Investment into industry: ନିବେଶକୁ ଶିଳ୍ପରେ ପରିଣତ କରିବା ଆହ୍ବାନ: ଆସିଛି ୫.୬୭ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପାୟନକୁ ଗୁରୁତ୍ବ ଦେଉଛନ୍ତି। ଶିଳ୍ପରେ ପଛୁଆ ଜିଲ୍ଲା ଯଥା ମାଲକାନଗିରି, ରାୟଗଡ଼ା ଆଦି ସ୍ଥାନକୁ ଶିଳ୍ପ ଦିଆଯାଉଛି। ୨୦୨୫ ବର୍ଷ ସାରାରେ ରାଜ୍ୟ ସରକାର ୫.୬୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛନ୍ତି....

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପାୟନକୁ ଗୁରୁତ୍ବ ଦେଉଛନ୍ତି। ଶିଳ୍ପରେ ପଛୁଆ ଜିଲ୍ଲା ଯଥା ମାଲକାନଗିରି, ରାୟଗଡ଼ା ଆଦି ସ୍ଥାନକୁ ଶିଳ୍ପ ଦିଆଯାଉଛି। ୨୦୨୫ ବର୍ଷ ସାରାରେ ରାଜ୍ୟ ସରକାର ୫.୬୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛନ୍ତି....

investiment

Photograph: (Zee Business)

ପ୍ରଭାତ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପାୟନକୁ ଗୁରୁତ୍ବ ଦେଉଛନ୍ତି। ଶିଳ୍ପରେ ପଛୁଆ ଜିଲ୍ଲା ଯଥା ମାଲକାନଗିରି, ରାୟଗଡ଼ା ଆଦି ସ୍ଥାନକୁ ଶିଳ୍ପ ଦିଆଯାଉଛି। ୨୦୨୫ ବର୍ଷ ସାରାରେ ରାଜ୍ୟ ସରକାର ୫.୬୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛନ୍ତି ଓ ୨୫୫ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୩.୪୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ନୂଆବର୍ଷରେ ନୂଆ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଟିମ୍‌କୁ ନେଇ ଏହାକୁ କାର୍ଯ୍ୟକାରୀ  କରିବା ଏବେ ସରକାରଙ୍କ ପାଇଁ ଆହ୍ବାନ ପାଲଟିଛି। ଉଲ୍ଲେଖଥାଉକି, ଓଡ଼ିଶାକୁ ନିବେଶର ଏକ ପସନ୍ଦ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନିବେଶକମାନଙ୍କୁ ସୁହାଇବା ଭଳି ନୀତିରେ ପରିବର୍ତ୍ତନ କରୁଛନ୍ତି। ଓଡ଼ିଶା ସରକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ନୀତି ଆଣି ଏହି କ୍ଷେତ୍ରରେ ଆଗରେ ରହିବା ପାଇଁ ନିଜ ଅଭିପ୍ରାୟକୁ ସ୍ପଷ୍ଟ କରିଛନ୍ତି। ସେମିକଣ୍ଡକ୍ଟର କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ତରଫରୁ ଓଡ଼ିଶା ପାଇଁ ଦୁଇଟି ପ୍ରକଳ୍ପ ସିକ୍‌ସେମ୍‌ ଓ ୩ଡି ଗ୍ଲାସ୍‌ ପ୍ରକଳ୍ପ ମଞ୍ଜୁର କରାଯାଇଛି। 

Sand Art: ଖଣି କର୍ମଚାରୀଙ୍କ ନବବର୍ଷ ବାଲୁକା କଳା

କେବଳ ସେତିକି ନୁହେଁ, ଓଡ଼ିଶା ଆଇଟି ଚିଠା ନୀତି ୨୦୨୫, ଓଡ଼ିଶା ପମ୍ପଡ୍‌ ଷ୍ଟୋରେଜ୍‌ ନୀତି ୨୦୨୫, ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୀତି ୨୦୨୫, ଓଡ଼ିଶା ଇଭି ନୀତି ୨୦୨୫, ଓଡ଼ିଶା ଫାର୍ମାସ୍ୟୁଟିକାଲ୍‌ ଓ ମେଡିକାଲ୍‌ ଉପକରଣ ନୀତି ୨୦୨୫ ଓ ଓଡ଼ିଶା ଗ୍ଲୋବାଲ୍‌ କାପାବିଲିଟି ସେଣ୍ଟର ନୀତି ୨୦୨୫ ଘୋଷଣା କରିଥିଲେ। ୨୦୨୬ରେ ମଧ୍ୟ ସେହି ଧାରା ବଜାୟ ରହିବ। ଶିଳ୍ପ ବିଭାଗ ସୂଚନା ଅନୁସାରେ ୨୦୨୬ରେ ମଧ୍ୟ ନୀତି ନିୟମକୁ ଆକର୍ଷଣୀୟ କରିବା ଧାରା ଜାରି ରହିବ। ଖୁବ୍‌ଶୀଘ୍ର ପର୍ଯ୍ୟଟନ ନୀତିିରେ ଆବଶ୍ୟକ ସଂ‌ଶୋଧନ କରାଯିବ। ଶିମିଳିପାଳ, ଭିତରକନିକା ଭଳି ସ୍ଥାନରେ ତାରକା ହୋଟେଲ୍‌ ନିର୍ମାଣ କରିବା ଉପରେ ସରକାର ଜୋର ଦେଉଛନ୍ତି। ସଂଶୋଧିତ ପର୍ଯ୍ୟଟନ ନୀତିରେ ସେଥିପାଇଁ ବ୍ୟବସ୍ଥା ରହିବ। ଏହା ବ୍ୟତୀତ ଆସନ୍ତା ମାର୍ଚ୍ଚ ସୁଦ୍ଧା ଓଡ଼ିଶା ସିନେମା ନୀତି ଓ ଓଡ଼ିଶା ଡାଟା ସେଣ୍ଟର ନୀତି ଘୋଷଣା କରାଯିବ। 

Accident: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ; ଅଧୁରା ରହିଲା ଜଗାଦର୍ଶନ, ବାହାଘର

ଏହାବ୍ୟତୀତ ୨୩ଟି ଅଗ୍ରାଧିକାର କ୍ଷେତ୍ର ପାଇଁ ନିୟମ କୋହଳ କରାଯାଇଛି। କୋଠା ନିୟମର ସରଳୀକରଣ କରାଯାଇଛି। ଏମ୍ଏସ୍‌ଏମ୍ଇ ଓ ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ସିଏଲ୍‌ୟୁ ଉଚ୍ଛେଦ କରାଯାଇଛି। ଜନ ବିଶ୍ବାସ ଅଧ୍ୟାଦେଶ ଜରିଆରେ ୫୦ଟି ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଛି। ୧୧୧ଟି ଅପରାଧକୁ ଜରିମାନାକୁ ପରିବର୍ତ୍ତନ କରାଯାଇଛି। ଏହା ନିବେଶକମାନଙ୍କ ମନୋବଳ ବଢ଼ାଇବାରେ ବିଶେଷ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe