ଭୁବନେଶ୍ବର: କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ମିଳେନାହିଁ। କାରଣ ତାହା ଏକ ସାମଗ୍ରୀ ଭାବେ ବିକ୍ରି ହୁଏ। ବ୍ରାଣ୍ଡ୍ ଭାବରେ ନୁହେଁ। ଯଦି ନିଜ ବ୍ରାଣ୍ଡ୍ ଗଠନ କରି ଉକ୍ତ ସାମଗ୍ରୀକୁ ବିକ୍ରି କରାଯିବ ତେବେ ତାହାର ଅନ୍ତର୍ନିହିତ ମୂଲ୍ୟ ମିଳିପାରିବ। ବ୍ରାଣ୍ଡିଂ ହେଲେ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ। ବ୍ୟବସାୟର ମୂଲ୍ୟ ନିର୍ଦ୍ଧାରଣ ହୋଇପାରିବ ବୋଲି ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର କହିଛନ୍ତି। ଓଡ଼ିଶାରେ ଦୁଗ୍ଧ କ୍ଷେତ୍ରରେ ସଫଳ ବ୍ରାଣ୍ଡ୍ ପ୍ରତିଷ୍ଠା ହୋଇପାରିଛି। ସବୁ କୃଷିଜାତ ଦ୍ରବ୍ୟ, ଏଭଳିକି ପନିପରିବାକୁ ମଧ୍ୟ ବ୍ରାଣ୍ଡିଂ କରି ବିକ୍ରି କରାଯାଇପାରିବ। ବ୍ରାଣ୍ଡ୍ ଗଠନ ହେଲେ ଆଉ ଅଭାବୀ ବିକ୍ରି ସମସ୍ୟା ରହିବନାହିଁ। ଚାଷୀମାନେ ନିଜ ସାମଗ୍ରୀର ଉଚିତ୍ ମୂଲ୍ୟ ପାଇପାରିବେ ବୋଲି ସେ କହିଛନ୍ତି। ଆମେ ବ୍ରାଣ୍ଡ୍ ତିଆରି କରିବା ଲାଗି ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଉଦ୍ୟମ ଜାରି ରଖିଛୁ। ଆମ ଅଣ୍ଡା ବ୍ରାଣ୍ଡ୍ ‘କେନ୍କୋ’ ସାରା ଭାରତରେ ପରିଚିତ ହୋଇପାରିଛି। ସାରା ଭାରତରେ ଅଣ୍ଡା ପହଞ୍ଚାଇବାକୁ ଆମେ ଉଦ୍ୟମ କରୁଛୁ।
Drinking Water:ନବରଂଗପୁର ଜିଲ୍ଲାରେ ବଢ଼ୁଛି ଜଳକଷ୍ଠ: ପାଣି ପାଇଁ ମାରପିଟ୍
ବ୍ରାଣ୍ଡ୍ର ପ୍ରତିଷ୍ଠା ବଜାୟ ରଖିବାକୁ ହେଲେ ସେଥିପ୍ରତି ସଦାସର୍ବଦା ଧ୍ୟାନ ଦେବାକୁ ହେବ। ଗୁଣାତ୍ମକ ମାନକୁ ବଜାୟ ରଖିବାକୁ ପଡ଼ିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଉଦ୍ୟୋଗୀଙ୍କ ପାଇଁ ସ୍ବୀକୃତି ଓ ମାନ୍ୟତାର ଗୁରୁତ୍ବ ସମ୍ପର୍କରେ ସେ କହିଛନ୍ତି ଯେ ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ଉଦ୍ୟୋଗୀମାନଙ୍କୁ ଯେଭଳି ସହଯୋଗ ମିଳିବା କଥା ତାହା ମିଳେ ନାହିଁ। ‘ସମ୍ବାଦ’ ଭଳି ଅନୁଷ୍ଠାନ ଯେତେବେଳେ ଆଗକୁ ଆସି ଉଦ୍ୟୋଗମାନଙ୍କୁ ସ୍ବୀକୃତି ଦିଏ ତାହା ସେମାନଙ୍କୁ ଆଗକୁ ବଢ଼ିବାକୁ ଓ ଅଧିକ ପରିଶ୍ରମ କରିବାକୁ ଉତ୍ସାହିତ କରିଥାଏ। ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍: ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ’ ଅଭିଯାନ ଏକ ବହୁତ ଭଲ ତଥା ସକାରାତ୍ମକ ପଦକ୍ଷେପ। ଏହି ଅଭିଯାନ ଜାରି ରହିବା ଉଚିତ୍ ବୋଲି ସେ କହିଛନ୍ତି।
Follow Us