ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମ ଏହାର ଗୋଷ୍ଠୀ ଜୀବିକା କାର୍ଯ୍ୟକ୍ରମ ଅଧୀନରେ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ସୁଙ୍ଗେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମେରପାଦର ଓ ପୋରଲୋଙ୍ଗ ଗ୍ରାମରେ ପ୍ରଥମ ଛତୁ ଚାଷ ପଦେକ୍ଷପ ଜରିଆରେ ମହିଳାମାନଙ୍କୁ ସଶକ୍ତ କରୁଛି। ପ୍ରାୟ ୭୦ ଜଣ ମହିଳା ହିତାଧିକାରୀଙ୍କୁ ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ, ଶଯ୍ୟା ପ୍ରସ୍ତୁତି, ପରିଷ୍କାର ପରିଚ୍ଛନ୍ନତା ଏବଂ ଛତୁ ଅମଳ ବୃଦ୍ଧିକୁ ବଜାୟ ରଖିବା ପାଇଁ ତାଲିମ ପ୍ରଦାନ କରାଯାଇଥିଲା।
Dandakaranya : ଆମେ ଆଦିବାସୀ ଆମ ପ୍ରତି ବି ନଜର ପଡୁ: ଦଣ୍ଡକାରଣ୍ୟ ବିକାଶ ମଞ୍ଚର ସତ୍ୟାଗ୍ରହ
ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଚାଷ ଆରମ୍ଭ କରିବା ପାଇଁ ଦୁଇଟି ଛତୁ ଶଯ୍ୟା ପ୍ରଦାନ କରାଯାଇଥିଲା। ଶଯ୍ୟା ପିଛା ୨୫ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଥରୁ ମିଳୁଥିବା ଛତୁ କିଲୋଗ୍ରାମ ପିଛା ହାରାହାରି ୧୫୦ ଟଙ୍କାରେ ବିକ୍ରି ହୋଇଥିଲା। ବଣ୍ଟନ ହୋଇଥିବା ୧୪୦ଟି ଶଯ୍ୟା ମଧ୍ୟରୁ ପ୍ରାୟ ୧୦୦ଟି ଶଯ୍ୟାରୁ ବର୍ତ୍ତମାନ ଉତ୍ପାଦନ ହେଉଛି। ବେଦାନ୍ତ ଆଲୁମିନିୟମ ଏକ ବର୍ଷ ମଧ୍ୟରେ ଏହାକୁ ୧୦,୦୦୦ ଶଯ୍ୟାକୁ ବୃଦ୍ଧି କରିବାକୁ ଯୋଜନା କରିଛି। ଛତୁ ଚାଷ ଜୀବନରେ ପରିବର୍ତ୍ତନ ଆଣିଥିବା ଦୁଇ ହିତାଧିକାରୀ ଯଶୋଦା ନାୟକ ଓ ହିରାମଣି ନାୟକ କହିଛନ୍ତି। ବେଦାନ୍ତ ଆଲୁମିନିୟମ ଓଡ଼ିଶା ଏବଂ ଛତିଶଗଡ଼ରେ ଏହାର କାର୍ଯ୍ୟକ୍ଷେତ୍ର ଆଖପାଖ ଅଞ୍ଚଳରେ ୧୬,୦୦୦ ରୁ ଅଧିକ ମହିଳାଙ୍କୁ ସମର୍ଥନ ଏବଂ ସଶକ୍ତ କରିଛି।
Public Transport: ଫୁଲବାଣୀରୁ ମଣ୍ଡାସ ଚଳାଚଳ କରୁଥିବା ସରକାରୀ ବସ୍ ବନ୍ଦ, ଯାତ୍ରୀ ହନ୍ତସନ୍ତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/10/sfhhfsxvbbvxbv-2026-03-10-01-01-03.jpg)