ତାଲିମ ଦିଆଯିବ।
ORACLE: ଓରାକଲ ୩୦ହଜାର ଛଟେଇ କରିବ
ସେହିପରି, ଶିଳ୍ପ ସହର ପାଖରେ ପାଞ୍ଚଟି ବିଶ୍ବବିଦ୍ୟାଳୟ ଟାଉନ୍ସିପ୍ ସ୍ଥାପନ କରିବା, ଲଜିଷ୍ଟିକ୍ସ କରିଡର୍ ଏବଂ ଅର୍ଥନୈତିକ ପେଣ୍ଠସ୍ଥଳ ନିକଟରେ କଲେଜ ଓ ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରିବାକୁ ହୋଇଥିବା ଘୋଷଣାର ପ୍ରଭାବରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅଧିକରୁ ଅଧିକ ଯୁବକଯୁବତୀ ନିଜକୁ ନିଯୁକ୍ତି ବଜାର ଲାଗି ପ୍ରସ୍ତୁତ କରିବାର ସୁଯୋଗ ପାଇପାରିବେ। ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି ଦ୍ବାରା ସୃଜନଶୀଳତା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଚାହୁଥିବା ଲୋକମାନେ ଉପକୃତ ହେବେ। ବଜେଟ୍ରେ କାଜୁ, ନଡ଼ିଆ ଓ ଚନ୍ଦନ ଗଛ ଚାଷକୁ ନେଇ କରାଯାଇଥିବା ଘୋଷଣାରୁ ମଧ୍ୟ କୃଷି କ୍ଷେତ୍ରରେ ନିୟୋଜନ ବଢ଼ିବ। ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଗ୍ରୋଥ୍ ପାଣ୍ଠି ଗଠନ ମଧ୍ୟ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହେବ।
ଶିକ୍ଷାର ବିକାଶ ଓ ଦକ୍ଷତା ତାଲିମ ପାଇଁ ବଜେଟ୍ରେ ବିଶେଷ ଧ୍ୟାନ ଦିଆଯାଇଛି। ସମଗ୍ର ଶିକ୍ଷା ଯୋଜନାର ବ୍ୟୟବରାଦ ୧୦.୮ ପ୍ରତିଶତ ବଢ଼ାଇ ୪୨,୧୦୦ କୋଟି ଟଙ୍କା କରାଯାଇଛି। ପିଏମ୍ ପୋଷଣ ଯୋଜନାର ଅଟକଳ ୨୦.୩ ପ୍ରତିଶତ ବଢ଼ାଇ ୧୨,୭୫୦ କୋଟି ଟଙ୍କା କରାଯାଇଛି। ପିଏମ୍-ଶ୍ରୀ ପାଇଁ ୬୬.୭ ପ୍ରତିଶତ ରାଶି ଦିଆଯାଇଛି। ୨୦୨୫-୨୬ରେ ଏହି ଯୋଜନାର ଅଟକଳ ୪୫୦୦ କୋଟି ଟଙ୍କା ଥିଲା। ୨୦୨୬-୨୭ରେ ତାହା ୭୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଜାତୀୟ ଆପ୍ରେଣ୍ଟିସ୍ସିପ୍ ତାଲିମ ଯୋଜନାକୁ ୧୨୫୦ କୋଟି ଟଙ୍କା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନର ଅଟକଳକୁ ୧୩୧.୩ ପ୍ରତିଶତ ବଢ଼ାଇ ୧୮୫୦ କୋଟି ଟଙ୍କା କରାଯାଇଛି। ପିଏମ୍ ରିସର୍ଚ୍ଚ ଫେଲୋସିପ୍କୁ ବଜେଟ୍ରେ ୬୦୦ କୋଟି ଟଙ୍କା ଦିଆଯାଇଛି।
Follow Us