Advertisment

Reserve Bank: ଖୋର୍ଦ୍ଧାରେ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର: ଶତ୍ରୁ ଆକ୍ରମଣ, ଭୂକମ୍ପ ବିପଦ ନାହିଁ

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଏକ ଅତ୍ୟାଧୁନିକ ଡାଟା ସେଣ୍ଟର ନିର୍ମାଣ କରାଯାଉଛି। ଇନ୍‌ଭୋ ଫାଲି-୨ରେ ତିଆରି କରାଯାଉଥିବା ଏହି ଡାଟା ସେଣ୍ଟର୍‌ର ଉ‌ଦ୍ଦେଶ୍ୟ ହେଉଛି ଶତ୍ରୁ ଆକ୍ରମଣ ଓ ଭୂକମ୍ପ ଭଳି ଗମ୍ଭୀର ପରିସ୍ଥିତିରୁ ଆର୍ଥିକ ତଥ୍ୟକୁ ସୁରକ୍ଷା ପ୍ରଦାନ କରିବା।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଏକ ଅତ୍ୟାଧୁନିକ ଡାଟା ସେଣ୍ଟର ନିର୍ମାଣ କରାଯାଉଛି। ଇନ୍‌ଭୋ ଫାଲି-୨ରେ ତିଆରି କରାଯାଉଥିବା ଏହି ଡାଟା ସେଣ୍ଟର୍‌ର ଉ‌ଦ୍ଦେଶ୍ୟ ହେଉଛି ଶତ୍ରୁ ଆକ୍ରମଣ ଓ ଭୂକମ୍ପ ଭଳି ଗମ୍ଭୀର ପରିସ୍ଥିତିରୁ ଆର୍ଥିକ ତଥ୍ୟକୁ ସୁରକ୍ଷା ପ୍ରଦାନ କରିବା।

reserve bank data center

Photograph: (News9live)

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଏକ ଅତ୍ୟାଧୁନିକ ଡାଟା ସେଣ୍ଟର ନିର୍ମାଣ କରାଯାଉଛି। ଇନ୍‌ଭୋ ଫାଲି-୨ରେ ତିଆରି କରାଯାଉଥିବା ଏହି ଡାଟା ସେଣ୍ଟର୍‌ର ଉ‌ଦ୍ଦେଶ୍ୟ ହେଉଛି ଶତ୍ରୁ ଆକ୍ରମଣ ଓ ଭୂକମ୍ପ ଭଳି ଗମ୍ଭୀର ପରିସ୍ଥିତିରୁ ଆର୍ଥିକ ତଥ୍ୟକୁ ସୁରକ୍ଷା ପ୍ରଦାନ କରିବା। ସେଥିପାଇଁ ଏହି କେନ୍ଦ୍ରକୁ ଦେଶର ସୀମାରେଖାଠାରୁ ବହୁ ଦୂରରେ ଓଡ଼ିଶାରେ ସ୍ଥାପନ କରାଯାଇଛି। ଖୋର୍ଦ୍ଧାରେ ନିର୍ମାଣ କରାଯାଉଥିବା ଡାଟା ସେଣ୍ଟର୍‌ରେ ରିଜର୍ଭ ବ୍ୟାଙ୍କର ମୁଦ୍ରା ପରିଚାଳନା, ପେମେଣ୍ଟ୍‌ ଓ ‌ସେଟଲ୍‌ମେଣ୍ଟ୍‌ ପରିଚାଳନା ଓ ନିୟାମକ ଡାଟା କାର୍ଯ୍ୟ ହେବ। ୨୦୨୩ରେ ୧୮.୫୫ ଏକର ଜମିରେ ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହି ସମୟରେ ଏହାର ସ୍ଥାନ ଚୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କାରଣ ଲଜିଷ୍ଟିକ୍ସ ଓ ପରିଚାଳନା

Neglect: ପକ୍କା ରାସ୍ତା ଓ ବିଦ୍ୟୁତ ନଥିବା ଗ୍ରାମ ତେନ୍ତୁଳିପଡ଼ା

ଦୃଷ୍ଟିରୁ ତାହା ଏକ ଅନୁପଯୁକ୍ତ ସ୍ଥାନ ବିଚାର କରାଯାଉଥିଲା। ‌େ‌ତବେ କାହିଁକି ଏହି ସ୍ଥାନକୁ ଚୟନ କରାଯାଇଥିଲା, ତାହାର କାରଣ ଏବେ ଜଣାପଡ଼ିଛି। ଏହି ସ୍ଥାନଟି ଶତ୍ରୁ ରାଷ୍ଟ୍ରମାନଙ୍କଠାରୁ ବହୁ ଦୂରରେ ରହିଛି। ଏହି ଅଞ୍ଚଳ ଭୂକମ୍ପ ପ୍ରବଣ ଅଞ୍ଚଳ ମଧ୍ୟ ନୁହେଁ। ତେଣୁ କୌଣସି ଅଭାବନୀୟ ପରିସ୍ଥିତି ଘଟିଲେ ରିଜର୍ଭ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ଡାଟା ଏହି କେନ୍ଦ୍ରରେ ସୁରକ୍ଷିତ ରହିପାରିବ। ଡାଟା ସେଣ୍ଟର୍‌ର ନିର୍ମାଣ ସ୍ଥଳ ଦେଶର ପଶ୍ଚିମ ଓ ଉତ୍ତର ଭାଗ ସୀମାରେଖାଠାରୁ ବହୁତ ଦୂରରେ ରହିଛି। ତେଣୁ ଏହା ଉପରେ ଶତ୍ରୁ ରାଷ୍ଟ୍ରରୁ କ୍ଷେପଣାସ୍ତ୍ର କିମ୍ବା ଡ୍ରୋନ୍‌ ଆକ୍ରମଣ କରାଯାଇପାରିବ ନାହିଁ। ଏହା ଦେଶର ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଆସୁନାହିଁ। 

Reserve Bank strengthens rupee: ଟଙ୍କାର ବଳ ବଢ଼ାଇଲା ରିଜର୍ଭ ବ୍ୟାଙ୍କ: ମୂଲ୍ୟରେ ସାମାନ୍ୟ ସୁଧାର, ଦରଦାମ୍ ସ୍ଥିତି ବିଗିଡ଼ିବା ଆଶଙ୍କା

ରିଜର୍ଭ ବ୍ୟାଙ୍କର ପ୍ରାଥମିକ ଡାଟା ସେଣ୍ଟର ନଭି ମୁମ୍ବାଇରେ ରହିଛି। ଓଡ଼ିଶାରେ ଦ୍ବିତୀୟ ଡାଟା ସେଣ୍ଟର ନିର୍ମାଣ କରାଯାଉଛି। ଭାରତର ଅଧିକାଂଶ ଡାଟା ସେଣ୍ଟର୍‌ ମୁମ୍ବାଇ ଓ ଚେନ୍ନାଇରେ ସ୍ଥାପନ କରାଯାଉଛି। ସେହି ସ୍ଥାନଗୁଡ଼ିକରେ ସମୁଦ୍ର ତଳ କେବୁଲ ଅଧିକ ବିଛାଯାଇଛି। ଡିଜିଟାଲ ଟ୍ରାଫିକ୍‌ ମଧ୍ୟ ଅଧିକ ରହୁଛି। ତେଣୁ ସେହି ସବୁ ସ୍ଥାନରେ ସାଇବର୍‌ ଆକ୍ରମଣର ଆଶଙ୍କା ଅଧିକ। କିନ୍ତୁ ଓଡ଼ିଶାରେ ତିଆରି ହେଉଥିବା ଡାଟା ସେଣ୍ଟର୍‌ ପ୍ରତି ସେହି ବିପଦ ନାହିଁ। ଏହାର ଡିଜାଇନ ଟାୟାର-୪ ସାର୍ଟିଫିକେସନ ହାସଲ କରିଛି। ଡାଟା ସେଣ୍ଟର ଚାଲିବା ପାଇଁ ଜମି, ଜଳ ଓ ବିଜୁଳି ଦରକାର। ସେ ସବୁ କିଛି ଓଡ଼ିଶାରେ ରହିଛି। 

ଗତବର୍ଷ ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ ଏକ ଅଗ୍ରଣୀ ବ୍ୟାଙ୍କ ଜୟପୁରରେ ଥିବା ନିଜର ଏକ ଡାଟା ସେଣ୍ଟର୍‌କୁ ରାତାରାତି ମୁମ୍ବାଇ ସ୍ଥାନାନ୍ତର କରିଥିଲା। ସାରା ବିଶ୍ବରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁରକ୍ଷିତ ସ୍ଥାନରେ ଡାଟା ସେଣ୍ଟର ନିର୍ମାଣକୁ ଗୁରୁତ୍ବ ଦେଉଛନ୍ତି। ଆର୍ଥିକ ତଥ୍ୟକୁ ଗୁରୁତ୍ବପୂର୍ଣ୍ଣ ଜାତୀୟ ଭିତ୍ତିଭୂମି ଭାବେ ବିଚାର କରାଯାଉଛି। ଏହା ବ୍ୟତୀତ ଭାରତରେ ଦ୍ରୁତ ଗତିରେ ଡିଜିଟାଲ କାରବାର ବଢ଼ୁଛି। ସେହି ଦୃଷ୍ଟିରୁ ଓଡ଼ିଶା ଭଳି ଏକ ସୁରକ୍ଷିତ ସ୍ଥାନରେ ରିଜର୍ଭ ବ୍ୟାଙ୍କ ଏହାର ଡାଟା ସେଣ୍ଟର ନିର୍ମାଣ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe