ବେଙ୍ଗାଲୁରୁ: ୨ବର୍ଷ ହେଲାଣି ଛୁଟି ନଦେବା ସହ ଦରମା ଦେଉନଥିଲେ ପଞ୍ଚାୟତ ଅଧୀକାରୀ। ଏହାକୁ ସହିନପାରି ଜୀବନ ହାରିଲେ ବୃଦ୍ଧ। କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ଏକ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏହି ଘଟଣା ଘଟିଛି। ବୃଦ୍ଧଜଣଙ୍କୁ ପଞ୍ଚାୟତ ଅଫିସରେ କାମ କରୁଥିଲେ। ଗତ ୨୭ ମାସ ଧରି ତାଙ୍କୁ ଦରମା ମିଳୁ ନଥିବା ସହ ଛୁଟି ମଧ୍ୟ ଦିଆଯାଉନଥିଲା। ପଞ୍ଚାୟତ ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ କରି ବୃଦ୍ଧ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ମୃତକଙ୍କ ନାମ ହେଲା ଚିକୁସା ନାୟକ।
ଆହୁରି ପଢ଼ନ୍ତୁ: ପାକ୍-ଆଫ୍ଗାନିସ୍ତାନ ଯୁଦ୍ଧ ବନ୍ଦ କରିବା ମୋ ପାଇଁ ଅତି ସହଜ: ଡୋନାଲ୍ଡ ଟ୍ରମ୍ପ
ମୃତ୍ୟୁ ପୂର୍ବରୁ ସେ ଲେଖିଥିବା ସୁଇସାଇଡ୍ ନୋଟରେ ଅଭିଯୋଗ କରିଛନ୍ତି ଯେ, ସେ ୨୦୧୬ ମସିହାରୁ ହୋଙ୍ଗାନୁରୁ ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରୁଥିଲେ। ତାଙ୍କ ବକେୟା ଦରମା ଦେବାକୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ, ଅଧିକାରୀମାନେ କୌଣସି ଉତ୍ତର ଦେଉ ନଥିଲେ।
ଆହୁରି ପଢ଼ନ୍ତୁ: ଦୀପାବଳି ପୂର୍ବରୁ ବଦଳିଲାଣି ଦିଲ୍ଲୀର ବାୟୁ, ଆହୁରି ବାକି ଅଛି...
ଆହୁରି ପଢ଼ନ୍ତୁ: ମୋଜାମ୍ବିକରେ ଡଙ୍ଗା ବୁଡ଼ି ୩ ଭାରତୀୟ ମୃତ, ବସିଥିଲେ ୧୪ ଜଣ
'ଅଧିକ ଖଟାଉଥିଲେ, ଦରମା ଦେଉନଥିଲେ'
"ମୁଁ ୨୦୧୬ ମସିହାରୁ ଜଳକର୍ମୀ ଭାବରେ କାର୍ଯ୍ୟ କରିଆସୁଥିଲି। ପଞ୍ଚାୟତ ଉନ୍ନୟନ ଅଧିକାରୀ (ପିଡିଓ) ଏବଂ ଗ୍ରାମ ପଞ୍ଚାୟତ ସଭାପତିଙ୍କୁ ମୋର ୨୭ ମାସର ବକେୟା ଦରମା ପ୍ରଦାନ କରିବାକୁ ଅନୁରୋଧ କରିଥିଲି। କିନ୍ତୁ ସେମାନେ ମୋ ଅନୁରୋଧକୁ ଅଣଦେଖା କରିଥିଲେ। ମୁଁ ଜିଲ୍ଲା ପଞ୍ଚାୟତ ସିଇଓଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲି, କିନ୍ତୁ କିଛି ହୋଇପାରିଲା ନାହିଁ। ଯଦି ମୁଁ ଛୁଟି ମାଗୁଥିଲି, ତେବେ ସେମାନେ ମୋତେ ଛୁଟି ନେବା ପୂର୍ବରୁ ଅନ୍ୟ ଜଣଙ୍କୁ କାମ କରିବା ପାଇଁ ଖୋଜିବାକୁ କହୁଥିଲେ। ସେମାନେ ମୋତେ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଫିସରେ ରହିବାକୁ ବାଧ୍ୟ କରୁଥିଲେ। ପିଡିଓ ଏବଂ ମୋହନ କୁମାରଙ୍କ ନିର୍ଯାତନେ ଯୋଗୁଁ ମୁଁ ମୋ ଜୀବନ ଶେଷ କରୁଛି" ବୋଲି ସେ ଲେଖିଛନ୍ତି।
ଆହୁରି ପଢ଼ନ୍ତୁ: ବିବାହିତ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ, ମୃତ୍ୟୁର କାରଣ ଅସ୍ପଷ୍ଟ
Crime | commits suicide