Cartoon Corner: ପରୀକ୍ଷାର୍ଥୀଙ୍କ ଭାଗ୍ୟରେ ଉଡ଼ୁଛି ଚିଲ… ଏସଆଇ ପରେ ଆର୍‌ଆଇ ପରୀକ୍ଷାରେ ବି ବେହାଲ

ପ୍ରଶ୍ନ ଉଠୁଛି କେବେ ସୁଧୁରିବ ଏଭଳି ଅବ୍ୟବସ୍ଥା? କେବେ ନିର୍ଭୁଲ ହେବ ନିଯୁକ୍ତି ପରୀକ୍ଷା? ବାରମ୍ବାର ଏଭଳି ବିଭ୍ରାଟ ହେଲେ ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଙ୍କ ଉପରେ ଆଉ ପିଲାଙ୍କ ଭରସା ରହିବ ତ ?

RI

RI Photograph: (sambad.in)

ଭୁବନେଶ୍ବର: ପରୀକ୍ଷାକୁ ନେଇ କି ପାଲା ଚାଲିଛି… ବାରମ୍ବାର ପରୀକ୍ଷାରେ ବିଭ୍ରାଟ ହେଉଛି । କେଉଁଠି ପ୍ରଶ୍ନ ପତ୍ର ଲିକ୍ ତ ପୁଣି କେଉଁଠି ସର୍ଭର ଡାଉନ୍ । ଏତେ ବୁ ପାଲା ପରେ ବି କୁମ୍ଭକର୍ଣ୍ଣ ନିଦରେ ଶୋଇ ଘୁଙ୍ଘୁ଼ଡ଼ି ମାରୁଛି ପ୍ରଶାସନ । ଏମିତି ବିଭ୍ରାଟ ହେଲେ ଘନଘନ ଲାଗୁଛି… ପରୀକ୍ଷାର୍ଥୀଙ୍କ ସ୍ବପ୍ଵରେ ବି ଦିନେ ହେଇଯିବ ସର୍ଭର ଡାଉନ । ଧନ୍ୟ ତମ ବ୍ୟବସ୍ଥା

କିଛି ଶିଖିଲେନି, ପୁଣି ବିଭ୍ରାଟ୍

ପୂର୍ବରୁ ଅନୁଷ୍ଠିତ ହୋଇଥିବା ଆର୍‌ଆଇ ପରୀକ୍ଷାର ବିବାଦ ପରେ ଆଶା କରାଯାଉଥିଲା ଏଥର ସବୁ କିଛି ଠିକ୍‌ଠାକ୍ ହେବ। ମାତ୍ର ସେମିତି ହୋଇପାରି ନାହିଁ। ବରଂ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାର ଖାମଖିଆଲି ମନୋଭାବ ପାଇଁ ଆଜି ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏବେ ପ୍ରଶ୍ନ ଉଠୁଛି କେବେ ସୁଧୁରିବ ଏଭଳି ଅବ୍ୟବସ୍ଥା? କେବେ ନିର୍ଭୁଲ ହେବ ନିଯୁକ୍ତି ପରୀକ୍ଷା? ବାରମ୍ବାର ଏଭଳି ବିଭ୍ରାଟ ହେଲେ ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଙ୍କ ଉପରେ ଆଉ ପିଲାଙ୍କ ଭରସା ରହିବ ତ ?

କାର୍ଟୁନ- ଦେବାଶିଷ

ଅଧିକ ପଢନ୍ତୁ-

Cartoon Corner: ନୂଆପଡ଼ା ରାସ୍ତାରେ… ଏଠି ପ୍ରସଙ୍ଗ ଆହତ, ସମସ୍ୟା ମୃତ… ପ୍ରଚାର ଗାଡ଼ିର ଧକ୍କାରେ

Cartoon Corner: ଦୁର୍ନୀତି ଗାଦି ଉପରେ ବସି ଦୁର୍ନୀତି ନିବାରଣ ସପ୍ତାହ ପାଳନ !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe