ମାଡ଼ଖାଇ ଲହୁଲୁହାଣ ହୋଇଥିବା ଚୋରଙ୍କୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କଲା ପୁଲିସ

Advertisment

ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଭୂଆଶୁଣୀ ପଞ୍ଚାୟତ ତିଳା ଗ୍ରାମରେ ଚାରି ଜଣ ଛେଳି ଚୋରଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି। ଚୋରମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ପୁଲିସ ଅଟକ ରଖିଛି।

Updated On

ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଭୂଆଶୁଣୀ ପଞ୍ଚାୟତ ତିଳା ଗ୍ରାମରେ ଚାରି ଜଣ ଛେଳି ଚୋରଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି। ଚୋରମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ପୁଲିସ ଅଟକ ରଖିଛି।

ଅଦ୍ୟତନ ହୋଇଛି
Four men bitten.

Four men bitten in Mayurbhanj district. Photograph: (sambad.in)

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଭୂଆଶୁଣୀ ପଞ୍ଚାୟତ ତିଳା ଗ୍ରାମରେ ଚାରି ଜଣ ଛେଳି ଚୋରଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି। ଚୋରମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ପୁଲିସ ଅଟକ ରଖିଛି। ଅଭିଯୁକ୍ତ ଯୁବକମାନେ ହେଲେ ସୂରଜ ମୁଖି (୨୮), ଜୟନ୍ତ ବେହେରା (୩୨), ଦିଲୀପ ସିଂ (୨୮) ଓ ଲକ୍ଷ୍ମଣ ସିଂ (୨୮)।  

ଏହି ଖବର ପଢ଼ନ୍ତୁ: ସହଦେବ ନାୟକଙ୍କ ୨ ସନ୍ତାନଙ୍କ ପାଠପଢ଼ା ଦାୟିତ୍ବ ନେଲେ ବିରୋଧୀ ଦଳ ନେତା

ସୂଚନା ଅନୁସାରେ ତିଳା ଗ୍ରାମର ବିନୋତି ପାତ୍ର ଓ ସୁରେନ୍ଦ୍ର ପାତ୍ରଙ୍କ ଦୁଇଟି ଅଣ୍ଡିରା ଛେଳି ବିଲରେ ଚରୁଥିବା ବେଳେ ଚାରିଜଣ ଯୁବକ ନେଇ କାର୍‌ରେ ନେଇ ପଳାଇବାକୁ ଉଦ୍ୟମ କରିଥିଲେ। ଏହା ଦେଖି ସ୍ଥାନୀୟ ଜଣେ ଯୁବକ ବଡ଼ ପାଟି କରିଥିଲେ। ପାଟି ଶୁଣି କିଛି ଯୁବକ ବାଇକ୍‌ରେ କାର୍‌ (ଓଡି୧୧ ଏସି ୯୭୭୩) ଗୋଡ଼ାଇ ଥିଲେ। କଣ୍ଟାଶୋଲା ଗ୍ରାମ ନିକଟରେ ଗ୍ରାମବାସୀଙ୍କ ସହାୟତାରେ କାର୍‌ଟିକୁ ଅଟକ ରଖିବା ସହିତ ଚାରି ଜଣ ଯୁବକଙ୍କୁ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ। କାର୍‌ ମଧ୍ୟରୁ ଦୁଇଟି ଛେଳି ଉଦ୍ଧାର କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩୫ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ବିନୋତି ପାତ୍ର କହିଛନ୍ତି।

ଏହି ଖବର ପଢ଼ନ୍ତୁ: ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ୍‌ ପଡ଼ିଛି କି? ଚିନ୍ତା କରନ୍ତୁ ନାହିଁ...

ବିନୋତି ପାତ୍ର ଓ ସୁରେନ୍ଦ୍ର ପାତ୍ରଙ୍କ ଦୁଇଟି ଅଣ୍ଡିରା ଛେଳି ବିଲରେ ଚରୁଥିବା ବେଳେ ଚାରିଜଣ ଯୁବକ ନେଇ କାର୍‌ରେ ନେଇ ପଳାଇବାକୁ ଉଦ୍ୟମ କରିଥିଲେ। ଏହା ଦେଖି ସ୍ଥାନୀୟ ଜଣେ ଯୁବକ ବଡ଼ ପାଟି କରିଥିଲେ। ପାଟି ଶୁଣି କିଛି ଯୁବକ ବାଇକ୍‌ରେ କାର୍‌ (ଓଡି୧୧ ଏସି ୯୭୭୩) ଗୋଡ଼ାଇ ଥିଲେ।

ଏହି ଖବର ପଢ଼ନ୍ତୁ: ତାପମାତ୍ରା ୪.୮ ଡିଗ୍ରି ସହ ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ

ତେବେ ଲୋକେ ସହାୟତା ନମ୍ବର ୧୧୨କୁ ଖବର ଦେବାରୁ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ଗ୍ରାମବାସୀଙ୍କ ଠାରୁ ଚାରିଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ଯୁବକମାନେ ହେଲେ ଶୁଳିଆପଦା ଥାନା କୋଷ୍ଟା ଗ୍ରାମର ସୂରଜ ମୁଖି (୨୮), ବାରିପଦା ଥାନା ବିଜୟରାମଚନ୍ଦ୍ରପୁରର ଜୟନ୍ତ ବେହେରା (୩୨), ବାରିପଦା ଥାନା କଲାଅସ୍ତିଆର ଦୀଲିପ ସିଂ (୨୮), କୁଳିଅଣା ଥାନା କିଶାନଡାହି ଗ୍ରାମ ର ଲକ୍ଷ୍ମଣ ସିଂ (୨୮)କୁ ପୁଲିସ ଅଟକ ରଖି ପଚରାଉଚରା ଉଚରା ଚଳାଇଛି। ବିନୋତି ପାତ୍ରଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିଛି। 

ଏହି ଖବର ପଢ଼ନ୍ତୁ: ଲୋପ ପାଇଗଲାଣି ଏକାଧିକ ପାରଂପରିକ ଧାନ ଫସଲ

ସୂଚନାଯୋଗ୍ୟ ଦୁଇମାସ ମଧ୍ୟରେ ପାଞ୍ଚଟି ଛେଳି, ଗୋରୁ ଚୋରି ହୋଇଛି। ମକର ପର୍ବ ପାଇଁ ଚୋରି ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହେଉଥିବାରୁ ପାଟ୍ରୋଲିଙ୍ଗକୁ କଡ଼ାକଡ଼ି କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe