ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଯେଉଁମାନେ ଅନେକ ମାସ ହେବ ବିଜୁଳି ବିଲ ପୈଠ କରି ନାହାନ୍ତି ସେମାନଙ୍କର ଲାଇନ କାଟିବା ପାଇଁ ପଦକ୍ଷେପ ନିଆଯାଇଛି।
ଅଧିକପଢ଼ନ୍ତୁ:କେଜ୍ରିଓ୍ବାଲ ହେଉଛନ୍ତି ‘ନିର୍ବାଚନୀ ହିନ୍ଦୁ’: ବିଜେପି
ତେବେ ଯେତେବେଳେ ଲାଇନ ମ୍ୟାନ ବିଦ୍ୟୁତ ସଂଯୋଗ କାଟିବା ପାଇଁ ଖୁଣ୍ଟରେ ଚଢ଼ିଥିଲେ ତାଙ୍କୁ ଜଣେ ମହିଳା ଧମକ ଦେଇଥିବାର ଘଟଣା ଓ ଭିଡିଓ ସାମ୍ନାଙକୁ ଆସିଛି।
ଘଟଣାଟି ହେଉଛି ଏପରି, ଯେଉଁମାନେ ଅନେକ ମାସ ହେବ ବିଦ୍ୟୁତ ବିଲ ପୈଠ କରି ନାହାନ୍ତି ସେମାନଙ୍କ ବିଦ୍ୟୁତ ସଂଯୋଗ କାଟିବା ପାଇଁ ଲାଇନମ୍ୟାନ ବିଦ୍ୟୁତ ଖୁଣ୍ଟରେ ଚଢ଼ିଥିଲେ। ଏହି ଘଟଣାରେ ରାଗି ଯାଇ ସମ୍ଭଲ ଜିଲ୍ଲାର ଚନ୍ଦୌସିର ଏକ ଗ୍ରାମର ଜଣେ ମହିଳା ଲାଇନମ୍ୟାନ ଚଢ଼ିଥିବା ଖୁଣ୍ଟରେ ଶିଢ଼ି ଲଗାଇ ଚଢ଼ି ଯାଇଥିଲେ।
ଅଧିକପଢ଼ନ୍ତୁ:ନୂଆ ରୂପ ଦେଇଛି ପ୍ଲାଷ୍ଟିକ୍ ସର୍ଜରୀ; ଅଧିକ ଆଗ୍ରହ ଦେଖାଉଛନ୍ତି ଅଭିନେତ୍ରୀ
ଖୁଣ୍ଟ ଅଧାଅଧି ପହଞ୍ଚିବା ପରେ ସେ ବା୍ଡି ଧରି ଲାଇନମ୍ୟାନଙ୍କୁ ବିଦ୍ୟୁତ ନକାଟିବା ପାଇଁ ଧମକ ଦେଇଥିଲେ। ଅନେକ ବୁଝାସୁଝା କରିବା ସହିତ ଲାଇନମ୍ୟାନ ବିଦ୍ୟୁତ କାଟିବେ ନାହିଁ ବୋଲି ମନା କରିବା ପରେ ଯାଇ ମହିଳା ଖୁଣ୍ଟରୁ ତଳକୁ ଓହ୍ଲାଇଥିଲେ।
ଏହି ଘଟଣାରପରେ ଲାଇନମ୍ୟାନ ଉକ୍ତ ମହିଳାଙ୍କ ବିରୋଧରେ ଥାନାରେ ଏକ ଲିଖିତ ଭାବେ ଅଭିଯୋଗ ବି କରିଛନ୍ତି।
Follow Us