18 persons held by Sambalpur police on Wednesday. Photograph: (sambad.in)
ସମ୍ବଲପୁର: ଚାକିରି କେଳେଙ୍କାରୀ ମାମଲାରେ ସମ୍ବଲପୁର ପୁଲିସ ପୁଣି ୧୮ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଛି। ଏହି ମାମଲାରେ ପୂର୍ବରୁ ୨ଜଣ ଗିରଫ ହୋଇଛନ୍ତି। ପୁଲିସ ଅଟକ ରଖିଥିବା ଅଭିଯୁକ୍ତମାନେ ଅଧିକାଂଶ ସମ୍ବଲପୁର ଅଞ୍ଚଳର। ଏମାନେ ବୁର୍ଲା, ଧନୁପାଲି, ବରେଇପାଲି ଓ ଧମା ଥାନା ଅଞ୍ଚଳର ବୋଲି ସମ୍ବଲପୁର ପୁଲିସ ଏହି ସୂଚନା ଦେଇଛି। ଏହି ମାମଲାରେ ଆହୁରି ଅନେକ ଲୋକଙ୍କର ସଂପୃକ୍ତି ଥିବା ପୁଲିସର ସନ୍ଦେହ ହେଉଛି।
ପୁଲିସ ସ୍କାନରରେ ୧୮ ଅଭିଯୁକ୍ତ
ଆରକ୍ଷୀ ଅଧୀକ୍ଷକ କହିଛନ୍ତି, ଅଭିଯୁକ୍ତମାନେ ହେଲେ ରାହୁଲ ବାଗ୍, ପଦ୍ମଲୋଚନ ଲୁହା, ମୁରଲୀ ତାଣ୍ଡିଆ, କୁଞ୍ଜବନ ମହାନନ୍ଦ, ହାଲଦାର ସାହୁ, ଡିଲେଶ୍ବର ରନବିଡ଼ା, ସୁଶୀଳ ବାଗ, ବେଣୁଧର ଲୁହା, ସରୋଜ ବାଗ, ରାଜକିଶୋର ବେଦି, ଯଶୋବନ୍ତ ଲୁହା, ନନ୍ଦିକିଶୋର ବେଦି, ବନ ବେଦି, ଭାଗ୍ୟଶ୍ରୀ ମହାନନ୍ଦ, ଜମ୍ବୁବନ୍ତୀ ବାଗ, ଦୀପ୍ତି ରାଣୀ ବେଦୀ, ଲିପି ବେଦୀ ଓ ସଂଜୁ ସୁନା। ପୁଲିସ ଏମାନଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ଆହୁରି ପଢ଼ନ୍ତୁ: Bangladeshi Song: କଂଗ୍ରେସ ବୈଠକରେ ବାଂଲାଦେଶୀ ଜାତୀୟ ସଂଗୀତ ବାଜିବା ନେଇ ତେଜିଲା ରାଜନୀତି
ଏଜେଣ୍ଟ ମାଧ୍ୟମରେ ଟଙ୍କା ଠକେଇ
ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ କହିଛନ୍ତି, ବୁର୍ଲା ପୁଲିସ ନିକଟରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସକୁ ଅନେକଗୁଡ଼ିଏ ତଥ୍ୟ ମିଳିଛି। ଅଭିଯୋଗ ଆଧାରରେ ପୁଲିସ ୧୮ ଜଣଙ୍କୁ ଗିରଫ କରିଛି। ଜଣେ ଅଭିଯୁକ୍ତ ଭାଗ୍ୟଶ୍ୟଙ୍କ ଠାରୁ ୧୩ ଲକ୍ଷ ଟଙ୍କା ଜବତ ହୋଇଛି। ରାହୁଲ ଓରଫ ମାଷ୍ଟରମାଇଣ୍ଡ। ଚାକିରି ଠକେଇ ମାମରେ ବହୁ ଲୋକଙ୍କର ସଂପୃକ୍ତି ଥିଲା। ଏଥି ପାଇଁ ଏଜେଣ୍ଟମାନେ କାମ କରୁଥିଲେ। ନିରୀହ ଲୋକଙ୍କର ବ୍ରେନ୍ ୱାସ କରୁଥିଲେ। ତେଣୁ ଲୋକଙ୍କୁ ସତର୍କତ ରହିବାର ଅଛି।
ଗିରଫ ଦୁଇ ଅଭିଯୁକ୍ତ
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ବୁର୍ଲା ପୁଲିସ ଚାକିରି ଠକେଇ ମାମଲରେ ପୂର୍ବରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜେଲରେ ଥିବା ବ୍ୟକ୍ତିମାନେ ହେଲେ ବଡ଼ବଜାରର ରାହୁଲ ଓରଫ ସମ୍ରାଟ ରାୟ (୩୨) ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡି (୩୪)। ଏମାନେ ଏକ ବର୍ଷ ମଧ୍ୟରେ ୪ ଜିଲ୍ଲା ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାର ପାଖାପାଖି ୨ ହଜାର ଲୋକଙ୍କୁ ଫସାଇ ୨ କୋଟି ଟଙ୍କାର ଠକେଇ କରିଛନ୍ତି। ସେମାନେ ଆଗାମୀ ଦିନରେ ଆହୁରି ବଡ଼ଧରଣର ଠକେଇ ଯୋଜନା କରୁଥିଲେ, ଯାହାକୁ ପୁଲିସ ପଣ୍ଡ କରିଦେଇଛି। ଅଭିଯୁକ୍ତମାନଙ୍କଠାରୁ ୬୨.୧ ଲକ୍ଷ ଟଙ୍କା ଜବତ କରାଯାଇଛି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଗଲେ ଆହୁରି ତଥ୍ୟ ଜଣାପଡ଼ିବ। ଏହି ବଡ଼ଧରଣର ନିଯୁକ୍ତି ଠକେଇରେ ସୌମ୍ୟ ସାହୁ ନାମକ ଜଣେ ଛଦ୍ମବ୍ୟକ୍ତି ସହିତ ଆହୁରି ଅନେକ ସଂପୃକ୍ତ ଅଛନ୍ତି। ସେମାନଙ୍କୁ ଶୀଘ୍ର ପୁଲିସ ଗିରଫ କରିବ ଓ ଅବଶିଷ୍ଟ ଟଙ୍କା ଜବତ କରିବାକୁ ଉଦ୍ୟମ କରିବ। ୨ ଅଭିଯୁକ୍ତଙ୍କ ଠାରୁ ୬୨ ଲକ୍ଷ ଟଙ୍କା ଜବତ କରାଯାଇଛି। ଏମାନେ ୪ ଜିଲ୍ଲାର ୧୮୦୦ ଗରିବଙ୍କଠାରୁ ୨ କୋଟି ଠକେଇ କରିଥିବା ପୁଲିସ ଜାଣିବାକୁ ପାଇଛି।
Follow Us