Subramanyam Vedam: ବିନା ଦୋଷରେ ଜେଲ ଦଣ୍ଡ ଭୋଗିବା ପରେ ବୃଦ୍ଧଙ୍କୁ ଦେଶରୁ ତଡ଼ିବାକୁ ଉଦ୍ୟମ କରୁଛି ଆମେରିକା ସରକାର

ଅପରାଧ ବିନା ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୪୩ ବର୍ଷ ଜେଲରେ ବିତାଇ ନିର୍ଦ୍ଦୋଷରେ ଖାଲାସ ହେବାପରେ ପୁଣି ସୁବ୍ରମଣ୍ୟମ୍ ବେଦମଙ୍କୁ ହେପାଜତକୁ ନିଆଯିବା ଘଟଣା ଚର୍ଚ୍ଚାରେ ରହିଛି।

Untitled-2re

subramanyam-vedam-wrongfully-jailed-for-43-years Photograph: (@SAMBAD.IN)

ନୂଆଦିଲ୍ଲୀ: ଆମେରିକାର ଜଣେ ଭାରତୀୟ-ଆମେରିକୀୟ ବ୍ୟକ୍ତି କୌଣସି ଅପରାଧ ବିନା ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୪୩ ବର୍ଷ ଜେଲରେ ବିତାଇ ନିର୍ଦ୍ଦୋଷରେ ଖାଲାସ ହେବାପରେ ପୁଣି ତାଙ୍କୁ ହେପାଜତକୁ ନିଆଯିବା ଘଟଣା ଚର୍ଚ୍ଚାରେ ରହିଛି।  ଏହି ବ୍ୟକ୍ତିଙ୍କ ନାମ ସୁବ୍ରମଣ୍ୟମ୍ ବେଦମ ବୟସ ୬୩ବର୍ଷ ଥିବା ଜଣାପଡ଼ିଛି।

ଚଳିତ ବର୍ଷ ଅଗଷ୍ଟ ମାସରେ ଆମେରିକାର କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖାଲାସ କରିଥିଲେ। ଏହାପରେ ଆମେରିକା ସରକାର ବିନା ଦୋଷରେ ୪୩ ବର୍ଷ ଜେଲରେ ବିତାଇବା ମାମଲାର କ୍ଷତିପୂରଣ ଦେବା ପରିବର୍ତ୍ତେ ସୁବ୍ରମଣ୍ୟମ୍ ବେଦମଙ୍କୁ ନିର୍ବାସନ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ  ଆମେରିକାର ଦୁଇଟି କୋର୍ଟ ସୁବ୍ରମଣ୍ୟମ୍ ବେଦମଙ୍କ ଦେଶାନ୍ତରକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖି ଦେଇଛନ୍ତି।

ଅଧିକପଢ଼ନ୍ତୁ: ବିଶ୍ବକପ ଚାଲିଥିବା ବେଳେ ଭାରତର ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନୀ

ନିର୍ଦ୍ଦୋଷରେ ଖାଲାସ ପରେ ପୁଣି ହେପାଜତକୁ ଗଲେ ବୃଦ୍ଧ

ଗତ ଗୁରୁବାର ଜଣେ ଇମିଗ୍ରେସନ୍ ବିଚାରପତି ବେଦମଙ୍କ ନିର୍ବାସନକୁ ସ୍ଥଗିତ ରଖି କହିଥିଲେ, ‘ଯେପର୍ଯ୍ୟନ୍ତ ବ୍ୟୁରୋ ଅଫ୍ ଇମିଗ୍ରେସନ୍ ଆପିଲ୍ସ ତାଙ୍କ ମାମଲା ସମୀକ୍ଷା କରିବେ କି ନାହିଁ ସେ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ପାରିବ ନାହିଁ। ଏହି ନିଷ୍ପତ୍ତି ପାଇଁ କେତେ ମାସ ଲାଗିବ ତାହା କହି ହେବ ନାହିଁ। 

ବେଦମଙ୍କ ଓକିଲଙ୍କ କହିବାନୁସାରେ, ବେଦମ୍ ୧୯୮୦ ମସିହାରେ ତାଙ୍କ ବନ୍ଧୁ ଥମାସ କିନ୍ସରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। କାରଣ ଯାଞ୍ଚ ସମୟରେ ଜଣାପଡ଼ିଲା କିନ୍ସରଙ୍କ ଶେଷ ସମୟରେ ବେଦମ ହିଁ ତାଙ୍କ ସହିତ ଥିଲେ। ତେଣୁ ବେଦମ ହିଁ କିନ୍ସରଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସାକ୍ଷୀ ଓ ପ୍ରମାଣ ଅଭାବ ହେତୁ ବେଦମ ହତ୍ୟା ଘଟଣାରେ ଦୁଇଥର ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥି‌ଲେ।

ଅଗଷ୍ଟ ମାସରେ ବେଦମଙ୍କ ଓକିଲମାନେ ନୂତନ ପ୍ରମାଣ ପାଇଥିଲେ ଯାହାକୁ ସରକାରୀ ଓକିଲମାନେ କେବେ ପ୍ରକାଶ କରି ନଥିଲେ। ଏହି ସାକ୍ଷୀ ଓ ପ୍ରମାଣକୁ ଆଧାର କରି ବିଚାରପତି ବେଦମଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ।  ନିର୍ଦ୍ଦୋଷ ପ୍ରମାଣ ହେବାପାଇଁ ବେଦମଙ୍କୁ ଚାରି ଦଶନ୍ଧିରୁ ଅଧିକ ସମୟ ଲାଗି ଯାଇଥିଲା। 

ଶେଷରେ ବେଦମଙ୍କୁ ଅକ୍ଟୋବର ୩ ତାରିଖରେ ପେନସିଲଭାନିଆ ଜେଲରୁ ମୁକ୍ତ କରାଯିବାକୁ ସ୍ଥିର କରାଯାଇଥିଲା। କିନ୍ତୁ ସେଠାରୁ ତାଙ୍କୁ ଇମିଗ୍ରେସନ ଅଧିକାରୀମାନେ ସିଧାସଳଖ ପୁଣି ହେପାଜତକୁ ନେଇ ଯାଇଥିଲେ। ବ୍ୟୁରୋ ଅଫ୍ ଇମିଗ୍ରେସନ୍ ଆଣ୍ଡ୍ କଷ୍ଟମ୍ସ ଏନଫୋର୍ସମେଣ୍ଟ (ଆଇସିଇ) ବେଦାମଙ୍କୁ ଡ୍ରଗ୍ସ ଚାଲାଣ ଅଭିଯୋଗରେ ଆମେରିକାରୁ ତଡ଼ି ଦେବାକୁ ଚାହୁଁଛି। ଏହି ଡ୍ରଗ୍ସ ଡେଲିଭରି ମାମଲା ସହ ବେଦାମ ପ୍ରାୟ ୨୦ବର୍ଷ ବୟସରେ ସାମିଲ ଥିଲେ। ଏବେ ସେ ୬୩ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। 

ଅଧିକପଢ଼ନ୍ତୁ:ପ୍ରସିଦ୍ଧ ଟିଭି ଅଭିନେତ୍ରୀ ସ୍ୱାମୀଙ୍କୁ ଛାଡ଼ି ଗୁମ୍ଫାରେ ରହୁଛନ୍ତି

ବିନା କାରଣରେ ବିନା ଦୋଷରେ  ୪୩ବର୍ଷ ଜେଲଦଣ୍ଡ

ଓକିଲମାନେ ଯୁକ୍ତିବାଢ଼ି କହିଛନ୍ତି, ‘ବେଦାମ କୌଣସି ଅପରାଧ ନକରି ହତ୍ୟା ମାମଲାରେ ଛନ୍ଦି ହୋଇ ଦୀର୍ଘ ୪୩ ବର୍ଷ ଜେଲରେ ବିତାଇ ସାରିଛନ୍ତି। ଜେଲ ଭିତରେ ସେ  ତିନିଟି ଡିଗ୍ରି ହାସଲ କରିବା ସହିତ ସାଥୀ କଏଦୀମାନଙ୍କୁ ପାଠ ବି ପଢ଼ାଇଛନ୍ତି। ଦୀର୍ଘବର୍ଷ ଧରି ବିନା ଦୋଷରେ ଜେଲ ଦଣ୍ଡ ଭୋଗିସାରିଥିବା ବେଦମଙ୍କୁ ଆଉ ଡ୍ରଗ୍ସ ମାମଲା ସହିତ ଯୋଡ଼ା ନଯିବା ଉଚିତ।

ଓକିଲମାନଙ୍କ ଏଭଳି ଦାବିକୁ ନେଇ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, ‘ ଯେ ହତ୍ୟା ଅଭିଯୋଗରେ ଦୋଷମୁକ୍ତ ହେବାର ଅର୍ଥ ନୁହେଁ ଯେ ଡ୍ରଗ୍ସ ମାମଲାକୁ ଏଡାଇ ଦିଆଯିବ।‘

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe