ମଣିଷ ଖପୁରୀ ସହିତ କିଛି ଯୁବକ ଉଠାଇଲେ ଫଟୋ: ଯାଞ୍ଚ ଆରମ୍ଭ କରିଛି ପୁଲିସ

Advertisment

ମଧ୍ୟପ୍ରଦେଶର ରିୱାରେ କିଛି ଯୁବକ ନାଳରୁ ପାଇଥିବା ମଣିଷ ଖପୁରୀ ସହିତ ଖେଳିଥିଲେ। ଫଟୋ ଉଠାଇ ରିଲ୍ସ କରି ସୋସିଆଲ ମିଡିଆରେ କରିଥିଲେ ପୋଷ୍ଟ। ପୁଲିସ ଉକ୍ତ ଖପୁରୀକୁ କରିଛି ଜବତ।

Updated On

ମଧ୍ୟପ୍ରଦେଶର ରିୱାରେ କିଛି ଯୁବକ ନାଳରୁ ପାଇଥିବା ମଣିଷ ଖପୁରୀ ସହିତ ଖେଳିଥିଲେ। ଫଟୋ ଉଠାଇ ରିଲ୍ସ କରି ସୋସିଆଲ ମିଡିଆରେ କରିଥିଲେ ପୋଷ୍ଟ। ପୁଲିସ ଉକ୍ତ ଖପୁରୀକୁ କରିଛି ଜବତ।

ଅଦ୍ୟତନ ହୋଇଛି
ପନବପଦ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରିୱାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କିଛି ଯୁବକ ମଣିଷ ଖପୁରୀ ସହିତ ଖେଳୁଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାପରେ ପୁଲିସ ଖପୁରୀକୁ ଜବତ କରି ଫରେନ୍ସିକ ଯାଞ୍ଚ ପାଇଁ ପଠାଇ ଦେଇଛି। 

ଏହି ସମ୍ପୂର୍ଣ୍ଣ ଘଟଣା ସିଭିଲ ଲାଇନ ଥାନା ଅଞ୍ଚଳର ବାନ୍ସଘାଟ ମୋହଲ୍ଲେରେ ଘଟିଛି।  ଏଠାରେ ନଦୀ ସହିତ ଯୋଡ଼ି ହୋଇଥିବା ଏକ ନାଳରେ ମଣିଷ ଖପୁରୀ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଘଟଣାସ୍ଥଳରେ ଥିବା କିଛି ଯୁବକ ଉକ୍ତ ଖପୁରୀକୁ ନାଳରୁ ଉଠାଇ ଆଣି ତାହା ସହିତ ଖେଳିବା ସହିତ ଫଟୋ ଉଠାଇ ରିଲ୍ସ ଭିଡିଓ ବି କରିଥିଲେ। ଏହାକୁ ପରବର୍ତ୍ତୀ ସମୟରେ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାକି ଭାଇରାଲ ହୋଇଯାଇଛି।

ଅଧିକପଢ଼ନ୍ତୁ:ସିନେମା ନିର୍ମାତା ନନ୍ଦୀଙ୍କ ମୃତ୍ୟୁରେ ମୁଁ ଶୋକବ୍ୟକ୍ତ କରି ପାରିବି ନାହିଁ

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ମଣିଷ ଖପୁରୀ ସହିତ ଖେଳୁଥିବା ଯୁବକମାନଙ୍କ ମଧ୍ୟରୁ କିଏ କହୁଛି, ‘ଏହି ଖପୁରୀ ଯେଉଁ ବ୍ୟକ୍ତିଙ୍କର ତାଙ୍କର ଦାନ୍ତ ବହୁତ ଶକ୍ତିଶାଳୀ। ସେହିପରି ଅନ୍ୟ ଜଣେ କହୁଛନ୍ତି ଏହି ବ୍ୟକ୍ତି ଜଣକ ବୋଧ ହୁଏ କେବେ ପାନ କି ଗୁଟଖା ଖାଇ ନାହାନ୍ତି।

ଅଧିକପଢ଼ନ୍ତୁ:ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଅନ୍ୟ ଯୁବତୀଙ୍କ ସହ ନଜର ଆସିଲେ ୟୁଜି

ଏହି ଘଟଣାକୁ ନେଇ ଏଏସପି ବିବେକ କୁମାର ଲାଲ କହିଛନ୍ତି, ‘ମଣିଷ ଖପୁରୀ ମିଳିଛି। ଏହି ଖପୁରୀ କାହାର ସେନେଇ ଯାଞ୍ଚ ଚାଲିଛି। ପ୍ରାଥମିକ ଯାଞ୍ଚରୁ ଏହା ଜଣେ ବୃଦ୍ଧ ମଣିଷଙ୍କ ଖପୁରୀ ବୋଲି ଅନୁମାନ କରାଯାଉଛି। ଯାଞ୍ଚ ପରେ ସବୁକିଛି ସ୍ପଷ୍ଟ ହୋଇପାରିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe