female-doctor-slapped-the-patient-father Photograph: (sambad.in)
ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦର ସୋଲା ସିଭିଲ୍ ହସ୍ପିଟାଲରେ ଜଣେ ଡାକ୍ତରାଣୀ ଅସୁସ୍ଥ ଶିଶୁର ବାପାଙ୍କ ସହିତ ଦାଦାଗିରି ଦେଖାଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛୁ।
ଅସୁସ୍ଥ ଶିଶୁର ବାପାଙ୍କ ସହିତ ଦାଦାଗିରି
ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣାଟି ଅକ୍ଟୋବର ୨୬ ତାରିଖରେ ଘଟଥିବା କୁହାଯାଉଛି। ରିପୋର୍ଟ ଅନୁଯାୟୀ, ରୋଗୀଙ୍କ ବାପା ଅଶିକ୍ ହରିଭାଇ ଛାବଡ଼ା ତାଙ୍କ ଅସୁସ୍ଥ ଝିଅର ଚିକିତ୍ସା ପାଇଁ ଅହମ୍ମଦାବାଦର ସୋଲା ସିଭିଲ୍ ହସ୍ପିଟାଲରେ ଆସି ପହଞ୍ଚିଥିଲେ।
ଏହି ସମୟରେ ଆଶିକ୍ ତାଙ୍କ ମୋବାଇଲ୍ ଫୋନରେ ମହିଳା ଡାକ୍ତରଙ୍କ ସହ ଯାହା କଥା ହେଉଥିବା ସେସବୁକୁ ଫୋନରେ ରେକର୍ଡ କରିଥିଲେ। ଏହି ଘଟଣାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା।
ଅଧିକପଢ଼ନ୍ତୁ:ବାତ୍ୟାକୁ ଭାବନି ଫୁଲ ! ମୋନ୍ଥା- ନାମ ଫୁଲ ପରି, ବଳ କିନ୍ତୁ ବାହୁବଳୀ ପରି…
ଡାକ୍ତରାଣୀ ଜଣକ ଖୁବ ରାଗି ଯାଇ ଅସୁସ୍ଥ ଶିଶୁର ବାପାଙ୍କୁ କହିଥିଲେ,‘ମୋବାଇଲ୍ ତଳେ ରଖ। କଥାର ରେକର୍ଡିଂ କାହିଁକି କରୁଛ। ଏସବୁର କ’ଣ ଆବଶ୍ୟକ।’
ଅସୁସ୍ଥ ଶିଶୁର ଚିକତ୍ସା ପାଇଁ ରୋକଠୋକ ମନା କଲେ ଡାକ୍ତର
ଶିଶୁର ବାପା କଥା ନଶୁଣିବାରୁ ଡାକ୍ତରାଣୀ ରାଗି ଯାଇ ଆଶିକଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ପକାଇଥିଲେ। ସମଗ୍ର ଘଟଣା ସମୟରେ ଜଣେ ସୁରକ୍ଷା କର୍ମୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏହି ଘଟଣାପରେ ଡାକ୍ତରରାଣୀ ଆଶିକଙ୍କ ଅସୁସ୍ଥ ଶିଶୁର ଚିକତ୍ସା ପାଇଁ ରୋକଠୋକ ମନା କରି ଦେଇଥିଲେ।
ଏହି ଘଟଣା ସମ୍ପର୍କରେ ଖବର ଲେଖାହେଲା ପର୍ଯ୍ୟନ୍ତ ସୋଲା ସିଭିଲ୍ ହସ୍ପିଟାଲ ପକ୍ଷରୁ କୌଣସି ପ୍ରକାର ବୟାନ ଆସି ନାହିଁ।
ଅଧିକପଢ଼ନ୍ତୁ:ସମୁଦ୍ରରୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା... ବଢୁଛି ପବନ, କାକିନାଡ଼ାରୁ ୧୫୦ କିମି ଦୂରରେ ବାତ୍ୟା
doctor Ahmedabad
Follow Us