GRP-Airport police station Photograph: (sambad.in)
ଭୁବନେଶ୍ବର: ପୁନାମା ଗେଟ୍ ରେଳଧାରଣାରୁ ସ୍ବରାଜ ବେହେରା ନାମକ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ମିଳିଛି। ତେବେ ମୃତଦେହ ବ୍ୟବଚ୍ଛେଦ ନେଇ ଜିଆରପି-ଏୟାରପୋର୍ଟ ଥାନା ଟଣାଓଟରା ଲାଗି ରହିଛି। ଦୁଇ ଥାନା ମଧ୍ୟରେ ବିବାଦ ଯୋଗୁ ମୃତଦେହ ପଡ଼ି ରହିଛି । ବ୍ୟବଚ୍ଛେଦରେ ବିଳମ୍ବ ହେଉଛି।
ଗୁରୁବାର ସକାଳୁ ପୁନାମା ଗେଟ୍ ପାଖ ରେଳ ଲାଇନରୁ ସ୍ୱରାଜ ବେହେରାଙ୍କ ମୃତଦେହ ମିଳିଥିଲା। ସ୍ୱରାଜଙ୍କ ଶରୀରରେ ଖଣ୍ଡା ଚୋଟ ଥିବାରୁ ଏହା ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ହେଲେ ମାମଲାର ତଦନ୍ତ ଆରମ୍ଭ ହୋଇପାରିନି।
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ପହଞ୍ଚିଲା ପ୍ରଥମ ଡବଲ ଡେକର ବସ୍
ଜିଆରପି ଏବଂ ଏୟାରପୋର୍ଟ ଥାନା ମଧ୍ୟରେ ଟଣାଓଟରାକୁ ନେଇ ମୃତଦେହ ବ୍ୟବଚ୍ଛେଦ ବିଳମ୍ବ ହେଉଛି। ରେଳ ଧାରଣାରୁ ମୃତଦେହ ମିଳିଥିବା ଯୋଗୁ ଏହାର ତଦନ୍ତ ଜିଆରପି କରିବା ଆବଶ୍ୟକ ବୋଲି ଏୟାରପୋର୍ଟ ଥାନା ପୁଲିସ ପକ୍ଷରୁ କୁହାଯାଇଛି। ଏହା ଏକ ହତ୍ୟା ମାମଲା ହୋଇଥିବାରୁ ଏୟାରପୋର୍ଟ ଥାନା ପୁଲିସ ଏହାର ତଦନ୍ତ କରିବାକୁ ଜିଆରପି ଥାନା ପୁଲିସ କହିଛି।
ଅଧିକ ପଢ଼ନ୍ତୁ: ରାଜଧାନୀ ରାଜରାସ୍ତାରୁ ହଟିବେ ବୁଲା ଗାଈଗୋରୁ: ମନ୍ତ୍ରୀ
Follow Us