ନୂଆଦିଲ୍ଲୀ: ଆମେରିକା ବାଣିଜ୍ୟ ସଚିବ ହୋୱାର୍ଡ ଲୁଟ୍ନିକ୍ଙ୍କ କଥାକୁ ଯଦି ବିଶ୍ବାସ କରାଯିବ ତେବେ ଆମେରିକା ସହ ରାଜିନାମାରେ ଥିବା ବଡ଼ ପ୍ରତିବନ୍ଧକ ହେଉଛି ଗୋଟିଏ ଫୋନ୍ କଲ୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଛନ୍ତି ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କରି କଥା ହୁଅନ୍ତୁ। କିନ୍ତୁ ମୋଦୀ କଲ୍ କରୁନାହାନ୍ତି। ସେଥିପାଇଁ ଭାରତ ସହ ବାଣିଜ୍ୟ ରାଜିନାମା ହୋଇପାରୁନାହିଁ ବୋଲି ଲୁଟ୍ନିକ୍ କହିଛନ୍ତି। ତାଙ୍କ ସେହି ମନ୍ତବ୍ୟକୁ ଭାରତ ଖାରଜ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୦୨୫ରେ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ୮ ଥର ଫୋନ୍ କରି କଥା ହୋଇଛନ୍ତି। ଏକ ପୋଡ୍କାଷ୍ଟ୍ରେ ଲୁଟନିକ୍ କହିଥିଲେ ଯେ ରାଜିନାମା ପ୍ରସ୍ତୁତ ହୋଇରହିଛି। କିନ୍ତୁ ଏହା ହେଉଛି ଟ୍ରମ୍ପଙ୍କ ରାଜିନାମା। ସେ ହିଁ ତାକୁ ଚୂଡ଼ାନ୍ତ କରିବେ। ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମୋଦୀ କଲ୍ କରିବା କଥା। କିନ୍ତୁ ସେ କଲ୍ କରୁନାହାନ୍ତି ବୋଲି ଲୁଟ୍ନିକ୍ କହିଥିଲେ। ସମୟ ବଦଳିବା ସହ ଆମେରିକାର ପକ୍ଷ ମଧ୍ୟ ବଦଳିଯାଉଛି। ପୂର୍ବରୁ ଯେଉଁ କଥାରେ ସହମତି ହୋଇଥିଲା, ପରବର୍ତ୍ତୀ ସମୟରେ ଆମେରିକା ସେଥିରୁ ଓହରିଯାଉଛି ବୋଲି ଲୁଟ୍ନିକ୍ କହିଛନ୍ତି। ଇଣ୍ଡୋନେସିଆ, ଫିଲିପାଇନ୍ସ ଓ ଭିଏତ୍ନାମ ସହ ବୁଝାମଣା ହୋଇସାରିଲାଣି। ଟ୍ରମ୍ପଙ୍କୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର କଲ୍ କରିବା ପରେ ବ୍ରିଟେନ୍ ସହ ବି ବୁଝାମଣା ହୋଇଛି।
Pollution: ଡମଶାଳ ନାଳ କୂଳରେ ଧନ୍ବନ୍ତରୀ ଘାସ ରୋପଣ, ଦେଶରେ ପ୍ରଥମ!
ଟ୍ରମ୍ପଙ୍କୁ ମୋଦୀ ଫୋନ୍ କରୁନାହାନ୍ତି: ଆମେରିକା
୨୦୨୫ରେ ୮ ଥର କଲ୍ କରିଛନ୍ତି: ଭାରତ
ଲୁଟ୍ନିକ୍ଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି ଯେ ୨୦୨୫ରେ ବିଭିନ୍ନ ସମୟରେ ଟ୍ରମ୍ପଙ୍କ ସହ ମୋଦୀ ଅତିକମ୍ରେ ଆଠ ଥର କଥା ହୋଇଛନ୍ତି। ତେବେ ମୋଦୀଙ୍କଠାରୁ ଯେଉଁ ପ୍ରସଙ୍ଗରେ ଟ୍ରମ୍ପ ଫୋନ୍ କଲ୍କୁ ଅପେକ୍ଷା କରିଛନ୍ତି, ସେହି କଲ୍ ଆସୁନଥିବାରୁ ତାଙ୍କ ଅହଂକାରକୁ ଆଘାତ ଲାଗିଛି। ସେ ମୁଲଚାଲର ଯେଉଁ ସୁଯୋଗକୁ ଅପେକ୍ଷା କରିଛନ୍ତି ତାହା ପାଇପାରୁନାହାନ୍ତି। ରାଗରେ ସେ ଭାରତ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଉଛନ୍ତି।
Amit Shah: ଆତଙ୍କବାଦ ବିରୋଧରେ ପରବର୍ତ୍ତୀ ପିଢ଼ିର ସୁରକ୍ଷା କବଚ ସାଜିବ ଏନ୍ଆଇଡିଏମ୍ଏସ୍: ଶାହ
ଗତବର୍ଷ ଅଗଷ୍ଟରେ ଜର୍ମାନୀର ଏକ ସମ୍ବାଦପତ୍ର ଦାବି କରିଥିଲା ଯେ ମୋଦୀଙ୍କ ସହ ଫୋନ୍ରେ କଥା ହେବା ଲାଗି ଟ୍ରମ୍ପ ଅତିକମ୍ରେ ଚାରି ଥର ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ସହ କଥା ହେବାକୁ ମୋଦୀ ମନା କରିଦେଇଥିଲେ। ଫୋନରେ କଥା ହେଲେ ଟ୍ରମ୍ପଙ୍କ ଜାଲରେ ଫସିଯିବାର ଆଶଙ୍କା ଥିବାରୁ ମୋଦୀ ତାଙ୍କୁ ଏଡ଼ାଇ ଯାଉଥିବା କୁହାଯାଉଛି। ସେଥିପାଇଁ ସେ କିଛି ପ୍ରମୁଖ କାର୍ଯ୍ୟକ୍ରମରେ ମଧ୍ୟ ଟ୍ରମ୍ପଙ୍କୁ ସାକ୍ଷାତ କରିବା ପୂର୍ବରୁ ସେଠାରୁ ବାହାରି ଆସିଥିଲେ। ଭାରତ ଉପରେ ଆମେରିକା ଗତବର୍ଷ ଅଗଷ୍ଟଠାରୁ ୫୦ ପ୍ରତିଶତ ଶୁଳ୍କ ଲଗାଇଛି। ଆମେରିକା ୨୫ ପ୍ରତିଶତର ପାଲଟା ଶୁଳ୍କ ଲଗାଇଥିବା ବେଳେ ରୁଷଠାରୁ ତେଲ କିଣୁଥିବାରୁ ଆଉ ୨୫ ପ୍ରତିଶତ ଶୁଳ୍କକୁ ଜରିମାନା ଭାବେ ଲଗାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/27/modi-trump-2025-08-27-05-11-59.jpg)