ସାର୍ଥା ପ୍ରଜାକୋଟରେ ଯୁବକଙ୍କୁ ହତ୍ୟା ଘଟଣା: ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ବାଲେଶ୍ବର ଜିଲ୍ଲା ସିଂଲା ଥାନା ସାର୍ଥା ଗ୍ରାମର ପ୍ରଜାକୋର୍ଟରେ ଯୁବକଙ୍କୁ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଜଣକ ଏହି ଗ୍ରାମର ଦେବେନ୍ଦ୍ର ମଲ୍ଲିକ ବୋଲି ଜଣାଯାଇଛି।

Young man bitten to death in Basta of Balesore.

Young man bitten to death in Basta of Balesore. Photograph: (Sambad )

ବସ୍ତା୨: ବାଲେଶ୍ବର ଜିଲ୍ଲା ସିଂଲା ଥାନା ସାର୍ଥା ଗ୍ରାମର ପ୍ରଜାକୋର୍ଟରେ ଯୁବକଙ୍କୁ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଜଣକ ଏହି ଗ୍ରାମର ଦେବେନ୍ଦ୍ର ମଲ୍ଲିକ (୩୦) ବୋଲି ଜଣାଯାଇଛି। ଏହି ଘଟଣାରେ ପୁଲିସ ପୂର୍ବରୁ ୨୧୭/୨୪ରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ବାପା ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି।

ଏହି ଖବର ପଢ଼ନ୍ତୁ: ସାର୍ଥା ପ୍ରଜାକୋର୍ଟରେ ଯୁବକଙ୍କୁ ହତ୍ୟା ଘଟଣାରେ ଫାଣ୍ଡି ଅଧିକାରୀ ନିଲମ୍ବିତ

ଓଡ଼ଶାଳ ଛକରେ ଚାରିଜଣ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଲୁହା ଛଡରେ ନିସ୍ତୁକ ମାଡ଼ ମାରିଥିଲେ। ସମସ୍ତ ଚାରି ଯୁବକଙ୍କୁ ସାର୍ଥା ଫାଣ୍ଡି ସମ୍ମୁଖରେ ଫିଙ୍ଗି ଦେଇଥିଲେ। ଏଥିରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା।

ଏହି ଖବର ପଢ଼ନ୍ତୁ: ୭୫କିମି ଦୂରରେ ବସବାସ କରନ୍ତି ବୈପାରୀଗୁଡ଼ା ବ୍ଲକ୍‌ର ଏହି ଗାଁର ଲୋକେ

ସୂଚନା ଅନୁସାରେ ଏହି ଗ୍ରାମର ଅଜୟ ଦାସ ଙ୍କ ଲୁଗା ଦୋକାନରୁ ଚୋରି କରିବା ସନ୍ଦେହରେ ଅଜୟ ଏବଂ ସାଥୀମାନେ ସେହି ଗ୍ରାମର ଚାରିଜଣ ଯୁବକଙ୍କୁ ବିଲରେ ଧାନ କାଟିବାକୁ କହି ଡାକି ଓଡ଼ସାଳ ଛକ ନିକଟରେ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଲୁହା ଛଡରେ ମାଡ଼ ମାରିଥିଲେ। ଫଳରେ ତିନି ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତ୍ରିଲୋଚନ ପ୍ରଧାନ ନାମକ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ତିନି ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।ଏହି ଘଟଣାରେ ପୂର୍ବରୁ ନିଜର କାର୍ଯ୍ୟରେ ଅବହେଳା ପାଇଁ ସାର୍ଥା ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ତେବେ ଅନ୍ୟ ଅଭିଯୁକ୍ତଙ୍କୁ କେବେ ପୋଲିସ ଗିରଫ କରୁଛି ତାହା ଦେଖିବାକୁ ବାକି ରହିଲା।

ଏହି ଖବର ପଢ଼ନ୍ତୁ: ବରଗଡ଼ ଧନୁଯାତ୍ରା: ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ

ସୂଚନାଯୋଗ୍ୟ ଗତ ୨୧ ତାରିଖ ସାର୍ଥା ଗ୍ରାମର ଅଜୟ ମହାନ୍ତିଙ୍କ ଲୁଗା ଦୋକାନରୁ ଚୋରି ହୋଇଥିଲା। ଏହାକୁ କେନ୍ଦ୍ରକରି ଶ୍ରୀ ଦାସ ନିଜ ଜମିରୁ ଧାନ କାଟିବା ବାହାନା କରି ସେହି ଗ୍ରାମର ଚାରିଜଣ ଯୁବକଙ୍କୁ ଡକାଇ ଥିଲେ। ପରେ ଓଡ଼ଶାଳ ଛକରେ ଚାରିଜଣ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଲୁହା ଛଡରେ ନିସ୍ତୁକ ମାଡ଼ ମାରିଥିଲେ। ସମସ୍ତ ଚାରି ଯୁବକଙ୍କୁ ସାର୍ଥା ଫାଣ୍ଡି ସମ୍ମୁଖରେ ଫିଙ୍ଗି ଦେଇଥିଲେ। ତିନିଜଣ ଯୁବକଙ୍କୁ ତାଙ୍କର ପରିବାର ଲୋକ ଉଦ୍ଧାରକରି ବସ୍ତା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିବା ବେଳେ ତ୍ରିଲୋଚନ ପ୍ରଧାନ (୩୪) ନାମକ ଅନ୍ୟ ଜଣେ ଯୁବକ ଫାଣ୍ଡି ସମ୍ମୁଖରେ ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ।

ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ସିରିଜ ଦୁର୍ଘଟଣା: ଏକାଧିକ ବ୍ୟକ୍ତି ଆହତ, ଚାପା ଉତ୍ତେଜନା ଜାରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe