Dead Mother Collected Pension: Photograph: (@SAMBAD.IN)
ନୂଆଦିଲ୍ଲୀ: ଇଟାଲୀରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପେନସନ ପାଇବା ଲୋଭରେ ପୁଅ ମା’ର ମୃତଦେହକୁ ତିନିବର୍ଷ ପର୍ଯ୍ୟନ୍ତ ଘରେ ଲୁଚାଇ ରଖିଥିଲା। ଏହି ଘଟଣାଟି ଏକ କାହାଣୀ ଭଳି ଲାଗୁଥିଲେ ବି ବାସ୍ତବରେ ଏମିତି ଘଟଣା ଘଟିଛି।
ମା’ ମୃତ୍ୟୁପରେ ପେନସନ ଲୋଭୀ ପୁଅର ଅଜମ କାମ
ସୂଚନାଯୋଗ୍ୟ, ବ୍ୟକ୍ତି ଜଣକ ତାଙ୍କ ମାଆଙ୍କ ମୃତ୍ୟୁପରେ ପେନସନ କିପରି ପାଇବେ ସେ ଚିନ୍ତାରେ ପଡ଼ିଯାଇଥିଲେ। ଏଥିପାଇଁ ସେ ମା’ଙ୍କ ଭଳି ପୋଷାକ ପିନ୍ଧି, ମେକଅପ୍ କରି, ନିଜ ସ୍ୱର ପରିବର୍ତ୍ତନ କରି ସରକାରୀ କାର୍ଯ୍ୟାଳୟ ଯାଇ ପେନସନ ହାତେଇବା ଜାରି ରଖିଥିଲେ। ଏମିତିକି ମା’ଙ୍କ ମୃତ୍ୟୁ ପରେ ପୁଅ ପରିଚୟପତ୍ରକୁ ନବୀକରଣ ମଧ୍ୟ କରି ଦେଇଥିଲା।
ଅଧିକପଢ଼ନ୍ତୁ:ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ପରେ ବିଜେଡିକୁ ଶ୍ରୀମୟୀଙ୍କ ‘ବିପ୍ଳବ-ବିଦ୍ରୋହ-ବିନାଶ’ର ବାଣ !
ସରକାରୀ ଅଧିକାରୀ ଘଟଣା ଉପରୁ ଉଠାଇଥିଲେ ପର୍ଦ୍ଦା
ଏଭଳି ଦୀର୍ଘ ତିନିବର୍ଷ ଧରି ପୁଅ ମୃତ ମା’ର ପେନସନ ଖାଇବା ପରେ ଜଣେ ନୂଆ ସରକାରୀ ଅଧିକାରୀ ଘଟଣାର ପର୍ଦ୍ଦାଫାସ କରିଥିଲେ। ପୁଅ ସ୍ୱର ଏବଂ ବେକକୁ ସନ୍ଦେହ କରି ସରକାରୀ ଅଧିକାରୀ ଜଣକ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ରକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୁଅ ତିନିବର୍ଷ ହେବ ମା’ଙ୍କ ବେଶରେ ପେନସନ ହାତଉଥିବା ପୁଲିସ ସମ୍ମୁଖରେ ସ୍ବୀକାର କରିଥିଲା।
ତିନିବର୍ଷ ପରେ ଘରୁ ମିଳିଲା ମା’ ମୃତଦେହ
ଅଭିଯୁକ୍ତ ପୁଅ ରହୁଥିବା ଘରର ଯାଞ୍ଚ ସମୟରେ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖୋଜାଖୋଜି ସମୟରେ ପୁଲିସ ଘରର ଲଣ୍ଡ୍ରି ରୁମରୁ ମା’ ଗ୍ରାଜିଏଲା ଡାଲଙ୍କ ମମି ମୃତଦେହ ପାଇଥିଲା। ପ୍ରାଥମିକ ତଦନ୍ତ ଅନୁଯାୟୀ ମହିଳାଙ୍କର ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଥିବା ଜଣାପଡ଼ିଛି। ତଥାପି ପୁଲିସ ଗ୍ରାଜିଏଲା ଡାଲଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଲେ ଯାଇ ମହିଳାଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡ଼ିବ।
ଅଧିକପଢ଼ନ୍ତୁ:ପୈତୃକ ସମ୍ପତ୍ତି ନମିଳିଲେ ବି ପିତାମାତାଙ୍କ ଯତ୍ନ ନେବା ପିଲାମାନଙ୍କର କର୍ତ୍ତବ୍ୟ: ବମ୍ବେ ହାଇକୋର୍ଟ
Follow Us