ଭୁବନେଶ୍ବର: ଗୋଟିଏ ନାମ ବା ଚିତ୍ର ଆକାରରେ ଗ୍ରାହକଙ୍କ ମସ୍ତିଷ୍କରେ ଯାହା ସ୍ଥାନ ପାଇଥାଏ ତାହାକୁ ବ୍ରାଣ୍ଡ୍ କୁହାଯାଇଥାଏ। କେଉଁମାନର ଉତ୍ପାଦ ଏବଂ ସେବା କମ୍ପାନି ଯୋଗାଉଛି ବା ଯୋଗାଇବ ତାହା ବ୍ରାଣ୍ଡ୍ରୁ ସୂଚନା ମିଳିଥାଏ। ଗୋଟିଏ କମ୍ପାନି ପାଇଁ ବ୍ରାଣ୍ଡ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା କମ୍ପାନିକୁ ପରିଚୟ ଦେଇଥାଏ। ବ୍ରାଣ୍ଡ୍ ଯେତେ ଭଲ ହେବ କମ୍ପାନିର ବ୍ୟବସାୟକୁ ଆଗକୁ ବଢ଼ାଇବା ସେତେ ସହଜ ହେବ। ବର୍ତ୍ତମାନ ଏବଂ ଭବିଷ୍ୟତର ଗ୍ରାହକଙ୍କୁ ଧ୍ୟାନରେ ରଖି ବ୍ରାଣ୍ଡ୍ ତିଆରି କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ ବୋଲି ସିକ୍ୟୋଡସଫ୍ଟ ଟେକ୍ନୋଲୋଜିଜ୍ ଲିମିଟେଡ୍ର ସହ-ପ୍ରତିଷ୍ଠାତା ତଥା ସିଇଓ ଶାନ୍ତି ଭୂଷଣ ରାଜ୍ କହିଛନ୍ତି। ତାଙ୍କ ମତରେ ପୁରସ୍କାର ଉଦ୍ୟୋଗୀମାନଙ୍କୁ ବହୁମାତ୍ରାରେ ଉତ୍ସାହିତ କରେ।
Gajapati Utsav: ଗଜପତି ଉତ୍ସବ ଉଦ୍ଘାଟିତ; ଆସିଲେନି ମନ୍ତ୍ରୀ, ଲୋକେ ଅସନ୍ତୁଷ୍ଟ!
ସଂଘର୍ଷ କରି ଉତ୍ପାଦ ପ୍ରସ୍ତୁତ କରିଥିବା ବା ସଫଳତା ପାଇଥିବା ସଂସ୍ଥା ଓ ତାହାର ଟିମ୍କୁ ପୁରସ୍କାର ବା ସ୍ବୀକୃତିରୁ ବହୁତ ଖୁସି ମିଳିଥାଏ। ସେମାନଙ୍କୁ ଆହୁରି ଭଲ କାମ କରିବାକୁ ପ୍ରେରଣା ମିଳେ। ତେଣୁ ସମାଜ ଏବଂ ଦେଶ ପାଇଁ ସେମାନଙ୍କ ଠାରୁ ଅଧିକ ଯୋଗଦାନ ମିଳିବା ସୁଯୋଗ ସୃଷ୍ଟି ହୋଇଥାଏ। ‘ସମ୍ବାଦ’ ପକ୍ଷରୁ ପ୍ରଦାନ କରାଯାଇ ଆସୁଥିବା କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ନିଶ୍ଚିତଭାବେ ଭଲ ପଦକ୍ଷେପ। ବିଭିନ୍ନ ଦିଗକୁ ବିଚାର କରି ‘ସମ୍ବାଦ’ ନିରପେକ୍ଷ ଭାବେ ଏହି ପୁରସ୍କାର ଦେଇ ରାଜ୍ୟର ବ୍ରାଣ୍ଡ୍ଗୁଡ଼ିକୁ ସ୍ବୀକୃତି ଦେଉଛି। ତେଣୁ ‘ସମ୍ବାଦ’ର ଏହି ପୁରସ୍କାରର ଅନେକ ମହତ୍ତ୍ବ ରହିଛି ବୋଲି ସେ କହିଛନ୍ତି। ଉଦ୍ୟୋଗୀ ହେବା ଯେତିକି ଆହ୍ବାନପୂର୍ଣ୍ଣ ସେତିକି ଆନନ୍ଦଦାୟକ ମଧ୍ୟ। ଆମେ କାର୍ଯ୍ୟ କରୁଥିବା କ୍ଷେତ୍ରରେ ଓଡ଼ିଶାରେ ଅନୁକୂଳ ପରିବେଶ ରହିଛି। ରାଜ୍ୟ ସରକାର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି। ତେଣୁ ବ୍ୟବସାୟ ପାଇଁ ଓଡ଼ିଶା ଏକ ଭଲ ସ୍ଥାନ ବୋଲି ସେ କହିଛନ୍ତି।
Narendra Modi: ପ୍ରତିଭାବାନ ବୋଡ଼ୋ ଯୁବକଯୁବତୀ ଆଜି ଆସାମର ସାଂସ୍କୃତିକ ଦୂତ ହେଉଛନ୍ତି: ପ୍ରଧାନମନ୍ତ୍ରୀ
Follow Us