ଭୁବନେଶ୍ବର: ବିଶ୍ବ ବଜାରରେ ଅସ୍ଥିରତା ଓ ମୁଦ୍ରାସ୍ଫିତି ଯୋଗୁ ଦିନକୁ ଦିନ ସୁନା ଦର ରେକର୍ଡ ଭାଙ୍ଗୁଛି। ଏଭଳି କ୍ଷେତ୍ରରେ ଭାରତ ଭଳି ଗହଣାପ୍ରିୟ ଦେଶବାସୀଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି। ଅଳଙ୍କାରପ୍ରେମୀ ଭାରତୀୟ ମହିଳା ଗହଣା ପିନ୍ଧା ଛାଡ଼ିବା ସମ୍ଭବ ନୁହେଁ। ଅନ୍ୟପଟେ ଏତେ ପରିମାଣର ଟଙ୍କା ଦେଇ ସୁନା ଗହଣା କିଣିବା ବି ବାଧୁଛି। ଏଣୁ ବିକଳ୍ପ ଖୋଜାରେ ଲାଗିଛନ୍ତି ମହିଳା। ସୁନା ଗହଣାର ବିକଳ୍ପ ଭାବେ ବଜାରକୁ ଏବେ ଆସିଛି ରୋଜ୍ ଗୋଲ୍ଡ, ହ୍ବାଇଟ୍ ଗୋଲ୍ଡ ଭଳି ବିକଳ୍ପ ସହ ୧୮ ଓ ୧୪ କ୍ୟାରେଟ୍ ସୁନା। ଯାହା ଏବେ ରାଜଧାନୀବାସୀଙ୍କ ଅଳଙ୍କର ତୃଷ୍ଣାକୁ ମେଣ୍ଟାଇବାରେ ବେଶ୍ ସଫଳ ହେଉଛି।
Surendra Mohanty: ‘ସାହିତ୍ୟ ସୃଷ୍ଟି ଦୃଷ୍ଟିରୁ ସୁରେନ୍ଦ୍ର ମହାନ୍ତିଙ୍କ ଅବଦାନର ତୁଳନା ନାହିଁ’
ସୁନାକହିଲେ, ସାଧାରଣତଃ ଆମେ ଭାରତୀୟମାନେ ଅଳଙ୍କାରକୁ ହିଁ ବୁଝିଥାଉ। ସୁନା ଅଳଙ୍କାର କିନ୍ତୁ ଖାଣ୍ଟି ସୁନାରେ ତିଆରି ହୁଏ ନାହିଁ। ଭାରତୀୟମାନେ ବିଶେଷ ଭାବେ ୨୨ କ୍ୟାରେଟ୍ ସୁନାର ଗହଣା କିଣୁଥିବା ବେଳେ ଏହି ସୁନା ହେଉଛି ଏକ ମିଶ୍ର ଧାତୁ। ଯେଉଁଥିରେ ୯୧.୬୭% ଖାଣ୍ଟି ସୁନା ସହ ୮.୩୩% ଅଲଗା ଧାତୁ ଯଥା ତମ୍ବା, ରୁପା, ନିକେଲ ଓ ଜିଙ୍କ୍ ଆଦି ମିଶିଥାଏ। କ୍ୟାରେଟ ହେଉଛି ସୁନାର ‘ମାନକ’ ଯାହାକି ସୁନାର ଖାଣ୍ଟିପଣକୁ ଦର୍ଶାଇଥାଏ। କ୍ୟାରେଟ୍ ଯେତେ ଅଧିକ ହୋଇଥାଏ ସୁନାର ପରିମାଣ ସେତେ ଅଧିକ ହୋଇଥାଏ। ୨୨ କ୍ୟାରେଟ ସୁନା, ୯୧୬ ସୁନା ଭାବେ ବି ଜଣାଶୁଣା। ଯାହାର ଅଳଙ୍କାର ଭାରତୀୟଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ।
Accident : ଦୁର୍ଘଟଣା ଭାଙ୍ଗିଦେଲା ସ୍ବପ୍ନ, ସଜେଇ ଦେଉଥିବା ହାତ ଆଜି ଅସଜଡ଼ା
ଚାହିଦାରେ ୧୮ କ୍ୟାରେଟ୍ ସୁନା ଅଳଙ୍କାର
୨୨ କ୍ୟାରେଟ୍ ସୁନା ଦର ଆକାଶଛୁଆଁ ରହିଥିବା ବେଳେ ଏବେ ବିବାହ ଋତୁରେ ୧୮ କ୍ୟାରେଟ୍ ଅଳଙ୍କାର କ୍ରୟ ପାଇଁ ଚାହିଦା ବଢ଼ିଛି। ୧୮ କ୍ୟାରେଟ୍ ସୁନାରେ ୭୫% ସୁନା ଓ ୨୫% ମିଶ୍ର ଧାତୁ ଯଥା, ତମ୍ବା, ରୁପା ଓ ନିକେଲ ମିଶିଥାଏ। ୨୨ କ୍ୟାରେଟ୍ ସୁନା ହଳଦିଆ ଦେଖାଯାଉଥିବା ବେଳେ ୧୮ କ୍ୟାରେଟ୍ ସୁନାର ରଙ୍ଗ ହଲ୍କା ଲାଲ୍ ଆସିଥାଏ। ଏହି ସୁନାରେ ପ୍ରସ୍ତୁତ ଅଳଙ୍କାର ମଜବୁତ ହୋଇଥିବା ବେଳେ ନିତିଦିନିଆ ବ୍ୟବହାର ପାଇଁ ଏହା ଭଲ ବିକଳ୍ପ ଅଟେ। ଏହି ହଲ୍କା ଲାଲ୍-ହଳଦିଆ ରଙ୍ଗ ସମ୍ଭ୍ରାନ୍ତଶ୍ରେଣୀୟ ଲୁକ୍ ଦେଉଥିବାରୁ ଏହା ସହରିଆଙ୍କ ପସନ୍ଦରେ ରହିଛି। ବିଶେଷ କରି କାନଫୁଲ, ଚେନ୍, ହାତମୁଦି ଓ ଚୁଡ଼ି ପାଇଁ ଏହା ଭଲ ବିକଳ୍ପ ହୋଇଥିବା ବ୍ୟବସାୟୀମାନେ କହିଛନ୍ତି।
/filters:format(webp)/sambad/media/media_files/2025/12/10/untitled-27-2025-12-10-08-21-31.jpg)
ଫ୍ୟାସନ୍ ଜଗତର ଚାହିଦାରେ ‘ପିଙ୍କ୍ ଗୋଲ୍ଡ’
ସୁନା ତ ସୁନେଲି ରଙ୍ଗର। ତେବେ ସେ ପିଙ୍କ୍ ଗୋଲ୍ଡ ପୁଣି କ’ଣ? ଏବେ ହାଲ୍କା ଗୋଲାପୀ ଦେଖାଯାଉଥିବା ସୁନା ବଜାରରେ ବେଶ୍ ପ୍ରଚଳିତ। ବିଶେଷ କରି ସେଲିବ୍ରିଟି ଓ ସମ୍ଭ୍ରାନ୍ତଶ୍ରେଣୀୟ ଲୋକମାନଙ୍କ ମଧ୍ୟରେ ଏହାର ଚାହିଦା ଅଧିକ। ହୀରା ଗହଣା ପିନ୍ଧିବାକୁ ପସନ୍ଦ କରୁଥିବା ଧନାଢ଼୍ୟ ମହିଳାମାନେ ଏହି ‘ପିଙ୍କ୍ ଗୋଲ୍ଡ’ ଅଧିକ ପସନ୍ଦ କରିଥା’ନ୍ତି। ହୀରାର ଚମକ୍ ସହ ଏହି ଗୋଲାପୀ ସୁନା ବେଶ୍ ମାନିଥାଏ। ପିଙ୍କ୍ ଗୋଲ୍ଟ ହେଉଛି ରୋଜ୍ ଗୋଲ୍ଡ ଭଳି ଏକ ମିଶ୍ର ଧାତୁ। ରୋଜ୍ ଗୋଲ୍ଡରେ ୭୫% ଖାଣ୍ଟି ସୁନା ଓ ୨୫% ତମ୍ବା ରହିଥାଏ। ଏହାକୁ ୧୮ କ୍ୟାରେଟ୍ ସୁନା ବୋଲି କୁହାଯାଇଥାଏ। ସୁନାରେ ଯେତେ ଅଧିକ ତମ୍ବା ମିଶେ, ତାହା ସେତେ ଅଧିକ ଲାଲ୍ ଦେଖାଯାଇଥାଏ। ୨୨ କ୍ୟାରେଟ୍ ସୁନାଠାରୁ ଏହା ଅଧିକ ଦୀର୍ଘସ୍ଥାୟୀ। କିଛି କିଛି ରୋଜ୍ ଗୋଲ୍ଟରେ ଅଳଙ୍କାରକୁ କମନୀୟ କରିବାକୁ ହାଲ୍କା ରୁପା ମଧ୍ୟ ମିଶା ଯାଇଥାଏ। ରୋଜ୍ ଗୋଲ୍ଡରେ ଅଳ୍ପ ପରିମାଣର ରୁପା ମିଶାଇ ଏହାକୁ ‘ପିଙ୍କ୍ ଗୋଲ୍ଡ’ ବି କରାଯାଇଥାଏ। ଏହା ବି ୧୮ କ୍ୟାରେଟ୍ ସୁନା ବର୍ଗରେ ଯାଇଥାଏ।
/filters:format(webp)/sambad/media/media_files/2025/12/10/untitled-28-2025-12-10-08-22-56.jpg)
ପ୍ଲାଟିନମ୍ ବଦଳରେ ‘ହ୍ବାଇଟ୍ ଗୋଲ୍ଡ’
ଅନେକଙ୍କୁ ପ୍ଲାଟିନମ୍ ପସନ୍ଦ। ହେଲେ ସୁନା ଭଳି ପ୍ଲାଟିନମ୍ର ରି-ସେଲ୍ ମୂଲ୍ୟକୁ ନେଇ ଅନେକ ଦ୍ବନ୍ଦ୍ବରେ ଥାଆନ୍ତି। ଏଣୁ ପ୍ଲାଟିନମ୍ର ବିକଳ୍ପ ଭାବେ ଏବେ ବଜାରକୁ ଆସିଛି ‘ହ୍ବାଇଟ୍ ଗୋଲ୍ଡ’। ‘ହ୍ବାଇଟ୍ ଗୋଲ୍ଡ’ ହେଉଛି ଏମିତି ଏକ ମିଶ୍ରଧାତୁ ଯେଉଁଥିରେ ୭୫% ଖାଣ୍ଟି ସୁନା ସହ ୨୫% ଧଳା ଧାତୁ ଯଥା, ରୁପା, ନିକେଲ ଓ ପାଲାଡିୟମ୍ ମିଶିଥାଏ। ନିକେଲ ଓ ପାଲାଡିୟମ୍ ହ୍ବାଇଟ୍ ଗୋଲ୍ଡକୁ ରୁପେଲି ରଙ୍ଗ ଦେବା ସହ ରୁପା ସେଥିରେ ଔଜଲ୍ୟ ଓ ସୁନ୍ଦର, ଶୀତଳ ଧଳା ରଙ୍ଗ ଭରିବାରେ ସାହାଯ୍ୟ କରେ। ଶେଷରେ ଧଳା ସୁନାର ଧଳା ଚମକ୍ ପାଇଁ ଏଥିରେ ରୋଡିୟମ୍ର କୋଟିଂ ମଧ୍ୟ ଦିଆଯାଇଥାଏ। ଧଳା ଧାତୁ ମିଶିଥିବା ଯୋଗୁଁ ହ୍ବାଇଟ୍ ଗୋଲ୍ଡ ଦୀର୍ଘସ୍ଥାୟୀ ହୋଇଥାଏ। ଦାମୀ ହୀରା ମୁଦି ଓ ମଙ୍ଗଳସୂତ୍ରରେ ଏହି ‘ଧଳା ସୁନା’ ଅଧିକ ପସନ୍ଦ କରାଯାଏ। ଯାହାକି ଏକ ଅତି ସମ୍ଭ୍ରାନ୍ତଶ୍ରେଣୀୟ ଲୁକ୍ ଦେବାରେ ସାହାଯ୍ୟ କରେ। ତେବେ ସମୟ ସହ ଧଳା ସୁନା ଉପରେ ଦିଆଯାଇଥିବା ରୋଡିୟମ୍ କୋଟିଂ ଛାଡ଼ିଯାଇଥାଏ। ଏଣୁ ସମୟ ସମୟରେ ଆଉ ଥରେ ଏହାକୁ କୋଟିଂ କରିବାକୁ ପଡ଼ିଥାଏ। ତେବେ ଧନାଢ଼୍ୟ ଶ୍ରେଣୀୟ ଲୋକଙ୍କ ମଧ୍ୟରେ ଏହାର ଚାହିଦା ଅଧିକ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/10/untitled-26-2025-12-10-08-16-42.jpg)