Wholesale inflation rises to 1.81%: ପାଇକାରୀ ମୁଦ୍ରାସ୍ଫୀତି ୧.୮୧%କୁ ବୃଦ୍ଧି

Advertisment

ଦେଶରେ ପାଇକାରୀ ମୁଦ୍ରାସ୍ଫୀତି କ୍ରମାଗତ ତୃତୀୟ ମାସ ପାଇଁ ବୃଦ୍ଧି ଘଟି ଜାନୁଆରିରେ ୧.୮୧ ପ୍ରତିଶତ ଛୁଇଁଛି। ମୁଖ୍ୟତଃ ଖାଦ୍ୟ, ଅଣଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ଦରବୃଦ୍ଧି କାରଣରୁ ଏପରି ହୋଇଛି ବୋଲି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି।

ଦେଶରେ ପାଇକାରୀ ମୁଦ୍ରାସ୍ଫୀତି କ୍ରମାଗତ ତୃତୀୟ ମାସ ପାଇଁ ବୃଦ୍ଧି ଘଟି ଜାନୁଆରିରେ ୧.୮୧ ପ୍ରତିଶତ ଛୁଇଁଛି। ମୁଖ୍ୟତଃ ଖାଦ୍ୟ, ଅଣଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ଦରବୃଦ୍ଧି କାରଣରୁ ଏପରି ହୋଇଛି ବୋଲି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି।

WPI

Photograph: (google)

ନୂଆଦିଲ୍ଲୀ: ଦେଶରେ ପାଇକାରୀ ମୁଦ୍ରାସ୍ଫୀତି କ୍ରମାଗତ ତୃତୀୟ ମାସ ପାଇଁ ବୃଦ୍ଧି ଘଟି ଜାନୁଆରିରେ ୧.୮୧ ପ୍ରତିଶତ ଛୁଇଁଛି। ମୁଖ୍ୟତଃ ଖାଦ୍ୟ, ଅଣଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ଦରବୃଦ୍ଧି କାରଣରୁ ଏପରି ହୋଇଛି ବୋଲି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଦେଶର ପାଇକାରୀ ମୁଦ୍ରାସ୍ଫୀତି ୨୦୨୫ ଡିସେମ୍ବରରେ ୦.୮୩ ପ୍ରତିଶତ ଏବଂ ନଭେମ୍ବରରେ ବିଯୁକ୍ତ ୦.୧୩ ପ୍ରତିଶତ ରହିଥିଲା। କିନ୍ତୁ ଗତବର୍ଷ ଜାନୁଆରିରେ ପାଇକାରୀ ମୁଦ୍ରାସ୍ଫୀତି ୨.୫୧ ପ୍ରତିଶତରେ ରହିଥିଲା। ଖାଦ୍ୟ ସାମଗ୍ରୀର ପାଇକାରୀ ମୁଦ୍ରାସ୍ଫୀତି ଚଳିତବର୍ଷ ଜାନୁଆରିରେ ୧.୫୫ ପ୍ରତିଶତକୁ ବୃଦ୍ଧି ଘଟିଛି, ଡିସେମ୍ବରରେ ଏହା ୦.୪୩ ପ୍ରତିଶତ ସଂକୁଚିତ ହୋଇଥିଲା। ସେହିଭଳି ଜାନୁଆରିରେ ପନିପରିବା ମୁଦ୍ରାସ୍ଫୀତି ୬.୭୮ ପ୍ରତିଶତକୁ ବୃଦ୍ଧି ପାଇଛି, ଡିସେମ୍ବରରେ ଏହା ୩.୫୦ ପ୍ରତିଶତ ରହିଥିଲା। ବିନିର୍ମାଣ ସାମଗ୍ରୀର ମୁଦ୍ରାସ୍ଫୀତି ଗତ ଡିସେମ୍ବରରେ ୧.୮୨ ପ୍ରତିଶତ ଥିବାବେଳେ ଜାନୁଆରିରେ ୨.୮୬ ପ୍ରତିଶତକୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଆଜିଠାରୁ ନୂଆଦିଲ୍ଲୀରେ ଏଆଇ ପ୍ରଭାବ ଶିଖର ସମ୍ମିଳନୀ

ଗତ ସପ୍ତାହରେ କେନ୍ଦ୍ର ସରକାର ନୂଆ ସିରିଜ୍‌ର ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ କରିଥିଲେ। ସେଥିରେ ଜାନୁଆରି ମାସର ଖୁଚୁରା ମୁଦ୍ରାସ୍ଫୀତି ୨.୭୨ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ଦରଦାମ ନିୟନ୍ତ୍ରଣରେ ଥିବାରୁ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅତୀତରେ ରେପୋ ହାରରେ ୧.୨୫ ପ୍ରତିଶତ ହ୍ରାସ ଘୋଷଣା କରିସାରିଛି। ତେବେ ନିକଟରେ ଘୋଷଣା ହୋଇଥିବା ମୁଦ୍ରା ନୀତି ସମୀକ୍ଷାରେ ରେପୋ ହାରକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି।

ଆହୁରି ପଢ଼ନ୍ତୁ: କଂଗ୍ରେସ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ମଣିଶଙ୍କର ଆୟରଙ୍କ ବିବାଦୀୟ ବୟାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe