man-hanging-up-in-the-train Photograph: (sambad.in)
ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦୁଇଜଣ ଯାତ୍ରୀ ଟ୍ରେନ ଭିତରେ ଥିବା ଗ୍ରିଲରେ ଝୁଲି ପଡ଼ିଥିବାର ଦେଖିବାକୁ ମିଳୁଛି।
ଟ୍ରେନରେ ଲାଗିଛି ପ୍ରବଳ ଭିଡ଼
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ଭାରତୀୟ ଟ୍ରେନର ସାଧାରଣ ବଗିରେ ପ୍ରବଳ ଭିଡ଼ ଲାଗି ରହିଛି। ଯାତ୍ରୀମାନେ ବସିବା ତ ଦୂରର କଥା ଠିଆ ହେବା ପାଇଁ ସ୍ଥାନ ପାଉ ନାହାଁନ୍ତି। ତେଣୁ କିଛି ଯାତ୍ରୀ ଟ୍ରେନ ଦ୍ବାର ପାଖରେ ଠିଆ ହୋଇଥିବାବେଳେ ଅନ୍ୟ ଯାତ୍ରୀମାନେ ସୀମିତ ସ୍ଥାନ ସହିତ ବସିବାକୁ ଚେଷ୍ଟା କରୁଛନ୍ତି।
ଅଧିକପଢ଼ନ୍ତୁ:ଆମର ଯେମିତି ଆହାର, ଅନ୍ୟ ରାଜ୍ୟରେ କେମିତି ମିଳେ ଶସ୍ତାରେ ଖାନା?
ସ୍ପାଇଡରମ୍ୟାନ୍ ଭଳି ଟ୍ରେନ ଭିତରେ ଝୁଲି ପଡ଼ିଲେ ଯାତ୍ରୀ
ଏହି କ୍ରମରେ ଦୁଇଜଣ ଯାତ୍ରୀ ବସିବାକୁ ଓ ଠିଆ ହେବାକୁ ସ୍ଥାନ ନପାଇବାରୁ ସ୍ପାଇଡରମ୍ୟାନ୍ ଭଳି ଟ୍ରେନ ଭିତରେ ଥିବା ଗ୍ରିଲରେ ଝୁଲି ପଡ଼ିଛନ୍ତି । ଟ୍ରେନରେ ଥିବା କିଛିଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିବା ବେଳେ ଅନ୍ୟମାନେ ଏହାର ମଜା ନେବା ସହିତ ଭିଡିଓ କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବାପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଅଧିକପଢ଼ନ୍ତୁ:ବ୍ରାହ୍ମଣ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ମହିଳା କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଲା
viral vedio Train
Follow Us