ହାଟଡିହି: ଢେଙ୍କା ଛକ ନିକଟରେ ଟ୍ରାକ୍ଟରରୁ ଖସିପଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୟଳମୁଣ୍ଡା ଭାଲୁଘର ଗ୍ରାମର ରମଜାନ ମହାନ୍ତ (୪୬ )।
ରମଜାନ ଗତକାଲି ଅପରାହ୍ଣରେ ଏକ ଟ୍ରାକ୍ଟର ସାହାଯ୍ୟରେ ଧାନ ଧରି ହାଟଡିହି ଅଞ୍ଚଳରେ ଥିବା ଏକ ଧାନ ମିଲକୁ ଆସୁଥିଲେ। ଟ୍ରାକ୍ଟରରେ ଚାଳକ ସମେତ ଚାରିଜଣ ବ୍ୟକ୍ତି ବସିଥିବା ବେଳେ ସୋସୋ ଥାନା ଢେଙ୍କା ଛକ ନିକଟରେ ରମଜାନ ହଠାତ ଟ୍ରାକ୍ଟରରୁ ଖସି ପଡ଼ିଥିଲେ। ତଳେ ପଡ଼ିଯିବା ପରେ ଟ୍ରାକ୍ଟରଟି ରମଜାନଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଭୟଭୀତ ହୋଇ ସାଙ୍ଗରେ ଥିବା ଅନ୍ୟମାନେ ଘଟଣା ସ୍ଥଳରୁ ଟ୍ରାକ୍ଟର ନେଇ ପଳାଇଥିଲେ।
Vigilance Raid: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ
ପୁରୁଣା ପାଣି ନିକଟରୁ ଟ୍ରାକ୍ଟର ଜବତ
ଖବର ପାଇ ସୋସୋ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲା। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ରମଜାନ ଧାନ ନେଇ ଗୟଳମୁଣ୍ଡା ମଣ୍ଡିକୁ ଯାଇଥିବା ବେଳେ ମଣ୍ଡି କର୍ତ୍ତୃପକ୍ଷ ଗାଡ଼ି ମିଲରୁ ଆସୁନଥିବା କହି ସିଧାସଳଖ ମିଲକୁ ଧାନ ନେଇଯାଅ ବୋଲି କହିବାରୁ ଚାଷୀ ଜଣକ ସିଧାସଳଖ ଧାନ ଧରି ମିଲକୁ ଆସିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପରିବାର ଲୋକେ କହିଛନ୍ତି। ଅନ୍ୟ ପକ୍ଷରେ ପୁଲିସ ପୁରୁଣା ପାଣି ନିକଟରୁ ଟ୍ରାକ୍ଟରଟିକୁ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/03/07/untitled-2026-03-07-11-20-19.png)