ଭୁବନେଶ୍ବର: ରାଜ୍ୟରେ ରୁପା ଦାମ୍ ପୁଣି ଥରେ ବଢ଼ିଛି। ଗତ ତିନିଦିନ ମଧ୍ୟରେ ରୁପା କେଜି ୧୧ ହଜାର ଟଙ୍କା ବଢ଼ି ୨ ଲକ୍ଷ ୭ ହଜାର ଟଙ୍କାରେ ପହଞ୍ଚିଛି। ବୁଧବାର ଏହାର ଦାମ୍‌ରେ ଏକସଙ୍ଗେ ୮୦୦୦ ଟଙ୍କାର ବୃଦ୍ଧି ଘଟିଛି। କେବଳ ଓଡ଼ିଶା ନୁହେଁ, ଦେଶବ୍ୟାପୀ ରୁପା ମହଙ୍ଗା ହେବାରେ ଲାଗିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆସନ୍ତା ମାର୍ଚ୍ଚରେ ଡେଲିଭରି ହେବାକୁ ଥିବା ରୁପାର କେଜିପିଛା ଦାମ୍ ୩୭୩୬ ଟଙ୍କା ବୃଦ୍ଧି ପାଇ ୧,୯୧,୮୦୦ ଟଙ୍କା ହୋଇଛି। ସୁନା ଦର ବି ଆଜି ବଢ଼ିଛି। ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୦୦ ଟଙ୍କା ବଢ଼ି ୧,୧୯,୪୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍ ୮୭୦ ଟଙ୍କା ବୃଦ୍ଧି ପାଇ ୧,୩୦,୩୧୦ ଟଙ୍କା ହୋଇଛି। 

Advertisment

Rural Village: ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାରେ ରହିଛି ‘ଆମମୁଣ୍ଡା’ ଗାଁ, ମୌଳିକ ସୁବିଧାକୁ କରିଛନ୍ତି ଅପେକ୍ଷା

ରୁପା ଦର ବୃଦ୍ଧି ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ ସାରା ବିଶ୍ବରେ ରୁପାର ଷ୍ଟକ୍ କମ୍ ହେଉଛି, ଯୋଗାଣ ପ୍ରଭାବିତ ହୋଇଛି। ଆମେରିକାର ଫେଡେରାଲ ରିଜର୍ଭ ସୁଧ କମ୍ କରିବ ବୋଲି ସମସ୍ତେ ଚାହିରହିଛନ୍ତି। ନିକଟରେ ଆମେରିକା ପକ୍ଷରୁ ରୁପାକୁ କ୍ରିଟିକାଲ ମିନେରାଲ ତାଲିକାରେ ସାମିଲ କରାଯିବା ପରେ ତାହାର ଗୁରୁତ୍ବ ଆହୁରି ବଢ଼ିଯାଇଛି। ରୁପା ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌ରେ ମଧ୍ୟ ନିବେଶକମାନେ ବିପୁଳ ନିବେଶ କରୁଛନ୍ତି। ‌ଏହି ସବୁ କାରଣ ପାଇଁ ରୁପା ମହଙ୍ଗା ହେଉଥିବା ସେମାନେ କହିଛନ୍ତି।

Ahilyabai Programme: ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ୩୦୦ ବର୍ଷ ଅବସରରେ ସ୍ମରଣ ସଭା ଆୟୋଜିତ