Photograph: (India Today)
ନୂଆଦିଲ୍ଲୀ: ଭାରତ ବିକାଶ କରିଥିବା ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରେଫେସ୍ (ୟୁପିଆଇ) ବିଶ୍ବର ସର୍ବବୃହତ୍ ବାସ୍ତବ ସମୟ ପେମେଣ୍ଟ୍ ବ୍ୟବସ୍ଥା ମାନ୍ୟତା ହାସଲ କରିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏହି ସ୍ବୀକୃତି ଦେଇଛି। ସାରା ବିଶ୍ବର ୪୯ ପ୍ରତିଶତ ବାସ୍ତବ ସମୟ ପେମେଣ୍ଟ୍ ୟୁପିଆଇ ଜରିଆରେ ହେଉଥିବା ଏହା କହିଛି। ବିଶ୍ବର ବାସ୍ତବ ସମୟ ପେମେଣ୍ଟ୍ରେ ଭାରତର ଭାଗ ୪୯ ପ୍ରତିଶତ ଥିବା ବେଳେ ବ୍ରାଜିଲର ୧୪ ପ୍ରତିଶତ, ଥାଇଲ୍ୟାଣ୍ଡର ୮ ପ୍ରତିଶତ, ଚୀନର ୬ ପ୍ରତିଶତ ଓ ଦକ୍ଷିଣ କୋରିଆର ଭାଗ ୩ ପ୍ରତିଶତ ରହିଛି। ଅନ୍ୟ ସବୁ ଦେଶଗୁଡ଼ିକ ମିଳିତ ଭାବେ ୨୦ ପ୍ରତିଶତ ଭାଗ ନିଜ ପାଖରେ ରଖିଛନ୍ତି। ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି।
Elephant Herd's Terror: ୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ
ୟୁପିଆଇର ପ୍ରସାର ଲାଗି ଏହାକୁ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ବଳ୍ପ ମୂଲ୍ୟର ପେମେଣ୍ଟ୍ ଲାଗି ଭିମ୍ ବିକାଶ କରାଯାଇଛି। ଛୋଟ ଛୋଟ ସହରରେ ଏହି ସେବାର ପ୍ରସାର ଲାଗି ପେମେଣ୍ଟ୍ ଭିତ୍ତିଭୂମି ବିକାଶ ପାଣ୍ଠି (ପିଆଇଡିଏଫ୍) ଗଠନ କରାଯାଇଛି। ଏହି ସହରଗୁଡ଼ିକରେ ପିଓଏସ୍ ଟର୍ମିନାଲ ଓ କ୍ୟୁଆର୍ କୋଡ୍ ମୂତୟନ କରିବା ଲାଗି ବ୍ୟାଙ୍କ ଓ ଫିନ୍ଟେକ୍ ସଂସ୍ଥାଗୁଡ଼ିକୁ ଏହି ପାଣ୍ଠିରୁ ସହାୟତା ଦିଆଯାଉଛି।
Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ
Follow Us