Pickup Truck Overturned: ଓଲଟି ପଡ଼ିଲା ପିକଅପ ଭ୍ୟାନ୍: ଯନ୍ତ୍ରଣାରେ ଚାଳକ ଛଟପଟ ହେଉଥିବା ବେଳେ ଲୋକେ ମାଛ ଗୋଟାଇବାରେ ବ୍ୟସ୍ତ ଥିଲେ

ରାଜପଥରେ ଓଲଟି ପଡ଼ିଲା ପିକଅପ ଭ୍ୟାନ୍: : ଯନ୍ତ୍ରଣାରେ ଚାଳକ ଛଟପଟ ହେଉଥିବା ବେଳେ ଲୋକେ ମାଛ ଗୋଟାଇବାରେ ବ୍ୟସ୍ତ ଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ କଲା ଆୟତ୍ତ।

download

kanpur-thousands-of-fish-scattered-pickup-truck-overturned Photograph: (@timesofindia)

ଲକ୍ଷ୍ମୌ: ଉତ୍ତରପ୍ରଦେଶର କାନପୁରରେ ମାଛ ବୋଝେଇ ଏକ ପିକଅପ୍ ଭ୍ୟାନ୍  ଭାରସାମ୍ୟ ହରାଇ ରାସ୍ତାକୁ ଓଲଟି ପଡ଼ିଥିଲା। ଫଳରେ ରାସ୍ତାର ଉଭୟପାର୍ଶ୍ବରେ ଶହଶହ ମାଛ ବିଛା ଇ ହୋଇପଡ଼ିଥିଲା। ଯାହାକୁ ଗୋଟାଇବା ପାଇଁ ରାସ୍ତାରେ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିଲା।  ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଓଲଟି ପଡ଼ିଲା ମାଛ ବୋଝେଇ ପିକଅପ୍ ଭ୍ୟାନ୍

ଘଟଣାଟି ଚୌବେପୁର ଥାନା ଅଞ୍ଚଳର ମାରିଆନି ଗାଁ ନିକଟରେ ଘଟିଥିଲା। ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଏକ ମାଛ ବୋଝେଇ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବକୁ ଓଲଟି ପଡ଼ୁଛି। ପିକଅପଟି ଓଲଟି ପଡ଼ିବା ମାତ୍ରେ ହଜାର ହଜାର ମାଛ ରାଜପଥ ଉପରେ ଛିଟିକି ହୋଇ ପଡ଼ୁଛନ୍ତି।

ଅଧିକପଢ଼ନ୍ତୁ: ବାତ୍ୟା ମୋନ୍ଥା ସମୟରେ ୨୦୦ ରୁ ଅଧିକ ଶିଶୁ ଜନ୍ମ

ଏହି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଅନ୍ୟଯାତ୍ରୀମାନେ ମାଛ ଗୋଟାଇବା ଆରମ୍ଭ କରି ଦେଇଥିଲେ। ମାଛ ବୋଝେଇ ଭ୍ୟାନ୍ ଓଲଟି ପଡ଼ିବା ଖବର ପାଇବା ପରେ ଗ୍ରାମବାସୀମାନେ ଘଟଣାସ୍ଥଳେ ଭିଡ଼ ଜମାଇଥିଲେ। ଯିଏ ଯେତେ ପାଇଥିଲେ.. ଯେଉଁଥିରେ ପାଇଥିଲେ... ମାଛ ଉଠାଇ ନେଇ ଚାଲି ଯାଇଥିଲେ। କିନ୍ତୁ ଆହତ ଚାଳକଙ୍କ ଅବସ୍ଥା ଯେ କିପରି ଅଛି ତାଙ୍କୁ ହସ୍ପିଟାଲ ନେବାକୁ ‌ହେବ ଏକଥା କେହି ଚିନ୍ତା କରି ନଥିଲେ।

ମାଛ ଗୋଟାଇବାରେ ବ୍ୟସ୍ତ ଥିଲେ ଲୋକେ, ଯନ୍ତ୍ରଣାରେ ଛଟପଟ ହେଉଥି‌ଲେ ଚାକଳ

ଭିଡ଼ ଯୋଗୁଁ ରାସ୍ତାରେ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। କିଛି ସମୟ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଆୟତ୍ତ କରି ଆହତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲା।

ଅଧିକପଢ଼ନ୍ତୁ:  ଶୀତ ଦିନରେ ସ୍ବାସ୍ଥ୍ୟର ଯତ୍ନ: ଥଣ୍ଡା ପାଇଁ ଗଳା ଦରଦ ହେଉଥିଲେ ଏମିତି କରନ୍ତୁ ଘରୋଇ ଚିକିତ୍ସା

 Truck Drivers fish 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe