Sixth State Finance Commission: ଅଭିନବ ପ୍ରସ୍ତାବ ଦେଲେ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ: ରାଜ୍ୟପାଳଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ

Advertisment

ଡକ୍ଟର ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ପକ୍ଷରୁ ଲୋକ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯାଇଛି। ରାଜ୍ୟର ଆର୍ଥିକ ବିକାଶ ପାଇଁ ରିପୋର୍ଟ‌ରେ ବହୁ ଅଭିନବ ପରାମର୍ଶ ପ୍ରଦାନ କରାଯାଇଛି।

ଡକ୍ଟର ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ପକ୍ଷରୁ ଲୋକ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯାଇଛି। ରାଜ୍ୟର ଆର୍ଥିକ ବିକାଶ ପାଇଁ ରିପୋର୍ଟ‌ରେ ବହୁ ଅଭିନବ ପରାମର୍ଶ ପ୍ରଦାନ କରାଯାଇଛି।

fhsfhhsfhfxvb

ଭୁବନେଶ୍ବର: ଡକ୍ଟର ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ପକ୍ଷରୁ ଲୋକ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯାଇଛି। ରାଜ୍ୟର ଆର୍ଥିକ ବିକାଶ ପାଇଁ ରିପୋର୍ଟ‌ରେ ବହୁ ଅଭିନବ ପରାମର୍ଶ ପ୍ରଦାନ କରାଯାଇଛି। ବୈଠକରେ ରିପୋର୍ଟର ବିଭିନ୍ନ ସୁପାରିସ ଉପରେ ଆ‌‌ଲୋଚନା ହୋଇଥିଲା। ଗତବର୍ଷ ଅଗଷ୍ଟ ୧୮ରେ ଆୟୋଗ ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲେ। ନିର୍ଧାରିତ ସମୟ ମଧ୍ୟରେ ରିପୋର୍ଟ ଦାଖଲ କରିଥିବାରୁ ରାଜ୍ୟପାଳ ଡ. କମ୍ଭମପାଟି ଆୟୋଗକୁ ଅଭିନନ୍ଦନ ଜଣାଇଛନ୍ତି। 

Horoscope 2026 January 23: ଜାଣନ୍ତୁ ଆଜିର ରାଶିଫଳ

୨୦୨୫ ଜାନୁଆରି ୨୨ରେ ରାଜ୍ୟ ସରକାର ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିଥିଲେ। ସାର୍ବଜନୀନ ପ୍ରତିନିଧି, ଅଧିକାରୀ ଓ ବିଶେଷଜ୍ଞମାନଙ୍କଠାରୁ ଆୟୋଗ ବ୍ୟାପକ ତଥ୍ୟ ସଂଗ୍ରହ କରିଥିଲେ। ଏଥି ସହିତ ରାଜ୍ୟର ପ୍ରମୁଖ ବିଭାଗଗୁଡ଼ିକ ସହ ଆଲୋଚନା କରିଥିଲେ। ଷଷ୍ଠ ରାଜ୍ୟ ଅର୍ଥ ଆୟୋଗରେ ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପ୍ରଫେସର ଅମରେଶ ସାମନ୍ତରାୟ, ଡ. ବିଭୁ ପ୍ରସାଦ ନାୟକ ସଦସ୍ୟ ରହିଛନ୍ତି। ଡ. ସତ୍ୟପ୍ରିୟ ରଥ ସଦସ୍ୟ ସଚିବ ଓ ଅରିନ୍ଦମ ଡାକୁଆ ଏକ୍ସ ଅଫିସିଓ ସଦସ୍ୟ ଅଛନ୍ତି। ଟିକସକୁ ରାଜ୍ୟ, ପଞ୍ଚାୟତ ଓ ପୌର ସଂସ୍ଥାଗୁଡ଼ିକ ମଧ୍ୟରେ ଭାଗବଣ୍ଟା କରିବା ଲାଗି ଆୟୋଗ ସୁପାରିସ କରିଥାନ୍ତି। ଅନୁଦାନ ବିଷୟରେ ସୁପାରିସ କରିବା ସହ ପୌର ସଂସ୍ଥାଗୁଡ଼ିକର ଆର୍ଥିକ ଅଭାବକୁ କିଭଳି ଦୂର କରାଯାଇପାରିବ, ସେବିଷୟରେ ମଧ୍ୟ ଜଣାଇଥାନ୍ତି।

Health: ଆପୋଲୋ ହସ୍ପିଟାଲ୍ସରେ ଶିଶୁଙ୍କ ସଫଳ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ଚିକିତ୍ସା

୨୦୧୮ରେ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଗଠନ କରାଯାଇଥିଲା। ୨୦୨୦-୨୦୨୫ ପାଇଁ ଆୟୋଗ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକ ନିମନ୍ତେ ଟିକସ ଭାଗବଣ୍ଟା ସୁପାରିସ କରିଥିଲେ। ନିଜସ୍ବ ଟିକସର ୧୦ ପ୍ରତିଶତ ରାଶି ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ରାଜ୍ୟ ଦେବାକୁ ସୁପାରିସ କରାଯାଇଥିଲା। ଅନାବଦ୍ଧ ପାଣ୍ଠିକୁ ସ୍ଥାନୀୟ ପ୍ରାଥମିକତା କ୍ଷେତ୍ରରେ ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଥିଲା। ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଓ ପ୍ରାଥମିକ ସ୍ବାସ୍ଥ୍ୟ ସେବା ସୁଦୃଢ଼ କରିବା ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ଆକାଉଣ୍ଟାଣ୍ଟ ତଥା ଡିଇଓ ନିଯୁକ୍ତ କରିବାକୁ ମଧ୍ୟ ଆୟୋଗ ସୁପାରିସ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe