ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭାଗବତ ସନ୍ଧାନରେ ଆଜି ସନ୍ଧ୍ୟାରେ ଛୁରାମାଡରେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଘଟଣାରୁ ପ୍ରକାଶ ଯେ, କବିତା ମହାନ୍ତି (ଛଦ୍ମନାମ) ନାମକ ଜଣେ ଯୁବତୀଙ୍କ ବାପାଙ୍କୁ ଅଭିଯୁକ୍ତ ଶତ୍ରୁଘ୍ନ ନାୟକ ଆଜି ସନ୍ଧ୍ୟାରେ ଛୁରୀରେ ଆକ୍ରମଣ କରିଛି। ତାଙ୍କର ବାମ ହାତରେ ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ଏକତରଫା ପ୍ରେମରୁ ଏପରି ଘଟଣା ଘଟିଥିବା ସୂଚନା ମିଳୁଛି। ଅଭିଯୁକ୍ତ ଶତ୍ରୁଘ୍ନ ନାୟକଙ୍କ ଘର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କେ.ନୂଆଗାଁରେ।

ଏହି ଘଟଣାପରେ ସ୍ଥାନୀୟ ଲୋକେ ଅଭିଯୁକ୍ତ ଶତ୍ରୁଘ୍ନଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।