Kanpur Girl Bite: ବିବାହିତ ହୋଇ ବି ଯୁବତୀଙ୍କୁ ଜବରଦସ୍ତ ଚୁମ୍ବନ କଲେ ଯୁବକ, ଜିଭ କାଟିଦେଲେ ପୀଡ଼ିତା

କାନପୁରର ବିଲ୍‌ହୌର୍ ଅଞ୍ଚଳରେ ଜଣେ ବିବାହିତ ପୁରୁଷ ଦୀର୍ଘଦିନ ଧରି ଜଣେ ଯୁବତୀଙ୍କ ପିଛା କରୁଥିଲେ। ଘଟଣା ଦିନ ସେ ଯୁବତୀଙ୍କୁ କ୍ଷେତରେ ଏକାପାଇ ଜାବୁଡ଼ି ଧରି ଜୋରରେ ଚୁମ୍ବନ କରିଥିଲେ। ନିଜକୁ ବଞ୍ଚାଇବାକୁ ପୀଡ଼ିତା ସେଠାରେ ଅଭିଯୁକ୍ତର ଜିଭ କାଟିଦେଇଥିଲେ।

Kanpur Story

Women Bite Man Photograph: (sambad.in)

କାନପୁର: ଯୁବତୀଙ୍କୁ ଚୁମ୍ବନ ଦେବା ମହଙ୍ଗା ପଡ଼ିଲା। କରିଥିବା ଭୁଲ ପାଇଁ ଅଭିଯୁକ୍ତର ଜିଭ କାଟିଦେଲେ ଯୁବତୀ। କାନପୁରରେ ଘଟିଛି ଏଭଳି ଘଟଣା। ଜଣେ ବିବାହିତ ପୁରୁଷ ଯୁବତୀଙ୍କ ପିଛା କରିବା ସହ ତାଙ୍କୁ ଜୋରଜବରଦସ୍ତ ଚୁମ୍ବନ ଦେଇଥିଲା। ଏଥିରେ ରାଗିଯାଇ ଯୁବତୀଜଣଙ୍କ ତ‌ାଙ୍କର ଜିଭ କାଟି ଦେଇଥିବା ଜଣାଯାଇଛି। ଅଭିଯୁକ୍ତକୁ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା କରାଯାଉଛି।

ଅଭିଯୁକ୍ତ ବିବାହିତ ହେବା ସତ୍ତ୍ୱେ ଯୁବତୀଙ୍କ ପିଛା କରୁଥିଲେ

ସୂଚନା ମୁତାବକ, ଅଭିଯୁକ୍ତ ଯୁବକ ଚମ୍ପି, ବିଲ୍‌‌ହୌର୍ ଅଞ୍ଚଳରେ ଥିବା ଏକ ଗାଁର ବାସିନ୍ଦା। ସେ ବିବାହିତ ଏବଂ ତାଙ୍କର ଦୁଇଟି ପିଲା ଅଛନ୍ତି। ଏହା ସତ୍ତ୍ବେ ବି ସେ ବହୁତ ଦିନ ଧରି ଗାଁର ଜଣେ ଯୁବତୀଙ୍କ ପିଛା କରୁଥିଲେ। ଗତ କିଛି ମାସ ହେବ ଏଭଳି ହୋଇଆସିଥିବାରୁ ଯୁବତୀଜଣଙ୍କ ବିରକ୍ତ ହୋଇସାରିଥିଲେ। ଏଭଳି ନକରିବାକୁ ଯୁବତୀଜଣଙ୍କ ଅନେକ ଥର ଅନୁରୋଧ କରିଥିଲେ ବି ଶୁଣୁନଥିଲେ ଅଭିଯୁକ୍ତ। ପିଛା କରିବା ବନ୍ଦ କରିବା ପରିବର୍ତ୍ତେ ସେ ଯୁବତୀଙ୍କୁ ଆହୁରି ଅଧିକ ହଇରାଣ କରିବା ଆରମ୍ଭ କରିଥିଲେ। ଗାଁ ଲୋକ ମଧ୍ୟ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଚମ୍ପି କାହା କଥା ଶୁଣିନଥିଲେ। 

ଆହୁରି ପଢ଼ନ୍ତୁ: Heart Attack to Driver: ଚଳନ୍ତା ବସ୍‌ରେ ହୃଦ୍‌ଘାତରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ: ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଲେ ୨୫ ଯାତ୍ରୀ

ଘଟଣା ଦିନ ଯୁବତୀ କ୍ଷେତରେ ଏକା ଥିଲେ

ଘଟଣା ଘଟିବା ଦିନ ଅପରାହ୍ନରେ ପୀଡ଼ିତା ମାଟି ଆଣିବାକୁ କ୍ଷେତକୁ ଯାଇଥିଲେ। ତାଙ୍କ ସହି କେହି ମଧ୍ୟ ନଥିଲେ।  ଏହାର ଫାଇଦା ଉଠାଇ ଚମ୍ପି ପୀଡ଼ିତାଙ୍କୁ ପଛପଟୁ ଜାବୁଡ଼ି ଧରି ତଳେ ପକାଇ ଦେଇଥିଲା। ଏହା ପରେ ତାଙ୍କୁ ଜୋରରେ ଜାବୁଡ଼ି ଧରି ଚୁମ୍ବନ ଦେବା ଆରମ୍ଭ କରିଥିଲା। ପୀଡ଼ିତା ନିଜକୁ ରକ୍ଷା କରିବା ପାଇଁ ସତଚେଷ୍ଟା କରିଥିଲେ ବି ଚମ୍ପଙ୍କୁ ଠେଲି ପାରି ନଥିଲେ। ପରେ ପୀଡ଼ିତା ଏକାଥିବା ଦେଖି ଚମ୍ପୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରୁ ପୀଡ଼ିତା ତାଙ୍କର ଜିଭ ନିଜ ଦାନ୍ତରେ କାଟି ଦେଇଥିଲେ। ରକ୍ତସ୍ରାବ ସହ ଯନ୍ତ୍ରଣା ହେବାରୁ ଚମ୍ପୁ ପୀଡ଼ିତାଙ୍କୁ ଛାଡ଼ି ଜୋରରେ ଛଟପଟ ହେବା ଆରମ୍ଭ କରିଥିଲେ। ଏହା ଦେଖି ପୀଡ଼ିତା ନିଜ ପରିବାରକୁ ଫୋନ କରି ଘଟଣାସ୍ଥଳକୁ ଡକାଇଥିଲେ। ଏହି ଘଟଣା ପରେ ପୁଲିସକୁ ଡକାଯାଇଥିବା ବେଳେ ପୀଡ଼ିତା ଚମ୍ପଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏବେ ଅଭିଯୁକ୍ତର ଚିକିତ୍ସା ଚାଲିଥିବା ବେଳେ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: Low Pressure Over Bay Of Bengal: ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe