Redmi Note 15: ଭାରତରେ ଲଞ୍ଚ ହେଲା ସାଓମିର ନୂଆ ସ୍ମାର୍ଟଫୋନ୍‌, ଜାଣନ୍ତୁ ଦାମ୍‌ ଓ ଫିଚର୍ସ...

Advertisment

Xiaomi ନୂଆ Redmi Note 15 ଓ Pad 2 Pro ଭାରତରେ ଲଞ୍ଚ କରିଛି। ଏହା ସାଓମିର ଭାରତରେ ନୂଆବର୍ଷର ପ୍ରଥମ ପଦାର୍ପଣ। Note 15ରେ କମ୍ପା‌ନି କର୍ଭ‌ଡ୍‌ ଡିସ୍‌ପ୍ଲେ, 108MP କ୍ୟାମେରା ଓ 5520mAh ବ୍ୟାଟେରି ଦେଇଛି। ଏହାର ମୂଲ୍ୟ ଓ ‌ଫିଚର୍ସ ବିଷୟରେ ଜାଣିବା ଆସନ୍ତୁ...

Xiaomi ନୂଆ Redmi Note 15 ଓ Pad 2 Pro ଭାରତରେ ଲଞ୍ଚ କରିଛି। ଏହା ସାଓମିର ଭାରତରେ ନୂଆବର୍ଷର ପ୍ରଥମ ପଦାର୍ପଣ। Note 15ରେ କମ୍ପା‌ନି କର୍ଭ‌ଡ୍‌ ଡିସ୍‌ପ୍ଲେ, 108MP କ୍ୟାମେରା ଓ 5520mAh ବ୍ୟାଟେରି ଦେଇଛି। ଏହାର ମୂଲ୍ୟ ଓ ‌ଫିଚର୍ସ ବିଷୟରେ ଜାଣିବା ଆସନ୍ତୁ...

Untitled-19

Photograph: (sambad.in)

ନୂଆଦିଲ୍ଲୀ: Xiaomi ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍‌ Redmi Note 15 ଲଞ୍ଚ କରିଛି। ଏହା ଭାରତରେ ଏହିବର୍ଷର ପ୍ରଥମ ସ୍ମାର୍ଟଫୋନ୍‌। Redmi Note 14ର ଅପ୍‌ଗ୍ରେଡ୍‌ ମଡେଲ୍‌ ହେଉଛି Note 15; ଏଥିରେ କର୍ଭଡ୍‌ ଡିସ୍‌ପ୍ଲେ, କ୍ବାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ପ୍ରୋସେସର୍‌ ଓ 108MPର କ୍ୟାମେରା ରହିଛି। ଏହାସହିତ କମ୍ପାନି Xiaomi Pad 2 Proକୁ ମଧ୍ୟ ଲଞ୍ଚ କରିଛି।  

Redmi Note 15ର ମୂଲ୍ୟ ଓ ବୈଶିଷ୍ଟ୍ୟ:

Redmi Note 15ର ପ୍ରାରମ୍ଭିକ ମୂଲ୍ୟ ରହିଛି ୨୨,୯୯୯ ଟଙ୍କା। ଯେଉଁଥିରେ ୮ଜିବି ରାମ୍‌ ଓ ୧୨୮ ଜିବି ଇଣ୍ଟନାଲ୍‌ ଷ୍ଟୋରେଜ୍‌ ରହିଛି। ବ୍ୟାଙ୍କ କାର୍ଡ ବ୍ୟବହାର କଲେ ଏହା ଉପରେ ୩ହଜାର ଟଙ୍କାର କ୍ୟାସ୍‌ବ୍ୟାକ୍‌ ମିଳିବ। କ୍ୟାସ୍‌ବ୍ୟାକ୍‌ ମିଳିବା ପରେ ଏହାର ମୂଲ୍ୟ ୧୯,୯୯୯ ଟଙ୍କା ହୋଇଯିବ। 

ଟପ୍‌ ଭାରିଆଣ୍ଟର ମୂଲ୍ୟ କେତେ ରହିଛି?

ଏହାର ଟପ୍‌ ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ରହିଛି ୨୪,୯୯୯ ଟଙ୍କା। ଏହାଉପରେ ମଧ୍ୟ ୩ ହଜାର ଟଙ୍କାର ଇନ୍‌ଷ୍ଟାଣ୍ଟ କ୍ୟାସ୍‌ବ୍ୟାକ୍‌ର ଲିଷ୍ଟ ରହିଛି। 

ଆହୁରି ପଢ଼ନ୍ତୁ- 🔴 LIVE | News Updates 6th Jan 2026: ସ୍କୁଟିକୁ ଧକ୍କା ଦେଲା ବସ୍ , ମହିଳା ସାମ୍ବାଦିକଙ୍କ ସମେତ ଦୁଇ ମୃତ, ପ୍ରଧାନଶିକ୍ଷକଙ୍କୁ ନୋଟସ୍‌ ଜାରି

କ’ଣ ରହିଛି ଏହାର ସ୍ପେସିଫିକେସନ୍‌:

Redmi Note 15 ରେ ୬.୭୭ଇଞ୍ଚର AMOLED ଡିସ୍‌ପ୍ଲେ ରହିଛି; ଯାହାସହିତ 120Hz ରିଫ୍ରେସ୍‌ ରେଟ୍‌ ବି ଉପଲବ୍ଧ। ଏଥିରେ 3200 Nitsର ପିକ୍‌ ବ୍ରାଇଟ୍‌ନେସ୍‌ ମିଳୁଛି। ଏହି ଡିସ୍‌ପ୍ଲେ TUV ଟ୍ରିପଲ୍‌ ଆଇ କେୟାର୍‌ ପ୍ରୋଟେକ୍‌ସନ୍‌ ସହିତ ଆସୁଛି। ଏହାସହିତ ଏଥିରେ ହାଇଡ୍ରୋ 2.0 ଟଚ୍‌ର ‌ସପୋର୍ଟ ମଧ୍ୟ ଯୋଡ଼ାଯାଇଛି।

Redmi Note 15ର ପ୍ରୋସେସର୍‌:

Redmi Note 15ରେ କ୍ବାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ୬ ଜେନ୍‌ ୩ ଚିପ୍‌ସେଟ୍‌ ବ୍ୟବହାର କରାଯାଇଛି। ଯାହାଦ୍ବାରା ଏହା ୪୮ଘଣ୍ଟା କାମ କରିବ ‌ବୋଲି କମ୍ପାନି ଦାବି କରୁଛି। ଏଥିରେ ୮ଜିବି ରାମ୍‌ ଓ ଇଣ୍ଟର୍‌ନାଲ୍‌ ଷ୍ଟୋରେଜ୍‌ ଭଳି ଦୁଇଟି ବିକଳ୍ପ ୧୨୮ଜିବି ଓ ୨୫୬ଜିବି ଇଣ୍ଟର୍‌ନାଲ୍‌ ଷ୍ଟୋରେଜ୍‌ ଦିଆଯାଇଛି।

ଆହୁରି ପଢ଼ନ୍ତୁ- Silver Rumor Sparks: ଗାଡ଼ିରୁ ବିଛେଇ ହୋଇ ପଡ଼ିଲା ସନ୍ଦିଗ୍ଧ ରୁପେଲି ଧାତୁ; ସଂଗ୍ରହ ପାଇଁ ରାସ୍ତା‌ରେ ଲାଗିଲା ଭିଡ଼

Redmi Note 15ର କ୍ୟାମେରା:

Redmi Note 15ରେ 108MPର ଡୁଅଲ୍‌ ରିଅର୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିରେ ଅଫ୍ଟିକାଲ୍‌ ଇମେଜ୍‌ ଷ୍ଟେବ୍‌ଲାଇଜେସନ୍‌ ଓ 4K ରେକର୍ଡିଂର ସପୋର୍ଟ ମିଳିବ। ଏହି ହ୍ୟାଣ୍ଡସେଟ୍‌ 8MP ସେକେଣ୍ଡାରି କ୍ୟାମେରା ଓ 20MP ଫ୍ରଣ୍ଟ କ୍ୟାମେରା ସହିତ ଆସିଛି।

Redmi Note 15ର ବ୍ୟାଟେରି:

Redmi Note 15ରେ 5520mAhର ବ୍ୟାଟେରି ଦିଆଯାଇଛି। ଯାହାକୁ ଚାର୍ଜ କରିବା ପାଇଁ 45Wର ଚାର୍ଜର୍‌ ଦିଆଯାଇଛି। ଏହି‌ ଫୋନ୍‌ ସିଙ୍ଗଲ୍‌ ଚାର୍ଜରେ ଗୋଟେ ଦିନରୁ ଅଧିକ ବ୍ୟାଟେରି ବ୍ୟାକ୍‌ଅପ୍‌ ଦେବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe