Loot: ସ୍ବାମୀ-ସ୍ତ୍ରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା-ସୁନା ଗହଣା ଲୁଟିଲେ ଡକାୟତ

Advertisment

ଘରେ ପଶି ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରି ୫ ଜଣ ଡକାୟତ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟିନେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡସିଆଜଙ୍ଗ (ଗୁମୁଦିଘୁଟୁ) ଗାଁରେ ଏଭଳି ଘଟଣା ଘଟିଛି।

ଘରେ ପଶି ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରି ୫ ଜଣ ଡକାୟତ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟିନେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡସିଆଜଙ୍ଗ (ଗୁମୁଦିଘୁଟୁ) ଗାଁରେ ଏଭଳି ଘଟଣା ଘଟିଛି।

Rairangpur

Man looted from house in Mayurbhanj district. Photo: sambad.in

ରାଇଙ୍ଗପୁର/ତିରିଂ: ଘରେ ପଶି ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରି ୫ ଜଣ ଡକାୟତ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟିନେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡସିଆଜଙ୍ଗ (ଗୁମୁଦିଘୁଟୁ) ଗାଁରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ବଡ଼ିସିଆଜଙ୍ଗ ଗାଁର ଅଶ୍ବନୀ ମହାନ୍ତଙ୍କ ଘରେ ଡକାୟତି ହୋଇଛି। ନଗଦ ୬୧ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା, ଏଟିଏମ୍ କାର୍ଡ ଓ କଂସା ବାସନ ସବୁ ଲୁଟି ନେଇଛନ୍ତି ୫ ଜଣ ଡକାୟତ।

ଏନେଇ ତିରିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବଡସିଆଜଙ୍ଗ ସାହିର ଶ୍ରୀ ମହାନ୍ତ। ଗତ ରାତିରେ ନିଜ ଗୁହାଳ ଘରେ ଥିବା ଗାଈଗୋରୁଙ୍କୁ ଖାଇବାକୁ ଦେଉଥିବା ବେଳେ ପୂର୍ବରୁ ଘର ପାଚେରୀ ଡେଇଁ ସେଠାରେ ଲୁଚି ଥିବା ପାଞ୍ଚ ଜଣ ଡକାୟତ ଆତର୍କିତ ଭାବେ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ। ଏଥି ସହିତ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଡକାୟତମାନେ ଆକ୍ରମଣ କରି କାବୁ କରି ନେଇଥିଲେ। ଘରେ ଥିବା ନଗଦ ଟଙ୍କା, ସୁନାଗହଣା, କଂସାବାସନ ପ୍ରଭୃତି ଲୁଟି ନେଇ ସେଠାରୁ ଖସି ପଳାଇ ଯାଇଥିଲେ। ତେବେ ଡକାୟତ ମାନେ ଓଡ଼ିଆ ଓ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ ବିଭିନ୍ନ ମାରଣାସ୍ତ୍ର ଧରିଥିଲେ ବୋଲି କହିଛନ୍ତି ଗୁରୁତର ଅଶ୍ବନୀ ମହାନ୍ତ।

ଆହୁରି ପଢ଼ନ୍ତୁ: Know About Rehman Docait: ଫିଲ୍ମ 'ଧୁରନ୍ଧର' ର ପ୍ରକୃତ ରେହମାନ ଡକାୟତ କିଏ ଜାଣିଛନ୍ତି କି? କାରନାମା ଶୁଣିଲେ ଭୟ ଲାଗିବ

ଝାଡ଼ଖଣ୍ଡର ଡକାୟତ ସନ୍ଦେହ

ଏହି ଘଟଣାକୁ ନେଇ ତିରିଂ ଥାନାରେ ସେ ଏକ ଏତଲା ଦେଇଛନ୍ତି। ଏତଲା ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୟୂରଭଞ୍ଜ ଜିଲ୍ଲାର ତିରିଂ ଅଞ୍ଚଳଟି ଝାଡ଼ଖଣ୍ଡର ସୀମାନ୍ତରେ ଥିବାରୁ ଡକାୟତମାନେ ଝାଡ଼ଖଣ୍ଡ ରାଜ୍ୟକୁ ଖସି ପଳାଇ ଯାଇଥିବା ସନ୍ଦେହ କରାଯାଉଛି। ସେପଟେ ଆହତ ଅବସ୍ଥାରେ ଅଶ୍ବନୀ ମହାନ୍ତଙ୍କ ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ସାଇନଟିଫିକ୍ଟ ଟିମ୍, ରାରଙ୍ଗପୁର ଏସଡିପିଓ ଓ ତିରିଂ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: Bangladesh: ଢାକାରେ ଭାରତୀୟ ଉଚ୍ଚାୟୋଗ ଘେରିଲେ ଶହ ଶହ ବିକ୍ଷୋଭକାରୀ

ରିପୋର୍ଟ: ତୁଷାର କାନ୍ତ ମହାନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe