ନୂଆଦିଲ୍ଲୀ: କେବେ ଭାବିଛନ୍ତି, ଆବେଦନ କରିବାର କିଛି ଘଣ୍ଟା ବା କିଛି ମିନିଟ୍‌ ଭିତରେ ବ୍ୟାଙ୍କ୍‌ କିପରି ଆପଣଙ୍କ ବ୍ୟକ୍ତିଗତ ଋଣ ମଞ୍ଜୁର କରିଦିଏ? ଏହାର କାରଣ କ’ଣ ବୋଲି ଆପଣ ଭାବୁଛନ୍ତି? ବ୍ୟାଙ୍କ୍‌ କ’ଣ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଜାଣେ? ନ‌ା ଋଣଦାତା ଆପଣଙ୍କ ଉପରେ କ’ଣ ଏତେ ବିଶ୍ୱାସ କରନ୍ତି?

Advertisment

ହଁ, ଏହା ହୋଇପାରେ ବି। କିନ୍ତୁ ଏଥିପାଇଁ ଗୋଟେ ପ୍ରକ୍ରିୟା ଅଛି ଯାହା ପ୍ରଚ୍ଛନ୍ନ ଭା‌ବେ ଋଣଦାତାଙ୍କୁ ଋଣଗ୍ରହୀତାଙ୍କ ପ୍ରୋଫାଇଲ୍‌କୁ ଯାଞ୍ଚ କରି ଏହାକୁ ପ୍ରମାଣିତ କରିଥାଏ। ଏହି ପ୍ରକ୍ରିୟାକୁ ଇକେୱାଇସି (ଇଲେକ୍ଟ୍ରୋନିକ୍‌ ପ୍ରୋସେସ୍‌ ଟୁ ନୋ ୟୋର୍‌ କଷ୍ଟମର୍‌) କୁହାଯାଏ।
ଏହା ସାଧାରଣତଃ ଆଧାର ସହିତ ଲିଙ୍କ୍‌ ହୋଇଥିବା ଗ୍ରାହକଙ୍କ ମୋବାଇଲ୍‌କୁ ପଠାଯାଇଥିବା ଓଟିପି ମାଧ୍ୟମରେ କରାଯାଏ। ବ୍ୟାଙ୍କ୍‌ଗୁଡ଼ିକ ପ୍ରାୟତଃ ବ୍ୟାଙ୍କିଂ ପରି ବିଭିନ୍ନ ସେବା ପାଇଁ ଗ୍ରାହକମାନଙ୍କୁ ସାମିଲ କରିବା ଏବଂ ଋଣ ପାଇଁ ଆବେଦନ କରିବା କିମ୍ବା ବ୍ୟକ୍ତିଗତ ବିବରଣୀ ପୁନଃଯାଞ୍ଚ କରିବା ପାଇଁ ଇକେୱାଇସି ବ୍ୟବହାର କରିଥାନ୍ତି।

*ଏହା କିପରି କାମ କରେ:

୧. ପ୍ରଥମେ ଆବେଦନକାରୀ ତାଙ୍କର ଆଧାର ନମ୍ବର୍‌ ଦିଅନ୍ତି ଏବଂ ସେବା ପ୍ରଦାନକାରୀଙ୍କୁ ଡାଟା ଆକ୍ସେସ୍‌  କରିବା ପାଇଁ ସମ୍ମତି ଦିଅନ୍ତି।
୨. ସମ୍ମତି ପ୍ରଦାନ ପରେ, ସେବା ପ୍ରଦାନକାରୀମାନେ UIDAI (ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ) ଜରିଆରେ ଡାଟାବେସ୍‌ ଆକ୍ସେସ୍‌ କରିପାରିବେ।
୩. ଏହା ଡାଟାବେସ୍‌ ଆଧାରରେ ସେବା ପ୍ରଦାନକାରୀ ଗ୍ରାହକଙ୍କ ପରିଚୟ, ଠିକଣା ତଥା ଅନ୍ୟାନ୍ୟ ଜନସଂଖ୍ୟାଗତ ବିବରଣୀ ଯାଞ୍ଚ କରିବାକୁ ଅଧିକୃତ ଅଟନ୍ତି।
୪. ଶେଷରେ, ଗ୍ରାହକଙ୍କ ବିବରଣୀ ସୁରକ୍ଷିତ ଭାବେ ସଂରକ୍ଷିତ ହୁଏ।
    ଯେହେତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନ୍‌ଲାଇନ୍‌ ମାଧ୍ୟମରେ ଏସ୍‌ଏମ୍‌ଏସ୍‌ ଦ୍ବାରା କରାଯାଏ, ତେ‌ଣୁ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇନଥାଏ। ଆବେଦନକାରୀଙ୍କୁ ମଧ୍ୟ ନିଜର ଠିକଣା କିମ୍ବା ଅନ୍ୟକୌଣସି ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡ଼େନାହିଁ। ଏନ୍‌ପିସିଆଇ ଏହି ପ୍ରକ୍ରିୟା ମାଧ୍ୟମରେ ଇ-କେୱାଇସିର ସମ୍ପୂର୍ଣ୍ଣ ପ୍ରକ୍ରିୟା ପରିଚାଳନା କରିଥାଏ।

*ପ୍ରକ୍ରିୟାଗୁଡ଼ିକ କ’ଣ:


୧. କେୱାଇସି ଅନୁରୋଧଗୁଡ଼ିକ ନିର୍ଦ୍ଦିଷ୍ଟ କମ୍ୟୁନିକେସନ୍‌ ପ୍ରୋଟୋକଲ୍‌ ମାଧ୍ୟମରେ ପଠାଯାଏ।
୨. ଏହା ସୁରକ୍ଷିତ ଲିଜ୍‌ ଲାଇନ୍‌ ମାଧ୍ୟମରେ ଏଚ୍‌ଟିଟିପିକୁ ପଠାଯାଏ।
୩. ପରେ ଏହା ୟୁଆଇଡିଏଆଇର କେନ୍ଦ୍ରୀୟ ପରିଚୟ ତଥ୍ୟ ସଂଗ୍ରହାଳୟକୁ ସ୍ଥାନାନ୍ତରିତ ହୁଏ।
୪. ଶେଷରେ, ରେସ୍‌ପନ୍‌ସ ଜେନେରେଟ୍‌ ହୁଏ ଏବଂ ସେବାପ୍ରଦାନ କରିବା ପାଇଁ ଡେମୋଗ୍ରାଫିକ୍‌ ଡିଟେଲ୍‌ସ ସେୟାର୍‌ କରାଯାଏ।
    ସମ୍ପୂର୍ଣ୍ଣ କେୱାଇସି ପ୍ରକ୍ରିୟା ଆଧାର କାର୍ଡଧାରୀଙ୍କ ଠାରୁ ଆରମ୍ଭ ହୁଏ। ଏହାପରେ ଅଥଣ୍ଟିକେସନ୍‌(ବାୟୋମେଟ୍ରିକ୍‌ସ କିମ୍ବା ଓଟିପି ମାଧ୍ୟମରେ) କରାଯାଏ। ଅନୁମୋଦନ ହେବା ପୂର୍ବରୁ ଏହାକୁ କେୱାଇସି ଉପଭୋକ୍ତା ଏଜେନ୍ସିକୁ ଏବଂ ଶେଷରେ ପ୍ରାମାଣୀକରଣ ସେବା ଏଜେନ୍ସିକୁ ପଠାଯାଏ।
  ନାଗରିକମାନଙ୍କୁ ସୁପାରିଶ କରାଯାଏ ଯେ, ସେମାନେ ଆବଶ୍ୟକସ୍ଥଳେ, ସେମାନଙ୍କର ନାମ ଓ ଠିକଣା ଭଳି ସୂଚନା ସଂଶୋଧିତ  କରନ୍ତୁ। ଯାହାଦ୍ବାରା ସେମାନଙ୍କ ତଥ୍ୟଗୁଡ଼ିକ ଅପ୍‌-ଟୁ-ଡେଟ୍‌ ରହିପାରିବ।