Photograph: (Jagran)
ଭୁବନେଶ୍ବର: ଅତିରିକ୍ତ ବଜେଟ୍କୁ ନେଇ ଶାସକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ମୁହାଁମୁହିଁ ହୋଇଛନ୍ତି। ବଜେଟ୍କୁ କଡ଼ା ସମାଲୋଚନା କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ ସରକାରଙ୍କ ୧୭ ମାସର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ବଜେଟ୍ରେ ନୂଆ ଆରମ୍ଭର କୌଣସି ଆଶା ଦେଖାଯାଉନାହିଁ। ଏଥିରେ କୌଣସି ଭିତ୍ତିଭୂମି ପ୍ରକଳ୍ପ ସ୍ଥାନ ପାଇନାହିଁ। ଅତିରିକ୍ତ ବଜେଟ୍ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ନୁହେଁ, ସେମାନଙ୍କୁ ବିଭ୍ରାନ୍ତ କରିବାକୁ ଅଣାଯାଇଥିବା ନବୀନ କହିଥିଲେ। ଏଭଳି ମନ୍ତବ୍ୟ ପାଇଁ ନବୀନଙ୍କୁ ବିଜେପି ଓଡ଼ିଶାର ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା କଡ଼ା ଜବାବ ଦେଇଛନ୍ତି। ତାଙ୍କ ଅଭିଯୋଗ ହାସ୍ୟାସ୍ପଦ ବୋଲି କହିବା ସହ ୨୪ ବର୍ଷ ଶାସନ ସମୟରେ ବିଜେଡି କାହିଁକି କିଛି କରିପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ନବୀନଙ୍କ ସମାଲୋଚନା ଗଠନମୂଳକ ନୁହେଁ ବୋଲି କହିବା ସହ ତାହାକୁ ଜଣେ ପରାଜିତ ନେତାଙ୍କ ପ୍ରାସଙ୍ଗିକ ରହିବା ପାଇଁ ହତାଶା ଭରା ପ୍ରତିଧ୍ବନି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ବିଧାନସଭାକୁ ଆସି ସଠିକ୍ ତଥ୍ୟ ଉପସ୍ଥାପନ କରିବା ଓ ସତକୁ ସାମ୍ନା କରିବା ଲାଗି ସେ ନବୀନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ବଜେଟ୍ ପ୍ରଗତିର ଏକ ଦୀପଶିଖା ବୋଲି ସେ କହିଛନ୍ତି।
Youth Festival: ଯୁବ ଉତ୍ସବରେ ସଂସ୍କୃତି ଓ ଜ୍ଞାନର ଏକ ବିରଳ ସମନ୍ୱୟର ଝଲକ
ବିତ୍ତୀୟ ନିଅଣ୍ଟ ବଢ଼ାଇବ: ନବୀନ
ନବୀନଙ୍କ ଅଭିଯୋଗ ହାସ୍ୟାସ୍ପଦ: ବିଜେପି
ନବୀନଙ୍କ ଅଭିଯୋଗର ଗୋଟି ଗୋଟି କରି ଜବାବ ଦେଇଛି ବିଜେପି। ଶ୍ରୀ ପଣ୍ଡା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଜେପି ସରକାର ଉପସ୍ଥାପନ କରିଥିବା ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ହେଉଛି ଜନ କଲ୍ୟାଣ, ସ୍ଥାୟୀ ବିକାଶ ଓ ଆର୍ଥିକ ଶୃଙ୍ଖଳା ପ୍ରତି ଆମ ଅତୁଟ ପ୍ରତିବଦ୍ଧତାର ପ୍ରମାଣ। ଏହି ବଜେଟ୍ କେବଳ କାଗଜରେ ଲେଖା ହୋଇଥିବା କିଛି ସଂଖ୍ୟା ନୁହେଁ। ଏହା ଚାଷୀ, ମହିଳା, ଛାତ୍ରଛାତ୍ରୀ ଓ ସାରା ରାଜ୍ୟର ପରିବାରଗୁଡ଼ିକ ପାଇଁ ଜୀବନରେଖା। ବିତ୍ତୀୟ ଦାୟିତ୍ବ ଓ ବଜେଟ୍ ପରିଚାଳନା (ଏଫ୍ଆର୍ବିଏମ୍) ନିୟମକୁ ପାଳନ କରି ଅତିରିକ୍ତ ବଜେଟ୍ ପ୍ରସ୍ତୁତ କରାଯାଇଥିବା ଏକଥା ବୋଧେ ନବୀନ ଭୁଲି ଯାଇଛନ୍ତି। ଏଥିରେ ରାଜସ୍ବ ନିଅଣ୍ଟ ୧.୩ ପ୍ରତିଶତ, ବିତ୍ତୀୟ ନିଅଣ୍ଟ ଜିଏସ୍ଡିପିର ୩ ପ୍ରତିଶତ ଭିତରେ ରହିବା ଧାର୍ଯ୍ୟ କରାଯାଇଛି। ବିଜେଡି ସରକାର ଅମଳଠାରୁ ଏହି ସ୍ଥିତି ଯଥେଷ୍ଟ ଭଲ ବୋଲି ସେ କହିଛନ୍ତି। କୌଣସି ଭିତ୍ତିଭୂମି ପ୍ରକଳ୍ପ ନଥିବା ଅଭିଯୋଗର ଜବାବରେ ଶ୍ରୀ ପଣ୍ଡା କହିଛନ୍ତି ଯେ ପୂର୍ତ୍ତ ବିଭାଗକୁ ୯୦୦ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ ୧୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଯାହା ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ବିନିଯୋଗ ହେବ। ବିତ୍ତୀୟ ନିଅଣ୍ଟ ବଢ଼ିବା ସମ୍ପର୍କିତ ନବୀନଙ୍କ ଆଶଙ୍କାକୁ ସେ ହାସ୍ୟାସ୍ପଦ ବୋଲି କହିଛନ୍ତି।
Elon Musk on H-1B Visa: ପ୍ରତିଭାବାନ ଭାରତୀୟଙ୍କ ଦ୍ୱାରା ଆମେରିକା ବହୁତ ଲାଭବାନ ହୋଇଛି : ମସ୍କ୍
ଅତିରିକ୍ତ ବଜେଟ୍ରେ ମହିଳା ଓ ଶିଶୁ ବିକାଶକୁ ଧ୍ୟାନରେ ରଖି ସୁଭଦ୍ରା ପାଇଁ ୨୯୫ କୋଟି ଟଙ୍କା, ମମତାକୁ ୧୪୨ କୋଟି ଟଙ୍କା ଓ ଜାତୀୟ ଗ୍ରାମୀଣ ଜୀବିକା ମିଶନକୁ ୪୨୬ କୋଟି ଟଙ୍କା ଦିଆଯାଇଛି। ଏହା କୌଣସି ନାଟକବାଜୀ ନୁହେଁ, ଏହା କୋଟି କୋଟି ଓଡ଼ିଆଙ୍କ ପାଇଁ ଜୀବନରେଖା ବୋଲି ଶ୍ରୀ ପଣ୍ଡା କହିବା ସହ ନବୀନ ଏଥିରେ ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଚାଷୀଙ୍କ ସଶକ୍ତୀକରଣ ଓ ଖାଦ୍ୟ ସୁରକ୍ଷା, ଶିକ୍ଷା ଓ ସ୍ବାସ୍ଥ୍ୟ, ଗ୍ରାମୀଣ ଓ ସହରାଞ୍ଚଳ ବିକାଶ ପ୍ରତି ଅତିରିକ୍ତ ବଜେଟ୍ରେ ବିଶେଷ ଧ୍ୟାନ ଦିଆଯାଇଥିବା ସେ ମନେ ପକାଇଦେଇଥିବା ବେଳେ ୨୪ ବର୍ଷର ଶାସନରେ ବିଜେଡି ସରକାର କ’ଣ କରିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
Follow Us