ଭୁବନେଶ୍ବର: ରାତାରାତି କୌଣସି କମ୍ପାନିର ବ୍ରାଣ୍ଡ୍ ତିଆରି ହୋଇ ନଥାଏ। ଏଥିପାଇଁ ସମୟ ଲାଗିଥାଏ। କମ୍ପାନିକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଉତ୍ତମମାନର ଉତ୍ପାଦ ଓ ସେବା ଯୋଗାଇ ଦେଇ ଗ୍ରାହକଙ୍କ ଆସ୍ଥା ହାସଲ କରିବାକୁ ହୋଇଥାଏ। ଏକ ମଜଭୁତ ବ୍ରାଣ୍ଡ୍ ପାଇଁ କମ୍ପାନିକୁ ତାହାର ମୂଳ ମୂଲ୍ୟବୋଧଗୁଡ଼ିକୁ ଅକ୍ଷତ ରଖିବାକୁ ହୋଇଥାଏ ବୋଲି ଜଗଦମ୍ବା ପଲିମର୍ସର ପରିଚାଳନା ନିର୍ଦ୍ଦେଶକ ଚନ୍ଦ୍ର ପ୍ରକାଶ ଭରତିଆ କହିଛନ୍ତି। ତାଙ୍କ ମତରେ ଗୋଟିଏ ସଂସ୍ଥା ପାଇଁ ସ୍ବୀକୃତି ବା ପୁରସ୍କାର ଅନେକ ମହତ୍ତ୍ବ ରଖିଥାଏ। ଆଗକୁ ବଢ଼ିବା ପାଇଁ ଏହା ସର୍ବଦା ପ୍ରେରଣା ଯୋଗାଇଥାଏ। ବିଶେଷକରି କମ୍ପାନିର କଠିନ ପରିଶ୍ରମକୁ ସ୍ବୀକୃତି ମିଳିଥାଏ।
IMD: ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକାଙ୍କ ସ୍କୁଲ ଛାତ୍ରଛାତ୍ରୀ ସହ ଆଭାସୀ ଆଲୋଚନା
ଏଥିଯୋଗୁ ଗ୍ରାହକ, ବ୍ୟାଙ୍କ ଏବଂ ବ୍ୟବସାୟ ଜଗତରେ ବ୍ରାଣ୍ଡ୍ର ବିଶ୍ବସନୀୟତା ବଢ଼ିଯାଇଥାଏ। କମ୍ପାନିର ଉତ୍ପାଦ ମାନଦଣ୍ଡକୁ ଉଚ୍ଚସ୍ତରରେ ବଜାୟ ରଖିବା ପାଇଁ ଏହା ବାରମ୍ବାର ମନେ ପକାଇ ଦେଇଥାଏ। ‘ସମ୍ବାଦ’ ପକ୍ଷରୁ ଆରମ୍ଭ କରାଯାଇଥିବା ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ ନିଶ୍ଚିତଭାବେ ଏକ ପ୍ରଶଂସନୀୟ ପଦକ୍ଷେପ। ଓଡ଼ିଶା ଭିତରର ବ୍ରାଣ୍ଡ୍ଗୁଡ଼ିକୁ ଏହି ପୁରସ୍କାର ପରିଚୟ ଦେଉଛି। ଛୋଟଠାରୁ ଆରମ୍ଭ କରି ମଧ୍ୟମ ଏବଂ ବୃହତ୍ ଉଦ୍ୟୋଗଗୁଡ଼ିକ ଏହାଦ୍ବାରା ପରିଚିତି ହାସଲ କରୁଛନ୍ତି। ଓଡ଼ିଶାର ଉଦ୍ୟୋଗଗୁଡ଼ିକର ଦୃଶ୍ୟମାନତା ରାଜ୍ୟ ଭିତରେ ଏବଂ ବାହାର ବଜାରରେ ବଢ଼ୁଛି। ଏହି ପୁରସ୍କାର ଅନ୍ୟ ଉଦ୍ୟୋଗୀ ଓ ବ୍ୟବସାୟୀମାନଙ୍କୁ ମଧ୍ୟ ପ୍ରେରଣା ଦେଉଛି ବୋଲି ଶ୍ରୀ ଭରତିଆ କହିଛନ୍ତି।
Donald Trump : ମୋଦୀଙ୍କ ସହ ମୋର ଭଲ ସମ୍ପର୍କ, କିନ୍ତୁ ଏବେ ସେ ମୋ ଉପରେ ଖୁସି ନାହାନ୍ତି : ଟ୍ରମ୍ପ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/07/sfhfhfxbvbv-2026-01-07-02-00-19.jpg)