ବାଣପୁର: କାର୍କୁ ଅଟକାଇ ବାଇକ୍ ଆରୋହୀ ଲୁଟେରାମାନେ ଆତଙ୍କରାଜ୍ କରିଛନ୍ତି। ଫିଲ୍ମ ଷ୍ଟାଇଲ୍ରେ ଫାଙ୍କା ଗୁଳି ଚଳାଇ ୮ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏହି ଲୁଟ୍ ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି। ୧୬ ନଂ ଜାତୀୟ ରାଜପଥ ଅଲାଇଡିହ ଛକ ବାଇପାସ ନିକଟରେ ହୋଇଥିବା ଲୁଟ୍ ଘଟଣା ନେଇ ପୁଲିସ୍ ଛାନ୍ଭିନ୍ ଜାରି ରଖିଛି।
ଏହି ଖବର ପଢ଼ନ୍ତୁ: ସ୍କୁଟି ଦିଦି ଗିରଫ
ସୂଚନା ଅନୁସାରେ ଚଣ୍ଡେଶ୍ୱରସ୍ଥିତ ଶ୍ରୀଚଣ୍ଡ ହରଦେବ ରାଇସ ମିଲର କିଛି କର୍ମଚାରୀ ଆଜି ସନ୍ଧ୍ୟା ସମୟରେ ଏକ କାର ଯୋଗେ ବାଣପୁର ଅଞ୍ଚଳରୁ ଟଙ୍କା କଲେକ୍ସନ କରି ଫେରୁଥିଲେ। ଏହି ସମୟରେ ଅଲାଇଡିହ ଛକ ବାଇପାସକୁ ଉଠିବାକୁ ଥିବା ରାସ୍ତାରେ ତିନିଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ପହଞ୍ଚି ଥିଲେ। ଦୁର୍ବୃତ୍ତମାନେ କାର୍ ଆଗରେ ଏକ ଟାଟା ଏସି ଗାଡ଼ି ରଖି ଦେଇଥିଲେ। ଫଳରେ କାର୍ଟି ସେଠାରେ ଆଗକୁ ବଢ଼ିପାରି ନଥିଲା। ଦୁର୍ବୁତ୍ତ ମାନେ ଫାଙ୍କା ଗୁଳି ଚାଳନା କରିବା ସହ କାରର କାଚ ଭାଙ୍ଗିଥିଲେ। ରାଇସ୍ ମିଲର କର୍ମଚାରୀମାନଙ୍କର ମୁଣ୍ଡରେ ବନ୍ଧୁକ ଲଗାଇ ବ୍ୟାଗରେ ଥିବା ୮,୩୦,୦୦୦ ଟଙ୍କା ଏବଂ ଦୁଇ କର୍ମଚାରୀଙ୍କର ମୋବାଇଲ ନେଇ ଛୁ ମାରିଥିଲେl ଖବର ପାଇ ବାଣପୁର ଆଇଆଇସି ରମେଶ ଦେବତା ପହଞ୍ଚି ତଦନ୍ତ କରି ତଦନ୍ତ ଜାରି ରଖିଛନ୍ତି।
ଏହି ଖବର ପଢ଼ନ୍ତୁ: ସ୍ୱାମୀ ପୁଅ କରିଆଣିଥିବା ଯୁବକ ସହ ସ୍ତ୍ରୀ ରଖିଲା ଅନୈତିକ ସମ୍ପର୍କ
/sambad/media/media_files/2024/11/19/ef558e1c-9664-48c9-b09e-35c23d3e4dc6.jpeg)
ତିନିଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ପହଞ୍ଚି ଥିଲେ। ଦୁର୍ବୃତ୍ତମାନେ କାର୍ ଆଗରେ ଏକ ଟାଟା ଏସି ଗାଡ଼ି ରଖି ଦେଇଥିଲେ। ଫଳରେ କାର୍ଟି ସେଠାରେ ଆଗକୁ ବଢ଼ିପାରି ନଥିଲା। ଦୁର୍ବୁତ୍ତ ମାନେ ଫାଙ୍କା ଗୁଳି ଚାଳନା କରିବା ସହ କାରର କାଚ ଭାଙ୍ଗି ୮ ଲକ୍ଷ ଟଙ୍କା ଓ ୨ଟି ମୋବାଇଲ୍ ଫେନ୍ ଲୁଟି ଫେରାର ହୋଇଯାଇଥିଲେ।
ଏହି ଖବର ପଢ଼ନ୍ତୁ: କଟକ ବାଲିଯାତ୍ରା ଅବଧି ଦିନେ ବଢ଼ିଲା
ପ୍ରକାଶ ଥାଉକି ଉକ୍ତ ରାଇସ ମିଲ ଦୀର୍ଘବର୍ଷ ଧରି ବେପାର କରୁଥିବା ବେଳେ ବାର ଅନୁଯାୟୀ କର୍ମଚାରୀମାନେ ଟଙ୍କା କଲେକ୍ସନ କରିଥାନ୍ତିl ଦୁର୍ବୃତ୍ତମାନେ ସେମାନଙ୍କୁ ପିଛା କରୁଥିବା ଘଟଣାରୁ ସ୍ପଷ୍ଟ ଜଣାପଡୁଛିl ପୁଲିସ ମୋବାଇଲ ଟ୍ରାକିଙ୍ଗ କରି ଗଞ୍ଜାମ ନିକଟବର୍ତ୍ତୀ ଲାଠିପଡ଼ା ଜଙ୍ଗଲରେ ଠାବ କରିଥିବା ବେଳେ ଦୁର୍ବୃତ୍ତମାନେ ଜଙ୍ଗଲରେ ଫିଙ୍ଗିଦେଇଥିବା ଏକ ମୋବାଇଲକୁ ଜବତ କରିଥିବା ଜଣାପଡିଛିl ଦୁର୍ବୃତ୍ତମାନେ ନେଇଥିବା ଅନ୍ୟ ମୋବାଇଲକୁ ଟ୍ରାକିଙ୍ଗ କରି ଆଇଆଇସି ଜୋରଦାର ଅପରେସନ ଜାରି ରଖିଥିବା ଜଣାପଡିଛି। ତେବେ ବାଣପୁର, ନାଚୁଣୀ ଇଲାକରେ ଲଗାତାର ଚୋରି ଡକାୟତି ଭଳି ସଂଗୀନ ଅଭିଯୋଗ ଆସୁଥିବା ବେଳେ ପୁଲିସର ପାରିବା ପଣିବା ଉପରେ ପ୍ରଶ୍ନ ଚି଼ହ୍ନ ଲାଗିଛି।
ଏହି ଖବର ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଟିକେଟ୍ର ନୂଆ ଦର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/19/c6f3b934-d39d-4d12-92ac-b36534b5cb6b.jpeg)