ଭୁବନେଶ୍ବର: ୨୦୦ କେଭି, ୪୦୦ କେଭି ହାଇପାୱାର ଟ୍ରାନ୍ସମିସନ ପ୍ରସ୍ତୁତ କରୁଥିବା କମ୍ପାନି ଏମ୍ପାପାୱାରଟ୍ରାନ୍ସ ପ୍ରାଇଭେଟ୍ ଲିମିଟେଡ୍ ୨୦୧୮ରେ ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ରେ ବିଜେତା ହୋଇଥିଲା। ନିଜ କମ୍ପାନିର ଯାତ୍ରା ସମ୍ପର୍କରେ କମ୍ପାନିର ସିଏଫ୍ଓ ପ୍ରଶାନ୍ତ ନାୟକ କହିଛନ୍ତି ଯେ ଆମ ପାଖରେ ଏବେ ୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାର୍ଯ୍ୟବରାଦ ରହିଛି। ତାଳଚେର, ଖଲ୍ଲିଖୋଟ, ଝାରସୁଗୁଡ଼ା ଭଳି ସ୍ଥାନରେ କମ୍ପାନିର କାର୍ଯ୍ୟ ଚାଲିଛି। ପ୍ରତି ପ୍ରକଳ୍ପର ମୂଲ୍ୟ ୨୦-୨୨ କୋଟି ଟଙ୍କା ମଧ୍ୟରେ ରହୁଛି। ‘ସମ୍ବାଦ’ର ଏହି ପୁରସ୍କାରକୁ ଏକ ବହୁତ ଭଲ ପଦକ୍ଷେପ ଭାବେ ବର୍ଣ୍ଣନା କରି ଶ୍ରୀ ନାୟକ କହିଛନ୍ତି ଯେ ଏହା ଦ୍ବାରା ଛୋଟ ଛୋଟ ଉଦ୍ୟୋଗୀମାନେ ଉତ୍ସାହିତ ହେବେ। ସେମାନଙ୍କ ପ୍ରଚାରପ୍ରସାର ହେବ।
୨୫ ଗ୍ରାମର କ୍ରୀଡ଼ାକ୍ଲବ ଓ ସ୍କୁଲକୁ କିଟ୍ ବଣ୍ଟନ
ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେମାନେ ସୁଯୋଗ ପାଇବେ। ରାଜ୍ୟରେ ଅନେକ ଉଦ୍ୟୋଗୀ ରହିଛନ୍ତି ଯେଉଁମାନଙ୍କ ପାଖରେ ପ୍ରତିଭା ଥିବା ସତ୍ତ୍ବେ ସେମାନଙ୍କୁ ସ୍ବୀକୃତି ମିଳୁନାହିଁ। ‘ସମ୍ବାଦ’ ସେଭଳି ବ୍ରାଣ୍ଡ୍କୁ ଲୋକଲୋଚନକୁ ଆଣୁଛି। ପରିଚିତ ହେବା ପରେ ସେମାନଙ୍କୁ ଅଧିକ କାମ ମିଳୁଛି। ସେମାନଙ୍କ କାର୍ଯ୍ୟସଂସ୍କୃତିରେ ମଧ୍ୟ ଉନ୍ନତି ଘଟୁଛି। ପ୍ରତିଦ୍ବନ୍ଦ୍ବୀମାନଙ୍କ ସହ ସେମାନେ ଭଲ ପ୍ରତିଯୋଗିତା କରିପାରୁଛନ୍ତି। ‘‘ସମ୍ବାଦ’ର ଏହି ପୁରସ୍କାର ବିଷୟରେ ସେ କହିଥିଲେ ଯେ ଆମ ପାଇଁ ଅଭିଜ୍ଞତା ବହୁତ ଭଲ ଥିଲା। ରାଜ୍ୟର ଉଦ୍ୟୋଗଗୁଡ଼ିକ ଆଗକୁ ବଢ଼ିଲେ ନିଯୁକ୍ତି ସୁଯୋଗ ବଢ଼ିବ। ଲୋକମାନଙ୍କ ଆୟ ବଢ଼ିବ। ଫଳରେ ରାଜ୍ୟର ଅର୍ଥନୀତି ସୁଦୃଢ଼ ହେବ। ଏହି ଅଭିଯାନ ସରକାରଙ୍କୁ ମଧ୍ୟ ରାଜ୍ୟର ଶିଳ୍ପାୟନ ବିଷୟରେ ସୂଚିତ କରୁଛି ଯାହା ଫଳରେ ସରକାର ମଧ୍ୟ ଉଦ୍ୟୋଗୀମାନଙ୍କ ପାଇଁ ଉତ୍ତମ ନୀତି ପ୍ରସ୍ତୁତ କରିପାରୁଛନ୍ତି। ପ୍ରତିଭାବାନ ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ସରକାରଙ୍କ ଦାୟିତ୍ବ। ସେମାନଙ୍କୁ ଖୋଜିବାହାର କରିବା କାମ ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ କରୁଛି ବୋଲି ସେ କହିଛନ୍ତି। ଏହି ନିରପେକ୍ଷ ପୁରସ୍କାର ଅଭିଯାନରେ ସାମିଲ ହେବାକୁ ସେ ରାଜ୍ୟର ଉଦ୍ୟୋଗୀମାନଙ୍କୁ ଆହ୍ବାନ ଦେଇଛନ୍ତି।
Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ
Follow Us