Minor Rapes Attempt: ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ

Advertisment

ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୫ବର୍ଷୀୟା ନାବାଳିକା ସ୍କୁଲ ଛାତ୍ରୀକୁ ଦୁଷ୍କର୍ମ ଉଦ୍ୟମ ନେଇ ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ମାମଲା ରୁଜୁ କରି ୪୫ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି।

ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୫ବର୍ଷୀୟା ନାବାଳିକା ସ୍କୁଲ ଛାତ୍ରୀକୁ ଦୁଷ୍କର୍ମ ଉଦ୍ୟମ ନେଇ ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ମାମଲା ରୁଜୁ କରି ୪୫ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି।

Untitled-41

Minor girl raped Photograph: (sambad.in)

ସୁନ୍ଦରଗଡ଼: ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୫ବର୍ଷୀୟା ନାବାଳିକା ସ୍କୁଲ ଛାତ୍ରୀକୁ ଦୁଷ୍କର୍ମ ଉଦ୍ୟମ ନେଇ ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ମାମଲା ରୁଜୁ କରି ୪୫ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ରହିଛି ସୋମବାର ସନ୍ଧ୍ୟାରେ ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଜଣେ ୫ବର୍ଷୀୟ ନାବାଳିକା ସ୍କୁଲରୁ ଘରକୁ ଫେରିବା ସମୟରେ ସେହି ଗ୍ରାମର ୪୫ ବର୍ଷୀୟ ଯୁବକ ଖରାପ କାମ କରିଥିଲା। ନାବାଳିକାକୁ ପ୍ରଲୋଭନ ଦେଖାଇ ରାସ୍ତାରୁ ନିକଟସ୍ଥ ଏକ ହରଡ଼ ବୁଦା ଭିତରକୁ ଟେକି ନେଇ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲା। ପୀଡିତା ନାବାଳିକାଙ୍କ କାନ୍ଦବୋବଳୀ ଶୁଣି ସ୍ଥାନୀୟ ବାସିନ୍ଦା ସେଠାରେ ପହଞ୍ଚି ଯିବାରୁ ଏହା ଦେଖି ଅଭିଯୁକ୍ତ ଜଣକ ସେଠାରୁ ଦୌଡ଼ି ପଳାଇଥିଲା।

ଆହୁରି ପଢ଼ନ୍ତୁ: Dead Body Old Woman Rescued ଧାନ ବିଲରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ କଲେ ପରିବାର

ପୁଲିସର ତଦନ୍ତ ଜାରି

ଆଜି ପୀଡ଼ିତାଙ୍କୁ ଧରି ତାଙ୍କ ମା’ ଓ ସମ୍ପର୍କୀୟମାନେ ସ୍ଥାନୀୟ ସିଏଚସିକୁ ଚିକିତ୍ସା ପାଇଁ ପହଞ୍ଚିଥିଲେ। ଡାକ୍ତରଖାନା କତ୍ତୃପକ୍ଷଙ୍କ ଠାରୁ ଖବର ପାଇବା ପରେ ରାଜଗାଙ୍ଗପୁର ଥାନା ଅଧିକାରୀ ମହିଳା ସବ ଇନ୍ସପେକ୍ଟର ସହ ଡାକ୍ତରଖାନାରେ ପହଞ୍ଚି ନାବାଳିକାକୁ ପଚରାଉଚୁରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ଖବର ପାଇ ସୁନ୍ଦରଗଡ଼ ଏସପି ଅମ୍ରିତପାଲ କୌର ସ୍ୱୟଂ ରାଜଗାଙ୍ଗପୁର ଥାନାରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ପୀଡ଼ିତା ନା ବାଳିକା ସମେତ ତାଙ୍କ ପରିବାର ଲୋକଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରିବୁଝିଥିଲେ। ଏ ସଂକ୍ରାନ୍ତରେ ପୀଡ଼ିତା ପରିବାର ପକ୍ଷରୁ ଥାନାରେ ଅଭିଯୋଗ କଲା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ପରେ ଗିରଫ କରିଛି। ଶନିବାର ରାଜଗାଙ୍ଗପୁର ଲାଞ୍ଜିବେର୍ଣା ଛାତ୍ରୀ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ଆଜିର ଏହି ଲଜ୍ଜାଜନକ ଘଟଣା ପୁଣି ଥରେ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: Delhi Pollution Politics: ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅନନ୍ୟ ଜ୍ଞାନ: ବାୟୁ ଗୁଣବତ୍ତା ସୂଚକାଙ୍କ ହେଲା ତାପମାତ୍ରା!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe