ମୁମ୍ବାଇ: କିଛି ବର୍ଷ ପୂର୍ବେ ଯାହା ଅବିଶ୍ବସନୀୟ ମନେ ହେଉଥିଲା ତାହା ଘଟିଛି। ଆମେରିକୀୟ ଡଲାର ଚାପରେ ଭାରତୀୟ ଟଙ୍କାର ଅଣ୍ଟା ଭାଙ୍ଗି ଯାଇଛି। ପ୍ରଥମ ଥର ପାଇଁ ଡଲାର ମୂଲ୍ୟ ୯୦ ଟଙ୍କାରୁ ଅଧିକ ହୋଇଛି। ଡଲାର ତୁଳନାରେ ଟଙ୍କାର ଏଭଳି ଦୁର୍ବଳ ସ୍ଥିତି ଦରଦାମ୍କୁ ବିଗାଡ଼ିବା ଆଶଙ୍କା ସୃଷ୍ଟି କରିଛି। ଗତ କିଛି ଦିନ ଧରି ଟଙ୍କା ଲଗାତାର ଭାବେ ଦୁର୍ବଳ ହେଉଥିଲା। ମଙ୍ଗଳବାର ଡଲାର ତୁଳନାରେ ଏହାର ଦାମ୍ ୮୯ ଟଙ୍କା ୯୬ ପଇସା ଥିଲା। ଆଜି ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ହେବାର କିଛି କ୍ଷଣ ମଧ୍ୟରେ ତାହା ଐତିହାସିକ ୯୦ ଟଙ୍କା ସ୍ତର ଅତିକ୍ରମ କରିଯାଇଥିଲା।
The dollar crossed 90ଟଙ୍କାର ଅଣ୍ଟା ଭାଙ୍ଗିଲା: ଡଲାର ୯୦ ଟପିଲା; ମହଙ୍ଗା ହେବ ଆମଦାନୀ, ବିଦେଶରେ ପାଠପଢ଼ା, ଭ୍ରମଣ
ବିଦେଶୀ ନିବେଶକମାନେ ଲଗାତାର ଭାବେ ଭାରତୀୟ ଷ୍ଟକ୍ ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଥିଲା। ୨୦୨୫ରେ ଡଲାର ତୁଳନାରେ ଟଙ୍କା ୫.୨୬ ପ୍ରତିଶତ ଦୁର୍ବଳ ହୋଇଛି। ଚଳିତ ବର୍ଷ ଜାନୁଆରି ୧ରେ ଡଲାର ଦାମ୍ ୮୫ ଟଙ୍କା ୭୦ ପଇସା ଥିଲା। ଏବେ ତାହା ୯୦ ଟଙ୍କା ୨୧ ପଇସା ସ୍ତରରେ ପହଞ୍ଚିଛି। ଆମଦାନୀକାରୀମାନେ ଅଧିକ ଡଲାର କିଣିବା, ବିଦେଶୀ ନିବେଶକ ପାଣ୍ଠି ପ୍ରତ୍ୟାହାର କରିବା ଓ ଆମେରିକାର ଫେଡେରାଲ୍ ରିଜର୍ଭ ନିଷ୍ପତ୍ତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ଆଦି କାରଣ ପାଇଁ ଟଙ୍କା ଦୁର୍ବଳ ହେଉଛି।
Child Marriage: କାଲିଠୁ ଠାରୁ ଆରମ୍ଭ ହେବ ୧୦୦ ଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/16/qWfSCX1P7YwG2lalrjjW.jpg)