Advertisment

Cyber fraud: ସାଇବର୍‌ ଠକେଇକୁ ବୁଝିବେ ଛାତ୍ରଛାତ୍ରୀ: ସଚେତନ କରିବ ଟେଲିକମ୍‌ ବିଭାଗ

Advertisment

ଟେଲିଯୋଗାଯୋଗ ବିଭାଗର ଓଡ଼ିଶା ଲାଇସେନ୍ସ ସେବା ଅଞ୍ଚଳ (ଏଲ୍‌ଏସ୍‌ଏ) କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ ଓ ସଂଗଠନରେ ସାଇବର୍‌ ଠକେଇ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଟେଲିଯୋଗାଯୋଗ ବିଭାଗର ଓଡ଼ିଶା ଲାଇସେନ୍ସ ସେବା ଅଞ୍ଚଳ (ଏଲ୍‌ଏସ୍‌ଏ) କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ ଓ ସଂଗଠନରେ ସାଇବର୍‌ ଠକେଇ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି।

cyber fraud

ଭୁବନେଶ୍ବର: ଟେଲିଯୋଗାଯୋଗ ବିଭାଗର ଓଡ଼ିଶା ଲାଇସେନ୍ସ ସେବା ଅଞ୍ଚଳ (ଏଲ୍‌ଏସ୍‌ଏ) କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ ଓ ସଂଗଠନରେ ସାଇବର୍‌ ଠକେଇ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଗ୍ରହୀ ଅନୁଷ୍ଠାନଗୁଡ଼ିକ ଏ ସମ୍ପର୍କରେ ସ୍ଥାନୀୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

Maoists: ଆମେ ଆତ୍ମସମର୍ପଣ କରିବାକୁ ଚାହୁଁଛୁ, ରେଡିଓରେ ନିଜ ବାର୍ତ୍ତା ରଖନ୍ତୁ

ଏହିଭଳି ଏକ କାର୍ଯ୍ୟକ୍ରମ ଇଣ୍ଟରନ୍ୟାସନାଲ୍ ମ୍ୟାନେଜମେଣ୍ଟ୍ ଇନଷ୍ଟିଚ୍ୟୁଟ୍‌ ଭୁବନେଶ୍ବରରେ ଆୟୋଜନ କରାଯାଇଥିଲା। ଜଣଙ୍କ ନାମରେ କେତେ ମୋବାଇଲ୍‌ ସଂଯୋଗ ରହିଛି, ତାହା ଯାଞ୍ଚ କରିବା, ସନ୍ଦେହଜନକ କାରବାର ବିଷୟରେ ସୂଚନା ଦେବା ଏବଂ ଚୋରି ହୋଇଥିବା ହ୍ୟାଣ୍ଡ୍‌ସେଟ୍‌କୁ ବ୍ଲକ୍‌ କରିବା ପାଇଁ ସଞ୍ଚାର ସାଥୀ ପୋର୍ଟାଲ୍‌ରେ ରହିଥିବା ସୁବିଧା ସମ୍ପର୍କରେ କାର୍ଯ୍ୟକ୍ରମରେ ଓଡ଼ିଶା ଏଲ୍‌ଏସ୍‌ଏର ନି‌ର୍ଦ୍ଦେଶକ ଶ୍ରୀନିବାସ ରାଓ ଅସାପୁ ଓ ‌ଜେଟିଓ (ନିରାପତ୍ତା) ଯୁବରାଜ ବିରାଦର ଆଲୋକପାତ କରିଥିଲେ।

Maoists: ଆମେ ଆତ୍ମସମର୍ପଣ କରିବାକୁ ଚାହୁଁଛୁ, ରେଡିଓରେ ନିଜ ବାର୍ତ୍ତା ରଖନ୍ତୁ

କାର୍ଯ୍ୟକ୍ରମରେ ୧୭୦ରୁ ଅଧିକ ଛାତ୍ରଛାତ୍ରୀ ଓ ୪୦ ଫାକଲ୍‌ଟି ସଦସ୍ୟ ଭାଗ ନେଇଥିଲେ। ସେମାନଙ୍କୁ ଡିଜିଟାଲ୍‌ ଗିରଫଦାରୀ ଠକେଇ, ଫିସିଂ ଉଦ୍ୟମ, ଓଟିପି ଜରିଆରେ ହେଉଥିବା ଆର୍ଥିକ ଠକେଇ ଓ ନୂଆ ନୂଆ ଉପାୟରେ କରାଯାଉଥିବା ସାଇବର୍‌ ଠକେଇ ସମ୍ପର୍କରେ ସଚେତନ କରାଯାଇଥିଲା। ଟେଲିକମ୍‌ ବ୍ୟବସ୍ଥାକୁ ବ୍ୟବହାର କରି ହେଉଥିବା ସନ୍ଦେହଜନକ କାରବାର ବିଷୟରେ ସଞ୍ଚାର ସାଥୀ ଆପ୍‌ ଓ ପୋର୍ଟାଲ୍‌ ଜରିଆରେ ଲୋକମାନେ ସୂଚନା ଦେଇପାରିବେ। ସାଇବର୍‌ ଠକେଇ ସମ୍ପର୍କରେ ୨୪ ଘଣ୍ଟା ଭିତରେ ଜାତୀୟ ହେଲ୍‌ପଲାଇନ୍‌ ନମ୍ବର ୧୯୩୦ କିମ୍ବା ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍‌ https://cybercrime.gov.inରେ ସୂଚନା ଦିଆଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe