ଯାତ୍ରୀଙ୍କ ମନ ମୋହୁଛି "ବନ୍ଦେ ଭାରତ ସ୍ଲିପର" ର ପ୍ରଥମ ଝଲକ

ଯାତ୍ରୀଙ୍କ ମନ ମୋହୁଛି "ବନ୍ଦେ ଭାରତ ସ୍ଲିପର" ର ପ୍ରଥମ ଝଲକ। ଟ୍ରେନର ଭିତର ଭାଗ ଆଧୁନିକ ଏବଂ ଆରାମଦାୟକ ରହିଛି। ପ୍ରତ୍ୟେକ କ୍ୟାବିନରେ ସଫା ସିଟ୍, ହାଲୁକା ଆଲୋକ ଏବଂ ଏୟାରଲାଇନ୍ ଷ୍ଟାଇଲ୍ ବର୍ଥ ରହିଛି।

Untitled-27

vande-bharat-sleeper-look-reveal Photograph: (sambad.in)

ନୂଆଦିଲ୍ଲୀ: କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି।  ଯେଉଁଥିରେ ଭାରତର ନୂତନ ଏବଂ ବିଳାସପୂର୍ଣ୍ଣ ଟ୍ରେନ୍, "ବନ୍ଦେ ଭାରତ ସ୍ଲିପର" ଦେଖିବାକୁ ମିଳୁଛି। ଏହାର ଭିତର ଅଂଶ ଏକ ପଞ୍ଚତାରକା ହୋଟେଲ କିମ୍ବା ବିମାନଠାରୁ କମ୍ ଦେଖାଯାଉନାହିଁ। 

"ବନ୍ଦେ ଭାରତ ସ୍ଲିପର’ ର ପ୍ରଥମ ଝଲକ

ସମ୍ପ୍ରତି, "ବନ୍ଦେ ଭାରତ ସ୍ଲିପର’ ଟ୍ରେନର ଏକ ପ୍ରୋଟୋଟାଇପ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ 'ଚେନ୍ନାଇଟିସ୍' ନାମକ ଏକ ଆକାଉଣ୍ଟ ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏପର୍ଯ୍ୟନ୍ତ ଏହି ଭିଡିଓକୁ ୨.୩ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି।

ଅଧିକପଢ଼ନ୍ତୁ:ଭଉଣୀଙ୍କ ସହ ଅଶ୍ଲୀଳ ଭିଡିଓ ତିଆରି କରି Blackmail କରୁଥିଲେ ଦୁର୍ବୃତ୍ତ, ଜୀବନ ହାରିଦେଲା ଭାଇ

ରହିଛି ଏୟାରଲାଇନ୍ ଷ୍ଟାଇଲ୍ ବର୍ଥ

ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି  ବନ୍ଦେ ଭାରତ ସ୍ଲିପର ଟ୍ରେନର ଭିତର ଭାଗ ଆଧୁନିକ ଏବଂ ଆରାମଦାୟକ ରହିଛି। ପ୍ରତ୍ୟେକ କ୍ୟାବିନରେ ସଫା ସିଟ୍, ହାଲୁକା ଆଲୋକ ଏବଂ ଏୟାରଲାଇନ୍ ଷ୍ଟାଇଲ୍ ବର୍ଥ ରହିଛି।  ଟ୍ରେନର ଡିଜାଇନ୍ ଏପରି ହୋଇଛି କି ଯାତ୍ରୀମାନେ ଦୀର୍ଘପଥ ଯାତ୍ରା ସମୟରେ ସମ୍ପୂର୍ଣ୍ଣ ଆରାମଦାୟକ ଅନୁଭବ କରିବେ। ଏହି ଟ୍ରେନ୍କୁ ରାତ୍ରୀ ଯାତ୍ରା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଉଛି, ଯାହା ଦ୍ୱାରା ଯାତ୍ରୀମାନେ ଆରାମରେ ଶୋଇପାରିବେ ଏବଂ ସକାଳେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ସତେଜ ହୋଇ ପହଞ୍ଚିପାରିବେ।

ଦାବି ଅନୁଯାୟୀ, ଏହି ଟ୍ରେନକୁ ବିଇଏମଏଲ ଆଇସିଏଫ(ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି)ର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନିର୍ମାଣ କରାଯାଇଛି। ଏଥିସହିତ ଏହାକୁ କିନେଟ୍ ରେଳବାଇ ସଲ୍ୟୁସନ୍ସ ଦ୍ୱାରା ବି ଡିଜାଇନ୍ କରାଯାଇଛି। 

ଅଧିକପଢ଼ନ୍ତୁ:ସ୍ଥଳଭାଗ ଆଡ଼କୁ ଅଗ୍ରସର; ଆନ୍ଧ୍ର ଛୁଇଁବା ଆଶଙ୍କା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ବନ୍ଦେ ଭାରତ ସ୍ଲିପରରେ ରହିବ ୧୬ଟି କୋଚ

ଏହି ଟ୍ରେନ ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ସଂସ୍କରଣ। ଯାହା ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଚାଲିପାରିବ। ଏଥିରେ ୧୬ଟି କୋଚ୍ ରହିବ, ଯେଉଁଥିରେ ୧୧ଟି ଏସି ୩-ଟାୟାର, ୪ଟି ଏସି ୨-ଟାୟାର ଏବଂ ୧ଟି ଏସି ପ୍ରଥମ ଶ୍ରେଣୀ ଅନ୍ତର୍ଭୁକ୍ତ। ଭିଡିଓଟି ଭାଇରାଲ ହେବା ପରେ ବନ୍ଦେ ଭାରତ ସ୍ଲିପର ସଂସ୍କରଣର ସୌନ୍ଦର୍ଯ୍ୟକୁ ବ୍ୟବହାରକାରୀମାନେ ବେଶ ପ୍ରଶଂସା କରୁଛନ୍ତି।

Vande Bharat, Sleeper

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe