ସହରୀ ରୋଗୀଙ୍କ ପାଇଁ ଆକାଶମାର୍ଗ ଥାଉ; ଗାଁ ରୋଗୀଙ୍କ ପାଇଁ ଡଙ୍ଗାଟେ ହେଲେ ହେଉ...

ଆଲୋ ଆଲୋ... ଇଏ କଅ.......ଣ? ମୁ ତ ଶୁଣିଛି ଆମ ରାଜ୍ୟ ଓଡ଼ିଶା କୁଆଡ଼େ ସ୍ବାସ୍ଥ୍ୟ କ୍ଷେତ୍ରରେ ଢେର ଆଗରେ। ଇଏ ଗର୍ଭବତୀ ନାନୀ ଜଣଙ୍କୁ ଇମିତି ପାଣିରେ ବୋହି କୁଆଡ଼େ ନଉଛନ୍ତି ମ? ଇଏ କ’ଣ ଆମ ଉନ୍ନତି?

New Project (30)

ଆଲୋ ଆଲୋ... ଇଏ କଅ.......ଣ? ମୁ ତ ଶୁଣିଛି ଆମ ରାଜ୍ୟ ଓଡ଼ିଶା କୁଆଡ଼େ ସ୍ବାସ୍ଥ୍ୟ କ୍ଷେତ୍ରରେ ଢେର ଆଗରେ। ଇଏ ଗର୍ଭବତୀ ନାନୀ ଜଣଙ୍କୁ ଇମିତି ପାଣିରେ ବୋହି କୁଆଡ଼େ ନଉଛନ୍ତି ମ? ଇଏ କ’ଣ ଆମ ଉନ୍ନତି?

ତୁ ଠିକ୍‌ ଶୁଣିଛୁ ରେ ମଦନା। ଓଡ଼ିଶା ସ୍ବାସ୍ଥ୍ୟ କ୍ଷେତ୍ରରେ କେତେ ଆଗେଇଲାଣି ନକହିବା ଭଲ। ହେଲେ ସିଏ ସବୁ ଖାଲି ସହରୀ ରୋଗୀଙ୍କ ପାଇଁ। ଆମ ପରି ଗାଁ ରୋଗୀଙ୍କ ପାଇଁ ନୁହେଁ।

ମାନେ କ’ଣ?

ତୁ ଯାଉନୁ ଟିକେ ଭୋବନେଶ୍ବରରୁ ବୁଲି ଆସିବୁ। ରାସ୍ତା ଦିନକୁ ମାଳ ମାଳ ଆମ୍ବୁଲାନ୍ସ ପାଇବୁ। ସେଠି ପୁଣି ରୋଗୀ ଏୟାର୍‌ ଲିଫ୍ଟ ହଉଛନ୍ତି।

ସେ ଏୟାର୍‌ ଲିଫ୍ଟ ପୁଣି କ’ଣ ପା?

1a6e14b8-dbae-46be-8443-47ada85c73d2

ଯୋଉ ରୋଗୀଙ୍କୁ ଆମ ଭୋବନସରିଆ ହସ୍ପିଟାଲ୍‌ ଭଲ କରିପାରୁନି, ତାଙ୍କୁ ଆକାଶମାର୍ଗରେ ବଡ଼ ସହରକୁ ନିଆହଉଛି। ଗଣମାଧ୍ୟମରେ ଖବର ବାଜୁଛି। ଆମ ସରକାରଙ୍କର ଜୟ ଜୟ ହେଉଛି। ଆଉ ତୁ ଏଇ ଗାଁ କଥା ଧରି ବସିଛୁ? କୋଉଠି କୋଉ ରୋଗୀ ଭାରରେ ବୁହାହେଲା, କେଉଁଠି କିଏ ପାଣି‌ରେ ପଶି ହସ୍ପିଟାଲ୍‌ ଗଲା; ଏଗୁଡ଼ା କ’ଣ କଥା? ତୁ ସହରର ଉନ୍ନତିକରଣ ଦେଖୁବୁ ନା, ଆମ ଗାଉଁଲୀ ଲୋକଙ୍କୁ କିଏ ପଚାରେ ପା।

ଠିକ୍‌ କହିଛ ଭାଇ। କଥା ଅଛି ପରା ‘ତେଲିଆ ମୁଣ୍ଡରେ ତେଲ’। ଯେତେକ ପଇସାବାଲା ସହରରେ। ଯେତେ ସବୁ ସୁବିଧା ସହରରେ। ରୋଗବୈରାଗ ହେଲେ ବି ଆଗ ଚିକିତ୍ସା ପାଇବେ ଆମ ସହରୀ ବାବୁମ‌ାନେ। ଆମେ କୋଉଁ ମଣିଷରେ ଗଣା? ହଉ ଚାଲୁ ଏମିତି କେତେ ଦିନ ଚାଲିବ। ‌

ଆପଣଙ୍କ ଡାହାଣ ପାଖର ଫଟୋଟିକୁ ଦେଖି ବୁଝି ସାରିବେଣି ଘଟଣା କ’ଣ? ଏପଟେ ଆମ ସରକାର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଘଟିଛି ବୋଲି ଡେଙ୍ଗୁରା ପିଟୁଛନ୍ତି; ସେପଟେ ଆଜି ବି ଗାଁଗହଳିରେ ଅନେକ ରୋଗୀ ଭାରରେ ବୁହା ହୋଇ, ପାଣିରେ ପଶି ଚିକିତ୍ସା ଟିକେ ପାଇଁ ବିକଳ ହେଉଛନ୍ତି। ଆପଣ ନିଜେ ଦେଖିନିଅନ୍ତୁ, ବାସ୍ତବତା ଓ ବ୍ୟବସ୍ଥା ଭିତରେ କେତେ ଫରକ୍‌। ଆମେ ଯାହା ଦେଖିଲୁ ତାହା କହିଲୁ। ଦିହକୁ ନେବେନି।

କାର୍ଟୁନ: ଦେବାଶିଷ

https://sambad.in/cartoon-stories/cartoon-story-9531055

https://sambad.in/cartoon-stories/cartoon-story-9527398

https://sambad.in/cartoon-stories/cartoon-on-odishas-law-and-order-situation-9523429

https://sambad.in/cartoon-stories/cartoon-story-9519664

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe