Man Kills Estranged Wife: ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ, ହ୍ୱାଟ୍ସଆପ୍‌ରେ ରଖିଲା ଫଟୋ

ସନ୍ଦେହ ସଜା‌ଇଲା ହତ୍ୟାକାରୀ। ଅନ୍ୟ ପୁରୁଷ ସହ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ବିବାହ ପରେ ଝଗଡ଼ା ହେବାରୁ ଅଲଗା ରହୁଥିଲା ସ୍ତ୍ରୀ। ଏହି ସମୟରେ ସ୍ତ୍ରୀ ଅନ୍ୟପୁରୁଷ ସହ ସମ୍ପର୍କ ରଖିଥିବା ସନ୍ଦେହ କରି ସ୍ବାମୀ ତାକୁ ଦା’ରେ ଆକ୍ରମଣ କରି ହତ୍ୟା କରିଥିବା ଜଣାଯାଇଛି।

tamilnadu

Man Kills Estranged Wife Photograph: (sambad.in)

କୋଏମ୍ବାଟୁର: ସନ୍ଦେହ ସଜା‌ଇଲା ହତ୍ୟାକାରୀ। ଅନ୍ୟ ପୁରୁଷ ସହ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ବିବାହ ପରେ ଝଗଡ଼ା ହେବାରୁ ଅଲଗା ରହୁଥିଲା ସ୍ତ୍ରୀ। ଏହି ସମୟରେ ସ୍ତ୍ରୀ ଅନ୍ୟପୁରୁଷ ସହ ସମ୍ପର୍କ ରଖିଥିବା ସନ୍ଦେହ କରି ସ୍ବାମୀ ତାକୁ ଦା’ରେ ଆକ୍ରମଣ କରି ହତ୍ୟା କରିଥିବା ଜଣାଯାଇଛି। ତାମିଲନାଡୁର କୋଏମ୍ବାଟୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ସ୍ୱାମୀ ହତ୍ୟା କରିବା ପରେ ମୃତଦେହ ସହିତ ଫଟୋ ଉଠାଇ ତାଙ୍କ ହ୍ୱାଟ୍ସଆପ୍ ଷ୍ଟାଟସରେ ପୋଷ୍ଟ କରିଥିଲେ। ମୃତକଜଣଙ୍କ ଶ୍ରୀପ୍ରିୟା ବୋଲି ଚିହ୍ନଟ କରାଯାଇଥିବା ବେଳେ ଅଭିଯୁକ୍ତଜଣକ ହେଲେ ବାଲାମୁରୁଗନ୍। 

ଦା’ରେ ହାଣିଲା ସ୍ବାମୀ

ସୂଚନା ମୁତାବକ, ବାଲାମୁରୁଗନ୍‌ଙ୍କଠାରୁ ଅଲଗା ରହି ଶ୍ରୀପ୍ରିୟା କୋଏମ୍ବାଟୁରର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଶାଶୁ ଘର ଛାଡ଼ିବା ପରେ ସେ ହଷ୍ଟେଲରେ ରହୁଥିଲେ। ରବିବାର ଅପରାହ୍ନରେ ବାଲାମୁରୁଗନ୍‌ ତାଙ୍କୁ ଭେଟିବା ବାହାନାରେ ହଷ୍ଟେଲକୁ ଆସିଥିଲେ। ଭେଟିବା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ଏଥିରେ ରାଗିଯାଇ ବାଲାମୁରୁଗନ୍ ଲୁଚାଇ ଆଣିଥିବା ଦା’ରେ ଶ୍ରୀପ୍ରିୟାଙ୍କୁ ଆକ୍ରମଣ କରିଥିଲେ। ହତ୍ୟା କରିବା ପରେ ସେ ଖସିଯିବାକୁ ଚେଷ୍ଟା ନକରି ପୁଲିସ ଆସିବା ପର୍ଯ୍ୟନ୍ତ ମୃତଦେହ ପାଖରେ ବସି ରହିଥିଲେ। ଏହି ସମୟରେ ସେ ମୃତ ପତ୍ନୀଙ୍କ ସହ ଫଟୋ ଉଠାଇ ହ୍ବାଟସଆପରେ ଷ୍ଟାଟସ ରଖିଥିଲେ ଏବଂ ଲେଖିଥିଲେ "ସେ ମ‌ୋତେ ଧୋକା ଦେଇଥିଲା।"

ଆହୁରି ପଢ଼ନ୍ତୁ: Vande Bharat Sleeper: ଏହି ମାସ ଆସିବାକୁ ଯାଉଛି 'ବନ୍ଦେ ଭାରତ ସ୍ଲିପର', ଜାଣନ୍ତୁ ରୁଟ ପ୍ଲାନ

ଭୟରେ ଦୌଡ଼ି ପଳାଇଲେ ଲୋକେ

ବାଲାମୁରୁଗନ୍ ଆକ୍ରମଣ କରିବା ମାତ୍ରେ, ହଷ୍ଟେଲରେ ରହୁଥିବ‌ା ଲୋକମାନେ ଭୟରେ ଦୌଡ଼ି ପଳାଇଥିଲେ। ହେଲେ ବାଲାମୁରୁଗନ୍ ଘଟଣାସ୍ଥଳରେ ରହି ପୁଲିସ ଆସିବାକୁ ଅପେକ୍ଷା କରିଥିଲେ। ତାଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା, ଏବଂ ଦା’ ଜବତ କରାଯାଇଥିଲା। 

ଏହି ହତ୍ୟାକାଣ୍ଡ ତାମିଲନାଡୁରେ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ରାଜନୈତିକ ବିତର୍କ ସୃଷ୍ଟି କରିଛି। ବିରୋଧୀ ଦଳ, ଶାସକ ଡିଏମକେ ସରକାର ଉପରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହେବାର ଆରୋପ ଲଗାଇଛି। 

ଆହୁରି ପଢ଼ନ୍ତୁ: Modi Speech Before Winter Session: ସଂସଦ ହଙ୍ଗାମା କରିବାର ସ୍ଥାନ ନୁହେଁ: ପ୍ରଧାନମନ୍ତ୍ରୀ ମୋଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe