nuapada cartoon Photograph: (sambad.in)
ଭୁବନେଶ୍ବର: ଭୋଟ୍ ପାଖେ ଭିଡ଼ ନା ଭୋଟର ପାଖେ ଭିଡ଼… କିଏ କଲାଣି ଅଳିଆ ସଫା, କିଏ ପୁଣି କାଟିଲାଣି ଧାନ । ଭାଇ ଏଠି ନେତାଙ୍କ ପାଇଁ ସବୁ ସମ୍ଭବ ଯଦି ଆଗକୁ ଥିବ ନିରିବାଚନ…
ହଁ ଆଜ୍ଞା ! ଯେଉଁଠି ପୂର୍ବରୁ ପଡେନି ନେତା ପାଦ, ଭୋଟ ଖଣ୍ଡେ ପାଇଁ ସେଠି ଲାଗେ ମାଳମାଳ ନେତାଙ୍କ ଗାଡ଼ି । କିଏ ପୁଣି ଭୋଟ ଦେବାକୁ ନେହୁରା ହେଇ ଭୋଟରଙ୍କ ପାଦତଳେ ଯାଏ ପଡି ତ ପୁଣି କିଏ ଚୌକି ଉପରେ ଭୋଟରଙ୍କୁ ବସେଇ ସେବା ନାଁରେ ଗୋଡ ଦେଉଥାଏ ମୋଡ଼ି…
ସବୁ ଭାଇ ପାଲା ଏଇ ଭୋଟ ପାଇଁ- ଭୋଅଟ ସରିଲେ କାହାରି ଦେଖ ଦରଶନ ମିଳେ ନାହିଁ । ସ୍ବାର୍ଥ ସରିଗରେ କିଏ ବା କାହାର, ତାପରେ ନେତାଙ୍କ ପାଖକୁ ଧାଇଁଧାଇଁ ଜନତାଙ୍କ ଘୁରିଯିବ ଭାଇ ଜୋତା…ଏକଥା ମନେ ରଖିଥା…
ଦିହକୁ ନେବେନି…
କାର୍ଟୁନ- ଦେବାଶିଷ
ଅଧିକ ପଢନ୍ତୁ-
  
 Follow Us