Advertisment

Sensex: ୧୦୬୮ ପଏଣ୍ଟ ଖସିଲା ସେନ୍‌ସେକ୍ସ: ନିବେଶକ ହରାଇଲେ ୬ ଲକ୍ଷ କୋଟି

Advertisment

ଆଜି ବମ୍ବେ ଷ୍ଟକ୍‌ ବଜାରରେ ସେନ୍‌ସେକ୍ସରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି।  ବିଭିନ୍ନ କଂପାନିର ସେୟାର ମୂଲ୍ୟରେ ତୀବ୍ର ହ୍ରାସ ଯୋଗୁ ନିବେଶକମାନେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି।

ଆଜି ବମ୍ବେ ଷ୍ଟକ୍‌ ବଜାରରେ ସେନ୍‌ସେକ୍ସରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି।  ବିଭିନ୍ନ କଂପାନିର ସେୟାର ମୂଲ୍ୟରେ ତୀବ୍ର ହ୍ରାସ ଯୋଗୁ ନିବେଶକମାନେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି।

Sensex

Sensex Photograph: (google)

ମୁମ୍ବାଇ: ଆଜି ବମ୍ବେ ଷ୍ଟକ୍‌ ବଜାରରେ ସେନ୍‌ସେକ୍ସରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି।  ବିଭିନ୍ନ କଂପାନିର ସେୟାର ମୂଲ୍ୟରେ ତୀବ୍ର ହ୍ରାସ ଯୋଗୁ ନିବେଶକମାନେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି। ଭାରତ ଉପରେ ଆମେରିକାର ଶୁଳ୍କ ନେଇ ଅନିଶ୍ଚିତତା ଓ ଏଆଇ ପ୍ରଭାବ ଆଶଙ୍କାକୁ ନେଇ ଆଜିର କାରବାରରେ ମାନ୍ଦା ସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ବମ୍ବେ ଷ୍ଟକ୍‌ ବଜାରରେ ସମ୍ବେଦନଶୀଳ ସୂଚକାଙ୍କ ‘ସେନ୍‌ସେକ୍ସ’ ୧୦୬୮ ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍‌ଟି ମଧ୍ୟ ୨୮୮ ପଏଣ୍ଟ ହ୍ରାସ ପାଇଥିଲା। କାରବାର ବନ୍ଦ ହେବା ବେଳକୁ ସେନ୍‌ସେକ୍ସ ୮୨,୨୨୫.୯୨ ପଏଣ୍ଟ ଥିଲା। ସେହିପରି ନିଫ୍‌ଟି ୨୫,୪୨୪.୬୫ ପଏଣ୍ଟ୍‌ରେ ବନ୍ଦ ହୋଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନିଶ୍ଚିତ ଶୁଳ୍କ ନୀତି ବିଶ୍ବ ବାଣିଜ୍ୟ କାରବାରକୁ ପ୍ରଭାବିତ କରୁଥିବାରୁ ଷ୍ଟକ୍‌ ବଜାରରେ ଅସ୍ଥିରତା ଦେଖାଦେବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା। 

Sensex Increase: ସେନ୍‌ସେକ୍ସ ୨୦୭୨ ପଏଣ୍ଟ୍‌ ବଢ଼ିଲା: ଭାରତ-ଆମେରିକା ବାଣିଜ୍ୟ ରାଜିନାମା ପ୍ରଭାବ

ଆଜି କରବାରର ପ୍ରଥମ ପର୍ଯ୍ୟାୟରେ ସେନ୍‌ସେକ୍ସ କିଛି ମାତ୍ରାରେ ହ୍ରାସ ପାଇଥିଲା। କିନ୍ତୁ ମଧ୍ୟାହ୍ନରେ ଦିନର ସର୍ବକାଳୀନ ସ୍ତର ୮୩,୦୭୯ ଛୁଇଥିଲା। ତେବେ ଅପରାହ୍ଣରେ ପତନର ଧାରା ଆରମ୍ଭ ହୋଇଯାଇଥିଲା। ବିଶେଷକରି ଆଇଟି ଓ ଅଟୋମୋବାଇଲ କଂପାନିଗୁଡ଼ିକର ସେୟାର ମୂଲ୍ୟ ଆଜି ବି‌ଶେଷଭାବେ ହ୍ରାସ ପାଇଥିଲା। ଅଧିକାଂଶ ଆଇଟି କଂପାନିଙ୍କ ସେୟାର ମୂଲ୍ୟ ଆଜି ହ୍ରାସ ପାଇଥିଲା। ଇନ୍‌ଫୋସିସ୍, ଟିସିଏସ୍‌, ଏଚ୍‌ସିଏଲ୍‌, ଟେକ୍‌ ମହିନ୍ଦ୍ରା, ୱିପ୍ରୋ ଆଦି ସଂସ୍ଥାରେ ନିବେଶକମାନେ ଆଜିର ସେୟାର ମୂଲ୍ୟ ହ୍ରାସ ଦ୍ବାରା ପ୍ରଭାବିତ ହୋଇଛନ୍ତି। ଆଗକୁ ଏଆଇ ଦ୍ବାରା ସୂଚନାପ୍ରଯୁକ୍ତି ଶିଳ୍ପ ପ୍ରଭାବିତ ହେବା ନେଇ ଅାଶଙ୍କା ଥିବାରୁ ଏଭଳି ହ୍ରାସ ହୋଇଥିବା କୁହାଯାଉଛି।

Sensex: ୧୦୬୬ ପଏଣ୍ଟ୍‌ ଖସିଲା ସେନସେକ୍ସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe