ମୁମ୍ବାଇ: ଦିନକୁ ଦିନ ଯୁବପିଢ଼ିଙ୍କ କ୍ଷେତ୍ରରେ ଜୀବନ ହାରିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଯୁବକ ଓ ଯୁବତୀମାନେ ଜୀବନ ହାରି ଦେଉଥିବାର ଅନେକ ଖବର ସାମ୍ନାକୁ ଆସୁଛି।ଗତ ବୁଧବାର ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ବସବାସ କରୁଥିବା ମହେଶ ଆଡେ ଏକ ଭିଡିଓ ପାଇଁ ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନାଯୋଗ୍ୟ, ସାଙ୍ଗମାନଙ୍କ ସହିତ ମହେଶ ଆଡେ ଏକ ସାର୍ବଜନୀନ ସ୍ଥାନରେ ପରିସ୍ରା କରୁଥିବା ସମୟରେ କେହି ଏ ଦୃଶ୍ୟକୁ ରେକର୍ଡ କରି ନେଇଥିଲେ। ଉକ୍ତ ଭିଡିଓଟି ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥିଲା। ଯାହାକୁ ନେଇ ମହେଶ ସମ୍ପୂର୍ଣ୍ଣ ଭା୍ବେ ଭାଙ୍ଗି ପଡ଼ିଥିଲେ। ଏମିତି କି ଏ ଭିଡିଓ ପାଇଁ ତାଙ୍କୁ କ୍ରମାଗତ ଭାବେ ଧମକ ବି ମିଳୁଥିଲା। 

ଭିଡିଓ ଭାଇରାଲ ହେବା ପରେ ଜୀବନ ହାରିଦେଲେ ଯୁବକ

ଏ ଦୃଶ୍ୟକୁ ମହେଶ ଆଡେଙ୍କ ଜଣେ ବନ୍ଧୁ ତାଙ୍କ ମୋବାଇଲ କ୍ୟାମେରାରେ ରେକର୍ଡ କରି ଭାଇରାଲ କରି ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ମହେଶ ଓ ତାଙ୍କ ବନ୍ଧୁମାନେ ସାର୍ବଜନୀନ ଭାବେ କ୍ଷମା ବି ମାଗିଥିଲେ।ତଥାପି ମହେଶଙ୍କୁ ଏହି ଘଟଣା ପାଇଁ ପ୍ରତିଦିନ ଧମକ ମିଳୁଥିଲା। ଯାହାକୁ ନେଇ ମହେଶ ଗୋଟିଏ ମୁହୂର୍ତ୍ତ ବି ଶାନ୍ତିରେ ରହି ପାରୁ ନଥିଲେ।

ଜୀବନ ହାରିବା ପୂର୍ବରୁ ମହେଶ ତାଙ୍କ ବନ୍ଧୁମାନଙ୍କୁ ସଙ୍କେତ ଦେଇ କହିଥିଲେ, ‘ ମୁଁ ଆଉ ଏ ମାନସିକ ନିର୍ଯାତନା ସହି ପାରୁ ନାହିଁ। ଅତିଷ୍ଠ ହେଲେ ଜୀବନ ହାରି ଦେବି।’ 

ଭିଡିଓ ଭାଇରାଲ କରିବା ଏବଂ ନିର୍ଯାତନା ପାଇଁ ଉସୁକାଇବା ପାଇଁ ଦାୟୀ ଲୋକଙ୍କ ବି‌ରୋଧରେ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି।

ଅଧିକପଢ଼ନ୍ତୁ:ବିହାର ବିଧାନସଭା ନିର୍ବାଚନ: ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ୫୩.୭୭% ମତଦାନ, ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’

ଅଧିକପଢ଼ନ୍ତୁ:ବିଳାସପୁର ରେଳ ଦୁର୍ଘଟଣା ପାଇଁ ଦାୟୀ କିଏ? ପ୍ରତ୍ୟେକ୍ଷଦର୍ଶୀଙ୍କ ପ୍ରତିକ୍ରିୟା

ଅଧିକପଢ଼ନ୍ତୁ:ସୁରେଶ ରାଇନା ଓ ଶିଖର ଧାଓ୍ବନଙ୍କ ଘରେ ଇଡି ଚଢଉ